Masthead

ବ୍ରିଟିଶ ଅମଳରୁ ଚାଲିଆସୁଛି ଆସାମ-ମିଜୋରାମ ବିବାଦ

(ବଡ଼ ଖବର ବ୍ୟୁରୋ): ଆସାମ-ମିଜୋରାମରେ ସୀମାକୁ ନେଇ ବଢୁଛି ସଂଘର୍ଷର ତାତି । ଉଭୟ ରାଜ୍ୟ ମଧ୍ୟରେ ଏହି ବିବାଦ ପ୍ରାୟ ୧୫୦ ବର୍ଷ ତଳୁ ଆରମ୍ଭ ହୋଇଛି । ସଂଘର୍ଷ ସେତେବେଳର ଯେତେବେଳେ ମିଜୋରାମ ତାର ପରିଚୟ ପାଇନଥିଲା। ବ୍ରିଟିଶ ସରକାର ଅମଳରୁ ଚାଲିଆସୁଛି ଏହି ବିବାଦ । ଆସାମ ମିଜୋରାମର ସୀମା ପ୍ରାୟ ୧୬୫ କିଲୋମିଟର ପରିବ୍ୟାପ୍ତ। ସ୍ୱାଧୀନତା ସମୟରେ ଉତ୍ତର-ପୂର୍ବ ଭାରତ ମଧ୍ୟରେ ଥିଲା ଆସାମ, ମଣିପୁର ଓ ତ୍ରିପୁରା । ୧୯୬୩ରୁ ୧୯୮୭ ମଧ୍ୟରେ ଆସାମର ବୃହତ୍‌ ଅଞ୍ଚଳରୁ ଅଲଗା ହୋଇ ନାଗାଲାଣ୍ଡ, ମେଘାଳୟ, ଅରୁଣାଚଳ ପ୍ରଦେଶ ଓ ମିଜୋରାମ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଲେ।

ସେତେବେଳେ ମିଜୋରାମ ଲୁଶାଇ ପାହାଡ ନାମରେ ଜଣାଶୁଣା ଥିଲା ଓ ଆସାମ କାଚର ପାହାଡ ନାମରେ ଜଣାଶୁଣା ଥିଲା । ତେବେ ବ୍ରିଟିଶ ଶାସକ ଲୁଶାଇ ପାହାଡ ଏବଂ କାଚର ପାହାଡ ମଧ୍ୟରେ ସୀମା ନିର୍ଦ୍ଧାରଣ କରିଥିଲେ। ଏ ସମ୍ପର୍କରେ ୧୮୭୩ରେ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଏହାକୁ ୧୮୭୩ର ବେଙ୍ଗଲ ଇଷ୍ଟର୍ନ ଫ୍ରଣ୍ଟିଅର୍ ରେଗୁଲେସନ୍ କୁହାଯାଉଥିଲା। ୧୮୭୩ର ଏହି ରେଗୁଲେଶନକୁ ଆଧାର କରି ମିଜୋରାମ ୧୩୧୮ ବର୍ଗ କିଲୋମିଟର ସଂରକ୍ଷିତ ଜଙ୍ଗଲ ପାଇବା ପାଇଁ ଦାବି କରିଥିଲା । କିନ୍ତୁ ଆସାମ ଏହାର କୌଣସି ଅଞ୍ଚଳ ଛାଡିବାକୁ ପ୍ରସ୍ତୁତ ନଥିଲା କି ଏଏବେ ବି ନାହିଁ । ୧୯୯୫ ପରେ ଏହି ସୀମା ବିବାଦର ସମାଧାନ ପାଇଁ ଅନେକ ଚେଷ୍ଟା କରାଯାଇଥିଲା । ତଥାପି ଏହା ସମାଧାନ ହୋଇପାରିନଥିଲା ।

୨୦୦୫ରେ, ସୁପ୍ରିମ୍‌କୋର୍ଟ ପରାମର୍ଶ ଦେଇଥିଲେ ଯେ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଏକ ସୀମା ଆୟୋଗ ଗଠନ କରନ୍ତୁ । ତେବେ ମିଜୋରାମ ସରକାର ଏକ ସୀମା ଆୟୋଗ ଗଠନ କରିଥିଲେ । ଆନୁଷ୍ଠାନିକ ଭାବେ ଏ ବିଷୟରେ କେନ୍ଦ୍ରକୁ ଅବଗତ ମଧ୍ୟ କରାଯାଇଥିଲା । ଆସାମ-ମିଜୋରାମ ସୀମା ଅଞ୍ଚଳରେ ତିକ୍ତତା ଗତ ଜୁନ୍ ମାସରେ ଆରମ୍ଭ ହୋଇଥିଲା । ଜୁନ୍ ୩୦ରେ ମିଜୋରାମ ଜିଲ୍ଲାର କିଛି ଅଞ୍ଚଳ ଆସାମ ମାଡ଼ି ବସିଥିବା ମିଜୋରାମ ଅଭିଯୋଗ କରିଥିଲା । ଅନ୍ୟପକ୍ଷରେ ଆସାମ ଅଭିଯୋଗ କରିଥିଲା ଯେ, ମିଜୋରାମ ଆସାମର ସୀମାନ୍ତ ଜିଲ୍ଲା ଭିତରକୁ ପ୍ରାୟ ୧୦କିମି ପ୍ରବେଶ କରି କୋଠା ନିର୍ମାଣ କରିଛି । ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା ।

ଏହାପରେ ଜୁଲାଇ ୨୫ରେ ଆସାମ ମିଜୋରାମ ଚାଷୀଙ୍କ ଆଠଟି ଫାର୍ମ-କୁଡ଼ିଆ ପୋଡିଦେଇଥିଲେ । ଫଳରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ୬ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ପରେ ଏବେ ସାରା ଦେଶର ନଜର ଏହି ଦୁଇ ରାଜ୍ୟ ଉପରେ । ଏହି ସଂଘର୍ଷରେ ଆସାମର ୫ ପୋଲିସ କର୍ମଚାରୀଙ୍କ ସହ ୫୦ରୁ ଅଧିକ ଗୁରୁତର ଆହତ ହୋଇଥିଲେ । ଆସାମର କହିବା କଥା, ମିଜୋରାମ ଧୀରେ ଧୀରେ ଆସାମ ଅଞ୍ଚଳରେ ନିଜର ଆଧିପତ୍ୟ ଜାହିର କଲାଣି । ଯାହାକୁ ଆଦୌ ବରଦାସ୍ତ କରାଯିବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା ।