Masthead

ମହାତ୍ମାଗାନ୍ଧୀ ସେବା ସମ୍ମାନ ପାଇବେ ଅଭିନେତା ସବ୍ୟସଚୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସିନେମା ପରଦାରେ ସବୁବେଳେ ହିରୋ ସାଜୁଥିବା ଅଭିନେତା ସବ୍ୟସଚୀ ମିଶ୍ର ରିୟଲ ଲାଇଫରେ ମଧ୍ୟ ହିରୋ ସାଜିଛନ୍ତି । ମହାମାରୀ କରୋନା ସମୟରେ ବାହାର ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଅସହାୟ ଲୋକମାନଙ୍କ ପାଇଁ ସେ ସାଜିଛନ୍ତି ଦେବଦୂତ । ତାଙ୍କର ଏଭଳି ମହତ୍ କାର୍ଯ୍ୟ ପାଇଁ ସେ ମହାତ୍ମାଗାନ୍ଧୀ ସେବା ସମ୍ମାନରେ ସମ୍ମାନୀତ ହେବାକୁ ଯାଉଛନ୍ତି । ଓଡ଼ିଶା ସ୍ୱାଉଟ୍ସ୍ ଆଣ୍ଡ ଗାଇଡ୍ସ ଫେଲୋସିପ ତରଫରୁ ଅଭିନେତା ସବ୍ୟସଚୀଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯିବ ।

ଏହା ସହିତ କର୍ଣ୍ଣାଟକର ତଥା ଜାତୀୟ ସ୍ୱାଉଟ୍ସ୍ ଆଣ୍ଡ ଗାଇଡ୍ସ ଫେଲୋସିପ୍‌ର ସଭାପତି ଏମ.ଏ.କେ ମିକିଙ୍କୁ ଲାଲ ବାହାଦୂର ଶାନ୍ତି ସମ୍ମାନରେ ସମ୍ମାନୀତ କରାଯିବ । ଏନେଇ ଓଡ଼ିଶା ସ୍ୱାଉଟ୍ସ୍ ଆଣ୍ଡ ଗାଇଡ୍ସ ଫେଲୋସିପ ବୈଠକରେ ନିଷ୍ପତ୍ତିହୋଇଛି । ଉକ୍ତ ବୈଠକରେ ଓଡ଼ିଶା ସ୍ୱାଉଟ୍ସ୍ ଆଣ୍ଡ ଗାଇଡ୍ସ ଫେଲୋସିପ୍‌ର ସଭାପତି କାଳିପ୍ରସାଦ ମିଶ୍ର, ଉପସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଡ. ପ୍ରଣବ ପହାପାତ୍ର, ରାଜ୍ୟ ସମ୍ପାଦକ ଋଷି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦେବାଶିଷ-ସୌମ୍ୟ ଭେଟଘାଟ୍, ବିଜେଡିକୁ ଘାରିଛି କୋକୁଆ ଭୟ! 🔴 ନବୀନଙ୍କୁ ବେଖାତିର…ପ୍ରତାପଙ୍କ ଘରେ ପାଣ୍ଡିଆନ ପନ୍ଥୀ 🔴 ‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’ 🔴 ୩୨ ପାକିସ୍ତାନୀ ସେନା ନିହତ 🔴 ଡିଭାଇଡରରେ ଧକ୍କା ହୋଇ ଟ୍ରକକୁ ପିଟିଲା କାର୍‌ 🔴 ଦାନା ବାନ୍ଧୁଛି ଲଘୁଚାପ 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ 🔴 ମୌସୁମୀ…ତମେ କେଉଁଠି ଥିଲ, ଏତେ ଜଲଦି ଆସିଗଲ 🔴 ଏନକାଉଣ୍ଟର ପୂର୍ବରୁ ହାର୍ଡକୋର ମାଓନେତା ବାସବରାଜର ଶେଷ ଚିଠି 🔴 ଯାହାଙ୍କ ସୁରକ୍ଷା ଦାୟିତ୍ବ ତୁଲାଉଛନ୍ତି ତାଙ୍କଠୁ ସମ୍ମାନିତ ହେଉଛନ୍ତି 🔴 ଦେବାଶିଷ-ସୌମ୍ୟ ଭେଟଘାଟ୍, ବିଜେଡିକୁ ଘାରିଛି କୋକୁଆ ଭୟ! 🔴 ନବୀନଙ୍କୁ ବେଖାତିର…ପ୍ରତାପଙ୍କ ଘରେ ପାଣ୍ଡିଆନ ପନ୍ଥୀ 🔴 ‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’ 🔴 ୩୨ ପାକିସ୍ତାନୀ ସେନା ନିହତ 🔴 ଡିଭାଇଡରରେ ଧକ୍କା ହୋଇ ଟ୍ରକକୁ ପିଟିଲା କାର୍‌ 🔴 ଦାନା ବାନ୍ଧୁଛି ଲଘୁଚାପ 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ 🔴 ମୌସୁମୀ…ତମେ କେଉଁଠି ଥିଲ, ଏତେ ଜଲଦି ଆସିଗଲ 🔴 ଏନକାଉଣ୍ଟର ପୂର୍ବରୁ ହାର୍ଡକୋର ମାଓନେତା ବାସବରାଜର ଶେଷ ଚିଠି 🔴 ଯାହାଙ୍କ ସୁରକ୍ଷା ଦାୟିତ୍ବ ତୁଲାଉଛନ୍ତି ତାଙ୍କଠୁ ସମ୍ମାନିତ ହେଉଛନ୍ତି