Masthead

ହିମାଚଳ ପ୍ରଦେଶରେ ବଡ଼ ଧରଣର ଭୂସ୍ଖଳନ

(ବଡ଼ ଖବର ବ୍ୟୁରୋ): ହିମାଚଳ ପ୍ରଦେଶରେ ବଡ଼ ଧରଣର ଭୂସ୍ଖଳନ । ହିମାଚଳ ପ୍ରଦେଶର କନ୍ନୌର ଜିଲ୍ଲାରେ ଘଟିଛି ଏହି ଅଘଟଣା । ନିଗୁଲସରିରେ ଜାତୀୟ ରାଜପଥ ୫ରେ ଆଜି ଏକ ବଡ଼ଧରରଣ ଭୂସ୍ଖଳନ ଘଟିଛି। ଏହି ଭୂସ୍ଖଳନ ଯୋଗୁ ପାହାଡ଼ରୁ ମାଟି ଅତଡ଼ା ଓ ବଡ଼ବଡ଼ ପଥର ଖସିଥିଲା । ଏହି ମାଟି ଅତଡ଼ା ତଳେ ଗୋଟିଏ ବସ୍ , ଟ୍ରକ ଓ ଏକାଧିକ କାର୍ ଫସି ରହିଥିବା ଅନୁମାନ କରାଯାଉଛି। ବସରେ ୪୦ରୁ ଅଧିକ ଲୋକ ଥିବା କୁହାଯାଉଛି। ମାଟି ଅତଡ଼ା ତଳେ ବସ ଯାତ୍ରୀ ଫସି ଯାଇଛନ୍ତି।ଭୂସ୍ଖଳନର ଶିକାର ହୋଇଥିବା ବସଟି ୪୦ରୁ ଅଧିକ ଯାତ୍ରୀଙ୍କୁ ଧରି କନ୍ନୌରରୁ ହରିଦ୍ୱାର ଯାଉଥିଲା। ଭୂସ୍ଖଳନ ହେତୁ ବସରେ ପଥର ଖଣ୍ଡ ମାଡ଼ ହେବା ପରେ ଏହା ସଂପୂର୍ଣ୍ଣ ଭାବେ ମାଟି ତଳେ ପୋତି ହୋଇଯାଇଛି।

କେବଳ ଏତିକି ନୁହେଁ ଏହି ଭୂସ୍ଖଳନ ସମୟରେ ସେହି ରାସ୍ତା ଦେଇ ଯାଉଥିବା ଏକାଧିକ କାର୍ ମଧ୍ୟ ମାଟି ଅତଡ଼ା ତଳେ ଫସି ଯାଇଛି। ଭୂସ୍ଖଳନ ହୋଇଥିବା ଖବର ପାଇବା ପରେ ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ସମେତ ଅନ୍ୟ ଅଧିକାରୀ ପହଞ୍ଚିଥିଲେ। ସ୍ଥାନୀୟଲୋକ ଗୁରୁତରଙ୍କୁ ଉଦ୍ଧାର କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ