Masthead

ଯାଜପୁରରେ ଅନ୍ନଦାତାଙ୍କୁ ଆକ୍ରମଣ

ଯାଜପୁର (ବଡ଼ ଖବର ବ୍ୟୁରୋ): ଚାଷ ଅଛି ଯାହାର କେଡେ ସୁଖ ତାହାର । ଏ କଥାଟି ଆଜି ଭୂଲ ବୋଲି ପ୍ରମାଣିତ ହୋଇଛି । ଗୋଟିଏ ବ୍ୟାଙ୍କର ସିକ୍ୟୁରିଟି ଚାଷୀକୁ ମାଡ଼ ମାରି ଲହୁଲୁହାଣ କରିବା ସହ ମୁଣ୍ଡ ଫଟାଇ ଦେଇଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ସହରରେ ଥିବା କଟକ କେନ୍ଦ୍ର ସମବାୟ ବ୍ୟାଙ୍କରେ । ଯାଜପୁର ବ୍ଲକ ଶିମିଳିଆ ଗ୍ରାମର ଚାଷୀ ରାଜକିଶୋର ନାୟକ ଚାଷ ବୀମା ଅର୍ଥ ରାଶି ପାଇଁ ଯାଜପୁର ସହରରେ ଥିବା କଟକ କେନ୍ଦ୍ର ସମବାୟ ବ୍ୟାଙ୍କକୁ ଶୁକ୍ରବାର ଆସିଥିଲେ । ରାଜକିଶୋରଙ୍କ ସହ ଶିମିଳିଆ ଗ୍ରାମ ସମେତ ବ୍ଲକର ଅନ୍ୟାନ୍ୟ ଗ୍ରାମରୁ ଚାଷୀମାନେ ଚାଷ ବୀମା ଅର୍ଥ ରାଶି ପାଇଁ ଆସି ବ୍ୟାଙ୍କ ସମୁଖରେ ଦୀର୍ଘ ଘଣ୍ଟା ଅପେକ୍ଷା କରିଥିଲେ । କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ ଅର୍ଥ ରାଶି ପ୍ରଦାନ ପାଇଁ କୌଣସି ସୂଚନା ଦେଇନଥିଲେ । ଦୀର୍ଘ ସମୟ ଅପେକ୍ଷା କରିବାପରେ ଚାଷୀ ରାଜକିଶୋର ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଭେଟିବା ପାଇଁ ବ୍ୟାଙ୍କର ନିରାପତ୍ତାରଖିଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ନିରାପତ୍ତାରଖି ଭେଟିବା ପାଇଁ ଛାଡିବା ପରିବର୍ତ୍ତେ ଚାଷୀ ରାଜକିଶୋରଙ୍କୁ ଧକ୍କା ମାରିଥିଲା ।

ଚାଷୀ ଏହାର ପ୍ରତିବାଦ କରିବାରୁ ନିରାପତ୍ତାରଖି ଚାଷୀକୁ ଆକ୍ରମଣ କରି ଲହୁଲୁହାଣ କରି ମୁଣ୍ଡ ଫଟାଇ ଦେଇ ଚାଷୀକୁ ନେଇ ଟାଣି ଟାଣି ନେଇ ବ୍ୟାଙ୍କ ଭିତରେ ପୁରାଇ ଦେଇଥିଲେ । ଏହି ଘଟଣାକୁ ନେଇ ବ୍ୟାଙ୍କ ସମୁଖରେ ଅପେକ୍ଷା କରି ରହିଥିବା ଚାଷୀମାନେ ତୀବ୍ର ପ୍ରତିକ୍ରିୟା କରିବା ସହ ଚାପା ଉତ୍ତେଜନା ଦେଖାଦେଇଥିଲା । ଦୀର୍ଘ ସମୟ ପରେ ନିରାପତ୍ତାରଖି ବ୍ୟାଙ୍କ ସମ୍ମୁଖକୁ ଆସି ରାଜକିଶୋର ସମେତ ଅପେକ୍ଷା କରି ରହିଥିବା ଚାଷୀ ମାନଙ୍କୁ ଭୁଲ ମାଗିବା ପରେ ଘଟଣାର ସମାଧାନ ହୋଇଥିଲା । କିନ୍ତୁ ଚାଷୀର ମୁଣ୍ଡ ଫାଟି ଆହତ ହୋଇ ଥିଲେ ହେଁ ପାଖରେ ଥିବା ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇନଥିଲେ । ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ କରାଯାଇ ଯାଜପୁର ଥାନାରେ ନିରାପତ୍ତାରଖି ନାମରେ ଅଭିଯୋଗ ଗ୍ରହଣ କରାଯିବା ବୋଲି କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା