Masthead

ହାଇକୋର୍ଟରେ ଶୁଣାଣି ହେଉଥିବା ମାମଲାରେ ହେବ ସିଧାପ୍ରସାରଣ : ହାଇକୋର୍ଟ

କଟକ (ବଡ଼ ଖବର ବ୍ୟୁରୋ) : ସାଧାରଣ ଲୋକ ଦେଖିପାରିବେ ହାଇକୋର୍ଟ ମାମଲାର ଶୁଣାଣି । ହାଇକୋର୍ଟରେ ଶୁଣାଣି ହେଉଥିବା ମାମଲାରେ ହେବ ସିଧାପ୍ରସାରଣ । ଏନେଇ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାଦ୍ୱାରା ଓଡ଼ିଶା ବିଚାର ବିଭାଗ କ୍ଷେତ୍ରରେ ଆଉ ଏକ ନୂଆ ଐତିହାସିକ ପଦକ୍ଷେପ ଯୋଡି ହୋଇଛି । ହାଇକୋର୍ଟ ଅଫ ଓଡ଼ିଶା ଲାଇଭ ଷ୍ଟ୍ରିମିଂ ଅଫ୍ କୋର୍ଟ ପ୍ରୋସେଡିଂ ରୁଲ-୨୦୨୧ ପ୍ରଣୟନ କରାଯାଇ ବିଜ୍ଞପ୍ତି କରାଯାଇଛି ।

କେଉଁ ମାମଲାକୁ ସିଧାପ୍ରସାରଣ କରାଯିବ ଓ କେଉଁ ମାମଲାକୁ ସିଧାପ୍ରସାଣ କରାଯିବ ନାହିଁ ତାହା ଉଲ୍ଲେଖ ରହିଛି । ଲାଇଭ ଟେଲିକାଷ୍ଟରେ ବିଚାର ବିଭାଗୀୟ ପ୍ରୋସିଡିଂ, ପ୍ରଶାସନିକ ପ୍ରୋସିଡିଂ, ଲୋକ ଅଦାଲତ, ଫୁଲ କୋର୍ଟ ରେଫରେନ୍ସ ଓ ବିଦାୟକାଳୀନ ସମ୍ବର୍ଦ୍ଧନା ପରିଚାଳିତ ବିଭିନ୍ନ ବୈଠକର ପ୍ରସାରଣ କରାଯିବ । ଏବଂ ପ୍ରସାରଣ ସମୟରେ ଉଭୟ ଅଡ଼ିଓ ଓ ଭିଡ଼ିଓ ରହିବ । କେସର ଲାଇଭ ଟେଲିକାଷ୍ଟ ପାଇଁ ସ୍ୱତନ୍ତ୍ର ଲିଙ୍କ ହାଇକୋର୍ଟର ୱେସାଇଟ୍ କିମ୍ବା କେସ୍ ତାଲିକାରେ ଉଲ୍ଲେଖ ରଖାଯିବ ବୋଲି ନିଷ୍ପତ୍ତି ହୋଇଛି । ସବୁ କ୍ଷେତ୍ରରେ ଏହି ମାମଲା ଗୁଡ଼ିକର ଲାଇଭ ଟେଲିକାଷ୍ଟ କରାଯିବ ନାହିଁ । ବୈବାହିକ ମାମଲା, ଜୁଭେନାଇଲ ଜଷ୍ଟିସ ଆଇନ ମଧ୍ୟରେ ଆସୁଥିବା ବଳାତ୍କାର ମାମଲା, ମହିଳା ନିର୍ଯ୍ୟାତନା ମାମଲା, ଶିଶୁ ଯୌନ ନିର୍ଯାତନା, ହେବିଅସ କର୍ପସ ମାମଲାରେ ଯେଉଁଠି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି, ସେ ସବୁ ଶୁଣାଣିର ଲାଇଭ୍ ଟେଲିକାଷ୍ଟ ଉପରେ କଟକଣା ରହିବ । ଏହାସହ ଶୁଣାଣି ସମୟରେ ଖଣ୍ଡପୀଠରେ ଥିବା ମୁଖ୍ୟ ବିଚାରପତି ଚାହିଁଲେ ଏହି ଲାଇଭ୍ ଷ୍ଟ୍ରିମିଂ ବନ୍ଦ କରିପାରିବେ । କିନ୍ତୁ କେଉଁ କାରଣ ପାଇଁ ଲାଇଭ ଷ୍ଟ୍ରିମିଂ କରାଗଲା ନାହିଁ, କେଉଁ ମାମଲା, କେଉଁ ତାରିଖ ଓ ସମୟ ଆଦି ସମ୍ପର୍କରେ ଉଲ୍ଲେଖ କରାଯିବ । ଲାଇଭ ଷ୍ଟ୍ରିମିଂ ସମୟରେ କମେଣ୍ଟ ମି୍ବା ଚାଟିଂ ଅନୁମତି ଦିଆଯିବ ନାହିଁ । ସିଧାପ୍ରସାରଣ ସମୟରେ ଏହାର କପି କାହାକୁ ଦିଆଯିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ