Masthead

ଅସନ୍ତୁଷ୍ଟ ସିବିଏସଇ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେଇପାରିବେ ପରୀକ୍ଷା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଅସନ୍ତୁଷ୍ଟ ସିବିଏସଇ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ପୁଣି ପରୀକ୍ଷା । ନିଜ ରେଜଲ୍ଟରେ ଖୁସି ନଥିବା ଓ କମ୍ପାର୍ଟମେଣ୍ଟ ପିଲାମାନଙ୍କ ପାଇଁ ସିବିଏସ୍ଇ ପରୀକ୍ଷା ତାରିଖ ଘୋଷଣା କରିଛି। ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପରୀକ୍ଷା ତାରିଖ ବୋର୍ଡ ପକ୍ଷରୁ ପ୍ରକାଶ କରାଯାଇଛି। ସିବିଏସ୍ଇ ୧୦ମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଅଗଷ୍ଟ ୨୫ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୮ ଯାଏ ଚାଲିବ।

ସେହିପରି ଦ୍ୱାଦଶ ଶ୍ରେଣୀ ପିଲାମାନେ ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୧୬ ଯାଏ ପରୀକ୍ଷା ଦେବେ। ସିବିଏସ୍ଇ ପକ୍ଷରୁ କୁହାଯାଇଛି ଯେ ସକାଳ ୧୦.୩୦ରୁ ସବୁ ପରୀକ୍ଷା ଆରମ୍ଭ ହେବ। ଦିନ ୧୦ଟାରେ ପ୍ରଥମେ ଉତ୍ତରଖାତା ଓ ୧୦.୧୫ରେ ପିଲାମାନଙ୍କୁ ପ୍ରଶ୍ନପତ୍ର ଦିଆଯିବ। ୧୫ ମିନିଟ୍ ପିଲାମାନଙ୍କୁ ପ୍ରଶ୍ନ ପଢ଼ିବାକୁ ଦିଆଯିବ। ଠିକ୍ ଦିନ ୧୦.୩୦ରେ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ପାଇଁ ପିଲାମାନଙ୍କୁ ଦୁଇ ଘଣ୍ଟା ସମୟ ମିଳିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ