Masthead

କାର ବୋମା ଆକ୍ରମଣ: ୮ ମୃତ, ୨୦ ଗୁରୁତର

(ବଡ଼ ଖବର ବ୍ୟୁରୋ): ଗତ ମଙ୍ଗଳବାର ରାତିରେ କାବୁଲରେ ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ବିସମିଲା ମହମ୍ମଦଙ୍କ ଘର ଆଗରେ ଏକ କାର ର୍ଦୁଘଟଣା ଘଟି ୮ ମହିଳା ମୃତ ହେବା ସହ ୨୦ ଗୁରୁତର ଆହାତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଦେଶର ଅଭ୍ୟନ୍ତରୀଣ ମନ୍ତ୍ରୀ । ଘଟଣା ଟି ରାତି ୮ରେ କାବୁଲ ଜିଲ୍ଲା ଶିରିପୁର ଅଞ୍ଚଳରେ ଘଟିଛି । ଯେଉଁଠି ସମସ୍ତ ସରକାରୀ କାର୍ଯ୍ୟାୟଳ ରହିଛି ।

ହଠାତ କିଛି ଲୋକେ ପ୍ରତିରକ୍ଷା ମନ୍ତ୍ରୀ ରହୁଥିବା ବାସଭବନରେ ପହଞ୍ଚିବାପରେ ସିକ୍ୟୁରିଟ ଗାର୍ଡଙ୍କ ଉପରକୁ ଗୁଳି ବିନିମୟ କରିବା ଆରମ୍ଭ କରିଦେଇଥିଲେ । ଗୁଳିବିନିମୟ ଏତେ ଭୟଙ୍କର ଥିଲା ଯେ ଗୋଟେ ମିନିଟ୍ ପାଇଁ ସେଠାରେ ବାୟୁମଣ୍ଡଳ ଧୂଆଁ ହୋଇଯାଇଥିଲା । କୁହାଯାଉଛି କାର ବୋମା ଆକ୍ରମଣକାରୀଙ୍କ ଟାର୍ଗେଟରେ ଥିଲା ଗେଷ୍ଟହାଉସ୍ । ଯେଉଁଥିରେ ବାସକରୁଥିଲେ ବିସମିଲ୍ଲା ମହମ୍ମଦ ।

କିଛିଦିନ ହେବ ଆଫଗାନ ସହରରେ ଆଫଗାନ ଓ ତାଲିବାନ ମଧ୍ୟରେ ସଂଘର୍ଷ ଜାରି ରହିଥିଲା । ଯାହାର ଶିକାର ହେଉଛନ୍ତି ଆଫଗାନିସ୍ଥାନର ସାଧାରଣ ନାଗରିକ ଓ ସୁରକ୍ଷାରେ ଥିବା ସିକ୍ୟୁରିଟ ଫୋର୍ସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ