Masthead

ଆଜି ଉତ୍କଳ ଦୀପିକାର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ହେଉଛି ଉତ୍କଳ ଦୀପିକାର ପ୍ରତିଷ୍ଠା ଦିନ । ୧୮୬୬ରେ ରାଜ୍ୟରେ ଭୟଙ୍କର ଦୁର୍ଭିକ୍ଷ ପଡ଼ିଥିଲା । ସେହି ବର୍ଷ ଅଗଷ୍ଟ ୪ରେ ବିଧିବଦ୍ଧ ଭାବେ ପ୍ରକାଶିତ ହୋଇଥିଲା ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ଉତ୍କଳ ଦୀପିକା । କର୍ମବୀର ଗୌରୀଶଙ୍କର ରାୟ ଏହାର ପ୍ରଥମ ସମ୍ପାଦକ ଓ ବିଚିତ୍ରାନନ୍ଦ ଦାସ ପ୍ରକାଶକ ଥିଲେ ।

ଓଡ଼ିଆ ଭାଷାର ସୁରକ୍ଷା କ୍ଷେତ୍ରରେ ଉତ୍କଳ ଦୀପିକାର ଅବଦାନ ଅତୁଳନୀୟ । ଉତ୍କଳ ଦୀପିକାର ଜନ୍ମଦିନ ଅଗଷ୍ଟ ୪କୁ ରାଜ୍ୟର ଅନେକ ଅନୁଷ୍ଠାନ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଏ । ଭାରତରେ ସାମ୍ବାଦିକତା ଇତିହାସର ଗୌରବମୟ ଅଧ୍ୟାୟରେ ଓଡ଼ିଶା ଶହେ ବର୍ଷରୁ ଅଧିକ ସାମ୍ବାଦିକତାର ଇତିହାସ ସହିତ ଗର୍ବ ଏବଂ ସମ୍ମାନର ସ୍ଥାନ ଅଧିକାର କରିଛି। ୧୬୬୨ ମସିହାରେ ଲଣ୍ଡନର ପ୍ରଥମ ଖବରକାଗଜ ପ୍ରକାଶିତ ହୋଇଥିଲା ।

ଭାରତରେ ଖବରକାଗଜ ପ୍ରକାଶନ ପାଇଁ ପ୍ରଥମ ପ୍ରୟାସ ୧୭୭୬ ମସିହାରେ କଲିକତାରେ ଜଣେ ଇଂରାଜୀ ୱିଲିୟମ୍ ବୋଲ୍ଟଙ୍କ ଦ୍ୱାରା କରାଯାଇଥିଲା। କିନ୍ତୁ ସରକାରୀ ପ୍ରତିବନ୍ଧକ ଯୋଗୁଁ ସେ ସଫଳ ହୋଇପାରିଲେ ନାହିଁ।୧୮୬୬ରେ ରାଜ୍ୟରେ ଭୟଙ୍କର ଦୁର୍ଭିକ୍ଷ ପଡ଼ିଥିଲା । ସେହି ବର୍ଷ ଅଗଷ୍ଟ ୪ରେ ବିଧିବଦ୍ଧ ଭାବେ ପ୍ରକାଶିତ ହୋଇଥିଲା ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ । ଏହି ପତ୍ରିକାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଓଡିଆ ସାହିତ୍ୟ ବିସ୍ତାର କରିବା ଏବଂ ପ୍ରଶାସନିକ ତ୍ରୁଟି ଦର୍ଶାଇବା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ