Masthead

ମାଟି ଖୋଳିଲେ ବାହାରୁଛି ଚୁଡା

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ): ମାଟି ଖୋଳିଲେ ବାହାରୁଛି ଚୁଡା । କିଲେ ନୁହେଁ କି ଦୁଇକିଲୋ ନୁହେଁ ମାଟିତଳୁ ବାହାରୁଛି ବସ୍ତା ବସ୍ତା ଚୁଡା । ପ୍ରାକୃତିକ ବିପର୍ୟ୍ୟୟ ସମୟରେ ବିପଦରେ ଥିବା ଲୋକମାନଙ୍କ ପାଇଁ ଆସିଥିବା ଚୁଡ଼ାକୁ ନ ବାଣ୍ଟି ନଷ୍ଟ କରାଯାଇଥିବାର ବଡ଼ ପ୍ରମାଣ ମିଳିଛି କେନ୍ଦ୍ରାପଡ଼ା ରାଜନଗର ବ୍ଲକ ବାଘମାରୀ ପଞ୍ଚାୟତର ମଞ୍ଜୁଳାପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ପରିସରରେ । ବାତ୍ୟା ବିପନ୍ନଙ୍କ ପାଇଁ ଆସିଥିବା ହଜାର ହଜାର ଟଙ୍କାର ଚୁଡାକୁ ଲୋକମାନଙ୍କୁ ଦିଆନଯାଇ ଗାତ ଖୋଳି ପୋତି ଦିଆଯାଇଥିବା ଦେଖିବାକୁ ମିଳିଛି । ଲୁଣିପାଣି ମାଡି ଆସିବାରୁ ଜଳବନ୍ଦୀ ଅବସ୍ଥାରେ ଥିବା ବିପନ୍ନଙ୍କୁ ସ୍ଥାନାନ୍ତର କରି ରଖାଯାଇଥିଲା ।

ବାତ୍ୟା ସମୟରେ ଲୋକମାନଙ୍କୁ ରିଲିଫ ସାମଗ୍ରୀ ଠିକ ଭାବରେ ମିଳିନଥିବା ବେଳେ ଦୁଇମାସ ପରେ ସ୍କୁଲ ହତା ଭିତରେ ଏହି ଚୁଡାକୁ କିଏ କାହିଁକି ପୋତିଲା ତାହା ଏବେ ପ୍ରଶ୍ନ ସୃଷ୍ଟି କରିଛି ? ଅନ୍ୟପଟେ ରାଜନଗର ବ୍ଲକ କଂଗ୍ରେସ ଏନେଇ ରାଜନଗର ବିଡିଓଙ୍କୁ ଏକ ଦାବିପତ୍ର ଦେବା ସହିତ ୭ଦିନ ମଧ୍ୟରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକଲେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ