Masthead

ତାଲିବାନ ମାନେ ସାଧାରଣ ନାଗରିକ: ଇମ୍ରାନ ଖାନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ତାଲିବାନ ମାନଙ୍କୁ ସାଧାରଣ ନାଗରିକ କହି ବିବାଦ ଘେରରେ ପାକିସ୍ତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଏକ ସାକ୍ଷାତକାରରେ ଇମ୍ରାନ କହିଛନ୍ତି ତାଲିବାନ ମାନେ କୌଣସି ସାମରିକ ସଙ୍ଗଠନ ନୁହନ୍ତି । ସେମାନେ ସାଧାରଣ ନାଗରିକ । ତେବେ ପାକିସ୍ତାନ ତାଲିବାନ ଉପରେ କାହିଁକି ଆକ୍ରମଣ କରୁନି ବୋଲି ପ୍ରଶ୍ନ କରାଯିବାରୁ ସେ କହିଥିଲେ ପାକିସ୍ତାନରେ ପ୍ରାୟ ୩ନିୟୁତ ଆଫଗାନ ଶରଣାର୍ଥୀ ରହିଛନ୍ତି । ପାକିସ୍ତାନ କିପରି ସେମାନଙ୍କ ଉପରେ ଆକ୍ରମଣ କରିବ । ଏହାଚନା ତାଲିବାନ ମାନେ କୌଣସି ସାମରିକ ସଂଗଠନ ନୁହନ୍ତି । ସେମାନେ ସାଧାରଣ ନାଗରିକ । ଯଦି ଏହି ସବୁ ଶିବିରରେ କିଛି ସାଧାରଣ ନାଗରିକ ରହୁଥିବେ ସେମାନଙ୍କ ଉପରେ ପାକିସ୍ତାନ କିପରି ଆକ୍ରମଣ କରିବ ।

ଶିବିରଗୁଡ଼ିକୁ ଆପଣ ଅଭୟାରଣ୍ୟ ବୋଲି କହୁଛନ୍ତି ବା କେମିତି? ପାକିସ୍ତାନ ତାଲିବାନଙ୍କୁ ଆର୍ଥିକ ସହାୟତା, ଅସ୍ତ୍ରଶସ୍ତ୍ର ଏବଂ ଗୁଇନ୍ଦା ଯୋଗାଇ ଦେବା ନିହାତି ଅନ୍ୟାୟ ବୋଲି କୁହାଯାଉଛି। କିନ୍ତୁ, ଏ ଭଳି ଦାବିର କୌଣସି ପ୍ରମାଣ ଦେଇ ପାରିବ କି, ବୋଲି ଇମ୍ରାନ୍ ପଚାରିଛନ୍ତି। ଗୁରୁତ୍ବାରୋପ କରି ଇମ୍ରାନ୍‌ କହିଛନ୍ତି ଯେ, ୯/୧୧ ପରେ ‘ୱାର୍‌ ଅନ୍‌ ଟେରର୍‌’ରେ ଯୁକ୍ତରାଷ୍ଟ୍ର ଆମେରିକା ସହ ଯୋଗ ଦେଇ ପାକିସ୍ତାନ ସରକାର ଅସହଣୀୟ କ୍ଷତି ସହିଛନ୍ତି। ସେମାନେ ମଧ୍ୟ ବର୍ଷ ବର୍ଷ ଧରି ହଜାର ହଜାର ଆଫଗାନ ଶରଣାର୍ଥୀଙ୍କୁ ଆଶ୍ରୟ ଯୋଗାଇ ଦେଇଛନ୍ତି। ସୂଚନାଯୋଗ୍ୟ, ଜାତିସଂଘ ନିରାପତ୍ତା ପରିଷଦ୍‌ଦ୍ବାରା ପ୍ରସ୍ତୁତ ରିପୋର୍ଟ ଅନୁସାରେ, ‘ତେହରିକ୍-ଇ-ତାଲିବାନ ପାକିସ୍ତାନ’ର ପ୍ରାୟ ୬୦୦୦ ଆତଙ୍କବାଦୀ ସୀମାନ୍ତର ଆଫଗାନ ପଟରେ ଅଭିଯାନ ଚଳାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ