Masthead

ଚାରି ପୁତ୍ରର ଜନନୀ ଦାଣ୍ଡର ଭିକାରି 

ଅଶି ବର୍ଷ ବୃଦ୍ଧା ମା ପାଇଁ ଯୋଡ଼ା ଆଶ୍ୱିନ ହେଲା କାଳ 

ପାତ୍ରପୁର (ବଡ଼ଖବର ) ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ତୁମ୍ବା ଗ୍ରାମରେ ଜଣେ ଅଶି ବର୍ଷ ର ବୃଦ୍ଧା ଚାରିପୁତ୍ରର ଜନନୀ ହୋଇ ମଧ୍ୟ ଦାଣ୍ଡରେ ଭିକାରି ଭଳି ପଡି ରହିବା ଅତ୍ୟନ୍ତ ଲଜ୍ଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି l କଥାରେ ଅଛି ଜନନୀ ଜନ୍ମ ଭୂମିଶ୍ଚ ସ୍ୱର୍ଗ ଦ୍ବାପି ଗରୀୟସୀ l ଏହିଭଳି ଜନନୀ କୁ ଯୋଡ଼ା ଆଶ୍ୱିନ ମାସ କାଳ ସାଜିଛି l ତୁମ୍ବା ଗ୍ରାମର ବାଇ ପାଢ଼ୀଙ୍କ ଚାରିପୁତ୍ର ମଧ୍ୟରୁ ଦୁଇ ପୁତ୍ରଙ୍କ ମୃତ୍ୟୁ  ଘଟି ଥିବା ବେଳେ  ଜୀବିତ ଦୁଇ ପୁତ୍ର ଓ ଦୁଇ ବୋହୁ ମା ଙ୍କୁ ମାସେ ଲେଖାଏଁ ରଖିବା ପାଇଁ ସ୍ଥିର କରି ପ୍ରତି ପୂର୍ଣ୍ଣିମାକୁ ଅବଧି ଶେଷର ନିୟମ ରଖିଥିଲେ l ସମ୍ପ୍ରତି ଯୋଡ଼ା ଆଶ୍ୱିନ ମାସ ପଡ଼ିଥିବାରୁ ଗତ କାଲି ଠାରୁ ଯୋଡ଼ା ଆଶ୍ୱିନ ମାସ ଆରମ୍ଭ ହେଉଥିବା ରୁ ଏହି ମାସରେ ବୃଦ୍ଧା ମା କୁ ରଖିବାକୁ କେହି ରାଜି ହେଉନାହାନ୍ତି l ବୃଦ୍ଧା ଜଣକ  ସନ୍ଧ୍ୟା ପାଞ୍ଚଟା ସମୟରୁ  ରାଜ ରାସ୍ତାରେ ପଡି ରହିଥିବା ବେଳେ ରାତ୍ର ଗ୍ରାମବାସୀ ହସ୍ତକ୍ଷେପ କରିଛନ୍ତି l ପୁତ୍ର ଓ ବୋହୁମାନେ ଭଲ ସ୍ଥିତି ରେ ରହିଥିବା ବେଳେ  କୌଣସି ପୁତ୍ର ଏହି ମାସରେ ରଖିବାକୁ ରାଜି ହେଉନଥିବାରୁ ପୁତ୍ର ଜନ୍ମ କରିବା ମା ପାଇଁ ଅଭିଶାପ ପାଲୋଟିଛି l ଖବର ଲେଖାହେବା ପର୍ଯ୍ୟନ୍ତ କୌଣସି ନିଷ୍ପତି ହୋଇପାରିନଥିବା ବେଳେ ପ୍ରଶାସନିକ ଅଧିକାରୀ ମାନେ ହସ୍ତକ୍ଷେପ କରିବା ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀ ମହଲ ରେ ପ୍ରକାଶ ପାଇଛି l
ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ