ବିନା କାରଣରେ ଅଟକାଇବନି ଟ୍ରାଫିକ ପୋଲିସ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ମୁମ୍ବାଇବାସୀଙ୍କ ପାଇଁ ଖୁସି ଖବର । ଟ୍ରାଫିକ୍ ପୋଲିସ୍ ବିନା କାରଣରେ କିମ୍ବା ସନ୍ଦେହ ଆଧାରରେ ଆଉ କୌଣସି ଗାଡିକୁ ଅଟକାଇ ପାରିବେ ନାହିଁ । ଯାଞ୍ଚ ମଧ୍ୟ କରିବେ ନାହିଁ । ଟ୍ରାଫିକ୍ ସମସ୍ୟାକୁ ନେଇ ପୋଲିସ କମିଶନର ହେମନ୍ତ ନାଗରାଲେ ଦେଇଛନ୍ତି ସୂଚନା । ଟ୍ରାଫିକ ପୋଲିସ କେବଳ ଟ୍ରାଫିକର ମନିଟରିଙ୍ଗ କରିବ ।

ଟ୍ରାଫିକକୁ କିପରି ସଠିକ୍ ଭାବେ ନିୟନ୍ତ୍ରଣ କରାଯାଇପାରିବ ସେ ଦିଗରେ ଦୃଷ୍ଟି ଦେବ । ବିନା କାରଣ ନଥାଇ ଅନେକ ସମୟରେ କେବଳ ସନ୍ଦେହ କରି ଟ୍ରାଫିକ୍ ପୋଲିସ୍ କାର ଚାଳକଙ୍କୁ ରୋକି ଅଯଥାରେ ବୁଟ୍ ଓ ଗାଡି ଭିତର ଚେକିଙ୍ଗ କରନ୍ତି । ଯାହାଦ୍ୱାରା ଟ୍ରାଫିକ୍ ଜାମ୍ ହୋଇ ସମସ୍ୟା ସୃଷ୍ଟି ହୁଏ । ଏବେ ଟ୍ରାଫିକ୍ ପୋଲିସ ଗାଡି ରୋକିବା ଓ ଚେକିଂ ନକରି କେବଳ ମନିଟରିଙ୍ଗ ଉପରେ ଦୃଷ୍ଟି ଦେବେ ।

ଟ୍ରାଫିକ୍ ନିୟମ ଉଲଂଘନ କଲେ ଚାଳକକୁ ରୋକି ଜରିମାନା କାଟି ପାରିବ ବୋଲି ସର୍କୁଲାରରେ କୁହାଯାଇଛି । ଯଦି କୌଣସି ଟ୍ରାଫିକ୍ ପୋଲିସ ଏହି ନିୟମ ଖିଲାପ କରନ୍ତି ତେବେ ବିଭାଗର ବରିଷ୍ଠ ନିରୀକ୍ଷକ ଏଥିପାଇଁ ଦାୟୀ ରହିବେ ବୋଲି କମିଶନର ସ୍ପଷ୍ଟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ