ମାଟ୍ରିକରେ ବିଧାୟକଙ୍କ ମୋବାଇଲ

ଗଞ୍ଜାମ(ବଡ଼ ଖବର ବ୍ୟୁରୋ): ବିଧାୟକ ଦେଲେ ମାଟ୍ରିକ ପରୀକ୍ଷା । କିନ୍ତୁ ମୋଡି ମକଚି ଦେଲେ ସବୁ ନିୟମ । ୟେ ହେଉଛନ୍ତି ଗଞ୍ଜାମ ଜିଲ୍ଲା ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ । କିଛି ଦିନ ବାପାଙ୍କ ଶ୍ରାଦ୍ଧରେ କୋଭିଡ ନିୟମ ଭାଙ୍ଗି ଭୋଜି ଦେଇ ଚର୍ଚ୍ଚାରେ ଥିଲେ । ଏବେ ଚର୍ଚ୍ଚାରେ ମାଟ୍ରିକ ପରୀକ୍ଷା ପାଇଁ । ୪୯ ବର୍ଷ ବୟସରେ ବିଧାୟକ ପାଠ ପଢିବାକୁ ଚାହିଁଛନ୍ତି । ମାଟ୍ରିକ ପରୀକ୍ଷା ଦେବାକୁ ଚାହିଁଛନ୍ତି । ସେଥିପାଇଁ ପ୍ରଶଂସା ବି ପାଇଛନ୍ତି । ଅନ୍ୟ ଅସନ୍ତୁଷ୍ଟ ପରୀକ୍ଷାର୍ଥୀଙ୍କ ଭଳି ସେ ବି ସେଣ୍ଟର ଯାଇଥିଲେ ମାଟ୍ରିକ ପରୀକ୍ଷା ଦେବା ପାଇଁ । ଜଣେ ସମର୍ଥକ ତାଙ୍କୁ ବିନା ହେଲମେଟରେ ବାଇକରେ ବସାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସେଣ୍ଟରରେ ପହଞ୍ଚିଥିଲେ । ସେଣ୍ଟରରେ ପହଞ୍ଚିବା ପରେ ସବୁ ପରୀକ୍ଷାର୍ଥୀଙ୍କ ଭଳିି ବିଧାୟକଙ୍କ ମଧ୍ୟ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ହେଲେ ଦେଖନ୍ତୁ ସେ ସମୟର ଦୃଶ୍ୟକୁ । ବିଧାୟକଙ୍କ ହାତରେ ମୋବାଇଲ୍ ।

ମାଟ୍ରିକ ପରୀକ୍ଷା କେନ୍ଦ୍ର ମଧ୍ୟକୁ ଛାତ୍ରଛାତ୍ରୀଙ୍କୁ ମୋବାଇଲ ନେଇ ଯିବା ମନା । କିନ୍ତୁ ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ପରୀକ୍ଷା ଦେବାକୁ ମୋବାଇଲ ନେଇ ଯାଉଛନ୍ତି । ମୋବାଇଲ ନେଇ ପରୀକ୍ଷା ଦେବାକୁ ଗଲେ, ପରେ ଅସୁସ୍ଥ ବି ଅନୁଭବ କଲେ । ତେଣୁ ତାଙ୍କୁ ଆଇସୋଲେସନ ସେଣ୍ଟର ମାନେ ଗୋଟିଏ ଅଲଗା ଶ୍ରେଣୀଗୃହରେ ବସି ପରୀକ୍ଷା ଦେବାକୁ ଅନୁମତି ମିଳିଲା । ଯାହା ପରିସ୍ଥିତି ସାମ୍ନାକୁ ଆସୁଛି, ଲାଗୁଛି ବିଧାୟକ ନିଶ୍ଚୟ ଭଲ ପର୍ସେଣ୍ଟଜରେ ପାସ୍ ହେବେ । ଏବେ ଆସିବା ବିଧାୟକଙ୍କ ପରୀକ୍ଷାର ଆଉ ଗୋଟିଏ ଦିଗକୁ । ୩ ଥରର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯେବେ ୨୦୧୯ରେ ନାମାଙ୍କନ ଭରିଥିଲେ ସେତେବେଳେ ମାଟ୍ରିକ୍ ପାସ ବୋଲି ଦର୍ଶାଇଥିଲେ । କିନ୍ତୁ ୨୦୧୪ ବେଳକୁ ଏହାକୁ ନବମ ପାସ୍ ବୋଲି କହିଲେ । ସତ୍ୟପାଠରେ ଦୁଇଟା ଅଲଗା ଅଲଗା ତଥ୍ୟ ଦେଇଥିଲେ । ଏହାକୁ ନେଇ ବିରୋଧୀ ବିଧାୟକଙ୍କ ଉପରେ ପ୍ରଶ୍ନ ବି ଉଠାଇଥିଲେ । ଏବେ ବିଧାୟକ ମାଟ୍ରିକ ପରୀକ୍ଷା ଦେଉଛନ୍ତି, ଚର୍ଚ୍ଚାରେ ବି ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ