Masthead

ଚାରି ପୁତ୍ରର ଜନନୀ ଦାଣ୍ଡର ଭିକାରି 

ଅଶି ବର୍ଷ ବୃଦ୍ଧା ମା ପାଇଁ ଯୋଡ଼ା ଆଶ୍ୱିନ ହେଲା କାଳ 

ପାତ୍ରପୁର (ବଡ଼ଖବର ) ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ତୁମ୍ବା ଗ୍ରାମରେ ଜଣେ ଅଶି ବର୍ଷ ର ବୃଦ୍ଧା ଚାରିପୁତ୍ରର ଜନନୀ ହୋଇ ମଧ୍ୟ ଦାଣ୍ଡରେ ଭିକାରି ଭଳି ପଡି ରହିବା ଅତ୍ୟନ୍ତ ଲଜ୍ଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି l କଥାରେ ଅଛି ଜନନୀ ଜନ୍ମ ଭୂମିଶ୍ଚ ସ୍ୱର୍ଗ ଦ୍ବାପି ଗରୀୟସୀ l ଏହିଭଳି ଜନନୀ କୁ ଯୋଡ଼ା ଆଶ୍ୱିନ ମାସ କାଳ ସାଜିଛି l ତୁମ୍ବା ଗ୍ରାମର ବାଇ ପାଢ଼ୀଙ୍କ ଚାରିପୁତ୍ର ମଧ୍ୟରୁ ଦୁଇ ପୁତ୍ରଙ୍କ ମୃତ୍ୟୁ  ଘଟି ଥିବା ବେଳେ  ଜୀବିତ ଦୁଇ ପୁତ୍ର ଓ ଦୁଇ ବୋହୁ ମା ଙ୍କୁ ମାସେ ଲେଖାଏଁ ରଖିବା ପାଇଁ ସ୍ଥିର କରି ପ୍ରତି ପୂର୍ଣ୍ଣିମାକୁ ଅବଧି ଶେଷର ନିୟମ ରଖିଥିଲେ l ସମ୍ପ୍ରତି ଯୋଡ଼ା ଆଶ୍ୱିନ ମାସ ପଡ଼ିଥିବାରୁ ଗତ କାଲି ଠାରୁ ଯୋଡ଼ା ଆଶ୍ୱିନ ମାସ ଆରମ୍ଭ ହେଉଥିବା ରୁ ଏହି ମାସରେ ବୃଦ୍ଧା ମା କୁ ରଖିବାକୁ କେହି ରାଜି ହେଉନାହାନ୍ତି l ବୃଦ୍ଧା ଜଣକ  ସନ୍ଧ୍ୟା ପାଞ୍ଚଟା ସମୟରୁ  ରାଜ ରାସ୍ତାରେ ପଡି ରହିଥିବା ବେଳେ ରାତ୍ର ଗ୍ରାମବାସୀ ହସ୍ତକ୍ଷେପ କରିଛନ୍ତି l ପୁତ୍ର ଓ ବୋହୁମାନେ ଭଲ ସ୍ଥିତି ରେ ରହିଥିବା ବେଳେ  କୌଣସି ପୁତ୍ର ଏହି ମାସରେ ରଖିବାକୁ ରାଜି ହେଉନଥିବାରୁ ପୁତ୍ର ଜନ୍ମ କରିବା ମା ପାଇଁ ଅଭିଶାପ ପାଲୋଟିଛି l ଖବର ଲେଖାହେବା ପର୍ଯ୍ୟନ୍ତ କୌଣସି ନିଷ୍ପତି ହୋଇପାରିନଥିବା ବେଳେ ପ୍ରଶାସନିକ ଅଧିକାରୀ ମାନେ ହସ୍ତକ୍ଷେପ କରିବା ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀ ମହଲ ରେ ପ୍ରକାଶ ପାଇଛି l
ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ