Masthead

ମହାତ୍ମାଗାନ୍ଧୀ ସେବା ସମ୍ମାନ ପାଇବେ ଅଭିନେତା ସବ୍ୟସଚୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସିନେମା ପରଦାରେ ସବୁବେଳେ ହିରୋ ସାଜୁଥିବା ଅଭିନେତା ସବ୍ୟସଚୀ ମିଶ୍ର ରିୟଲ ଲାଇଫରେ ମଧ୍ୟ ହିରୋ ସାଜିଛନ୍ତି । ମହାମାରୀ କରୋନା ସମୟରେ ବାହାର ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଅସହାୟ ଲୋକମାନଙ୍କ ପାଇଁ ସେ ସାଜିଛନ୍ତି ଦେବଦୂତ । ତାଙ୍କର ଏଭଳି ମହତ୍ କାର୍ଯ୍ୟ ପାଇଁ ସେ ମହାତ୍ମାଗାନ୍ଧୀ ସେବା ସମ୍ମାନରେ ସମ୍ମାନୀତ ହେବାକୁ ଯାଉଛନ୍ତି । ଓଡ଼ିଶା ସ୍ୱାଉଟ୍ସ୍ ଆଣ୍ଡ ଗାଇଡ୍ସ ଫେଲୋସିପ ତରଫରୁ ଅଭିନେତା ସବ୍ୟସଚୀଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯିବ ।

ଏହା ସହିତ କର୍ଣ୍ଣାଟକର ତଥା ଜାତୀୟ ସ୍ୱାଉଟ୍ସ୍ ଆଣ୍ଡ ଗାଇଡ୍ସ ଫେଲୋସିପ୍‌ର ସଭାପତି ଏମ.ଏ.କେ ମିକିଙ୍କୁ ଲାଲ ବାହାଦୂର ଶାନ୍ତି ସମ୍ମାନରେ ସମ୍ମାନୀତ କରାଯିବ । ଏନେଇ ଓଡ଼ିଶା ସ୍ୱାଉଟ୍ସ୍ ଆଣ୍ଡ ଗାଇଡ୍ସ ଫେଲୋସିପ ବୈଠକରେ ନିଷ୍ପତ୍ତିହୋଇଛି । ଉକ୍ତ ବୈଠକରେ ଓଡ଼ିଶା ସ୍ୱାଉଟ୍ସ୍ ଆଣ୍ଡ ଗାଇଡ୍ସ ଫେଲୋସିପ୍‌ର ସଭାପତି କାଳିପ୍ରସାଦ ମିଶ୍ର, ଉପସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଡ. ପ୍ରଣବ ପହାପାତ୍ର, ରାଜ୍ୟ ସମ୍ପାଦକ ଋଷି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର