Masthead

ବିହାର ନିର୍ଚାଚନ : ଦିନ କମୁଛି, ଦ୍ୱନ୍ଦ ବଢୁଛି

ପାଟନା(ବଡ଼ ଖବର ବ୍ୟୁରୋ): ପାଖେଇ ଆସୁଛି ବିହାର ବିଧାନସଭା ନିର୍ବାଚନ । ଛିଣ୍ଡି ପାରୁନାହିଁ ନେତାମନ୍ତ୍ରୀଙ୍କ ଅଙ୍କକଷା । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କାହାକୁ ମିଳିବ ଟିକେଟ୍? କିଏ ହେବ ପ୍ରାର୍ଥୀ? କେଉଁ ଦଳକୁ କିଏ ଡେଇଁଲା? କେଉଁ ନିର୍ବାଚନ ମଣ୍ଡଳୀ ପାଇଁ କିଏ ଟିକେଟ୍ ପାଇବ? କାହାର ପଲ୍ଲା ଭାରି ପଡୁଛି? କିଏ କେଉଁଠି ତଡା ଖାଉଛି? ନୂଆମୁହଁ ନା ପୁରୁଣା ଚେହେରା? ଏପରି ଦିନରାତି ବିହାରରେ ଲାଗିରହିଛି ରାଜନୈତିକ ପ୍ରଶ୍ନ, ଦ୍ୱନ୍ଦ ସହ ଆଶା ଓ ଆଶଙ୍କା ଭିତରେ ଭୋଟର ଓ ଆଶାୟୀ ପ୍ରାର୍ଥୀ ।

ବିହାର ନିର୍ବାଚନରେ ରାଜନୈତିକ ଦଳ ପ୍ରାୟତଃ ଦୁଇଟି ମେଣ୍ଟ ରେ ବିଭକ୍ତ ହୋଇଛି । ଏନଡିଏ ବନାମ ମହାମେଣ୍ଟ । ଏପର୍ଯ୍ୟନ୍ତ ଏନଡିଏ ଅବା ମହାମେଣ୍ଟ ପକ୍ଷରୁ କୌଣସି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇନାହିଁ । ଏନଡିଏରେ ମୁଖ୍ୟତଃ ବିଜେପି ଓ ଜେଡିୟୁ ଭିତରେ ସିଟକୁ ନେଇ ଟଣାଓଟରା ଲାଗିରହିଛି । ସିଟ୍ ଆବଣ୍ଟନରେ କେଉଁ ଦଳକୁ କେତେ ସିଟ୍ ପଡିବ ତାହାକୁ ଶେଷ ପର୍ଯ୍ୟାୟରେ ପହଞ୍ଚିବାରେ ବିଳମ୍ବ ହେଉଛି ।

ଅନ୍ୟପଟେ ମହାମେଣ୍ଟ ମଧ୍ୟ ନିଜର ରଣନୀତି ଆରମ୍ଭ କରିଛନ୍ତି । ଶାସକ ଦଳକୁ କିପରି ଚେକ୍ ଦିଆଯିବ ତାକୁନେଇ ମାନସମନ୍ଥନ ଲାଗିରହିଛି । ଆସନ୍ତାକାଲି ମହାମେଣ୍ଟ ପାଇଁ ସିଟ୍ ଆବଣ୍ଟନ ନେଇ ନିଷ୍ପତ୍ତି ନିଆଯିବ । ବିହାର କଂଗ୍ରେସ ନେତାଙ୍କ ବୟାନ ଅନୁସାରେ ସିଟ୍ ଆବଣ୍ଟନ ନେଇ  ଆସନ୍ତାକାଲି ପାଟନାରେ ଏକ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି ।  ସୂଚନା ଅନୁସାରେ, ଆରଜେଡି ୧୪୫ଟି ସିଟ୍, କଂଗ୍ରେସ ୭୦ଟି ଓ ସିପିଆଇ, ସିପିଏମ ବାମଦଳକୁ ୩୦ ଆସନରେ ଆବଣ୍ଟନ କରାଯିବାର ଖବର ରହିଛି । ଆସନ୍ତା ଅକ୍କୋବର ୪ ତାରିଖ ସୁଦ୍ଧା ସିଟ୍ ଆବଣ୍ଟନକୁ ଶେଷ କରିବାକୁ ଯୋଜନା ରହିଥିବା କୁହାଯାଇଛି ।

୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ପାଇଁ ତିନିଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଅକ୍ଟୋବର-୨୮, ନଭେମ୍ବର-୩ ଓ ୭ରେ ମତଦାନ ଓ ନଭେମ୍ବର-୧୦ ତାରିଖରେ ଫଳାଫଳ ପ୍ରକାଶ ପାଇବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା