Masthead

ଡିଏଭିର ରସଗୋଲା ମିଛ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପିଲା ପଢୁଛନ୍ତି ଭୁଲ୍ ପାଠ । ରସଗୋଲାକୁ ନେଇ ସାମ୍ନାକୁ ଆସିଲା ଡିଏଭିର ମିଛ । ଓଡ଼ିଶାକୁ ଅପମାନିତ କରିବା ଭଳି ପାଠ ପଢାଉଛି ଡିଏଭି । ରସଗୋଲା ସହ ପଶ୍ଚିମବଙ୍ଗକୁ ଯୋଡ଼ୁଛି ଡିଏଭି । ପିଲାଙ୍କ ତୃତୀୟ ଶ୍ରେଣୀ ବହିରେ ଦେଇଛି ଓଡ଼ିଶାକୁ ଅପମାନିତ କଲା ଭଳି ତଥ୍ୟ । ରସଗୋଲା ପାଠରେ ଓଡ଼ିଶାର ନାଁ ଉଲ୍ଲେଖ ବି ହେଉନାହିଁ । ଡଏଭି ତାର ଷ୍ଟାଣ୍ଡାର୍ଡ-ଥ୍ରୀ ଡଋ ଇଘଊ ଙଟଜ ଡଙଜଖଊ ବହିରେ ଉଲ୍ଲେଖ କରିଛି ଏଭଳି ଭ୍ରମାତ୍ମକ ତଥ୍ୟ । ବହିର ପୃଷ୍ଠା ନମ୍ବର ୧୭ରେ ଲେଖାଯାଇଛି ଏଭଳି କିଛି ତଥ୍ୟ । ଯାହା ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଦେଶର ବିଭିନ୍ନ ଭାଗର ନିଜର ସ୍ୱତନ୍ତ୍ରତା ରହିଛି । କିନ୍ତୁ ଏଠାରେ ଉଲ୍ଲେଖ କରାଯାଇଛି କୋଲକାତାର ସ୍ୱତନ୍ତ୍ରତା ହେଉଛି ରସଗୋଲା । ଏଠାରେ ପ୍ରଶ୍ନ ଉଠୁଛି, ପିଲା ଏହି ପାଠରୁ କ’ଣ ବୁଝିବେ? ରସଗୋଲା ଓଡ଼ିଶାର ନୁହେଁ ବରଂ କୋଲକାତାର ବାର୍ତ୍ତା ଯାଉନି କି? ଖାଲି କୋଲକାତା ଲେଖିବା ବିଭ୍ରାନ୍ତିକର ତଥ୍ୟ ନୁହେଁ କି? ପ୍ରଥମେ ଜିଆଇ ଟ୍ୟାଗ୍, ଏବେ ପଢାବହିରେ ତଥ୍ୟ? ଏଠାରେ ପ୍ରଶ୍ନ ଉଠୁଛି ପଶ୍ଚିମବଂଗର ଷଡ଼ଯନ୍ତ୍ରରେ ଡିଏଭି ସାମିଲ୍ ନାହିଁ ତ? ଏଭଳି ମିଛ ତଥ୍ୟ କାହିଁକି ପଢିବେ ଛାତ୍ରଛାତ୍ରୀ? ଓଡ଼ିଶା ପ୍ରତି ଏହା ଅପମାନ ନୁହେଁ କି?

ଏଭଳି ତ୍ରୁଟିପୂର୍ଣ୍ଣ ତଥ୍ୟକୁ ବିରୋଧ କରିଛନ୍ତି ଅନେକ ବୁଦ୍ଧିଜୀବୀ ଓ ଜଗନ୍ନାଥ ପ୍ରେମୀ । ଡିଏଭିର ତ୍ରୁଟି ବିରୋଧରେ ଅସନ୍ତୋଷ ବଢୁଛି । ଏଭଳି ତ୍ରୁଟିକୁ ଡିଏଭି ସଂଶୋଧନ କରିବା ଦରକାର । ରସଗୋଲା ଲଢେଇରେ ଓଡିଶାର ପ୍ରତିଟି ଲୋକଙ୍କ ସ୍ୱାଭିମାନ ଜଡିତ । କାହିଁକି ନା ଏହାର ସିଧା ସଂଯୋଗ ଜଗନ୍ନାଥ ସଂସ୍କୃତି ସହ ରହିଛି । କିଛିଦିନ ତଳେ ନୀଳାଦ୍ରି ବିଜେ ଯାଇଛି । ମା ଲକ୍ଷ୍ମୀଙ୍କ ମାନଭଂଜନ ପାଇଁ ମହାପ୍ରଭୁ ବଢାଇ ଦେଇଥିଲେ ରସଗୋଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ