Masthead

ବିନା କାରଣରେ ଅଟକାଇବନି ଟ୍ରାଫିକ ପୋଲିସ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ମୁମ୍ବାଇବାସୀଙ୍କ ପାଇଁ ଖୁସି ଖବର । ଟ୍ରାଫିକ୍ ପୋଲିସ୍ ବିନା କାରଣରେ କିମ୍ବା ସନ୍ଦେହ ଆଧାରରେ ଆଉ କୌଣସି ଗାଡିକୁ ଅଟକାଇ ପାରିବେ ନାହିଁ । ଯାଞ୍ଚ ମଧ୍ୟ କରିବେ ନାହିଁ । ଟ୍ରାଫିକ୍ ସମସ୍ୟାକୁ ନେଇ ପୋଲିସ କମିଶନର ହେମନ୍ତ ନାଗରାଲେ ଦେଇଛନ୍ତି ସୂଚନା । ଟ୍ରାଫିକ ପୋଲିସ କେବଳ ଟ୍ରାଫିକର ମନିଟରିଙ୍ଗ କରିବ ।

ଟ୍ରାଫିକକୁ କିପରି ସଠିକ୍ ଭାବେ ନିୟନ୍ତ୍ରଣ କରାଯାଇପାରିବ ସେ ଦିଗରେ ଦୃଷ୍ଟି ଦେବ । ବିନା କାରଣ ନଥାଇ ଅନେକ ସମୟରେ କେବଳ ସନ୍ଦେହ କରି ଟ୍ରାଫିକ୍ ପୋଲିସ୍ କାର ଚାଳକଙ୍କୁ ରୋକି ଅଯଥାରେ ବୁଟ୍ ଓ ଗାଡି ଭିତର ଚେକିଙ୍ଗ କରନ୍ତି । ଯାହାଦ୍ୱାରା ଟ୍ରାଫିକ୍ ଜାମ୍ ହୋଇ ସମସ୍ୟା ସୃଷ୍ଟି ହୁଏ । ଏବେ ଟ୍ରାଫିକ୍ ପୋଲିସ ଗାଡି ରୋକିବା ଓ ଚେକିଂ ନକରି କେବଳ ମନିଟରିଙ୍ଗ ଉପରେ ଦୃଷ୍ଟି ଦେବେ ।

ଟ୍ରାଫିକ୍ ନିୟମ ଉଲଂଘନ କଲେ ଚାଳକକୁ ରୋକି ଜରିମାନା କାଟି ପାରିବ ବୋଲି ସର୍କୁଲାରରେ କୁହାଯାଇଛି । ଯଦି କୌଣସି ଟ୍ରାଫିକ୍ ପୋଲିସ ଏହି ନିୟମ ଖିଲାପ କରନ୍ତି ତେବେ ବିଭାଗର ବରିଷ୍ଠ ନିରୀକ୍ଷକ ଏଥିପାଇଁ ଦାୟୀ ରହିବେ ବୋଲି କମିଶନର ସ୍ପଷ୍ଟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା