Masthead

୩୦ଜିଲ୍ଲାରୁ ୩୦୫୩ ଚିହ୍ନଟ , ନଅ ଜିଲ୍ଲାରେ ଶତାଧିକ ଆକ୍ରାନ୍ତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କରୋନାରେ ଲାଗୁନି ବ୍ରେକ । ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଦିନକୁ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ପୁଣି ରାଜ୍ୟରେ ୩୦୫୩ ଆକ୍ରାନ୍ତ ହିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮୦୪ କ୍ୱାରେଣ୍ଟାନଇରୁ ଚିହ୍ନଟ ହୋଇଥିବା ବେଳେ ୧୨୪୯ଟି ଲୋକାଲ କେଶ୍ ରହିଛି । ଖୋର୍ଦ୍ଧା, କଟକ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ପୁରୀ ଓ ସମ୍ବଲପୁର ଜିଲ୍ଲାର ସ୍ଥିତି ସଙ୍ଗିନ ।

ଆଜି ଚିହ୍ନଟ ହୋଇଥିବା ଖୋର୍ଦ୍ଧାରୁ ସର୍ବାଧିକ ୫୬୧ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୨୫୬ଜଣ ଅକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୬୪, ବାଲେଶ୍ୱରରୁ ୮୫, ବରଗଡ଼ରୁ ୯୮, ଭଦ୍ରକରୁ ୭୦, ବଲାଙ୍ଗୀରରୁ ୯୫, ବୌଦ୍ଧରୁ ୨୮, ଦେବଗଡରୁ଼ ୧୬, ଢେଙ୍କାନାଳରୁ ୫୧, ଗଜପତିରୁ ୧୮, ଗଞ୍ଜାମରୁ ୫୨, ଜଗତସିଂହପୁରରୁ ୭୨, ଯାଜପୁରରୁ ୧୧୦, ଝାରସୁଗୁଡ଼ାରୁ ୧୪୬, କଳାହାଣ୍ଡିରୁ ୪୧, କନ୍ଧମାଳରୁ ୩୨, କେନ୍ଦ୍ରାପଡ଼ାରୁ ୧୧୫, କେନ୍ଦୁଝରରୁ ୧୩୩, କୋରାପୁଟରୁ ୪୪, ମାଲକାନଗିରିରୁ ୬୨, ମୟୂରଭଞ୍ଜରୁ ୧୫୨, ନବରଙ୍ଗପୁରୁ ୧୪, ନୟାଗଡ଼ରୁ ୬୭, ନୁଆପଡ଼ାରୁ ୫୬, ପୁରୀ ୧୨୭, ରାୟଗଡ଼ାରୁ ୩୬, ସମ୍ବଲପୁରରୁ ୧୨୩, ସୋନପୁରର ୮୩ ଓ ସୁନ୍ଦରଗଡ଼ରୁ ୯୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍  ସୂଚନା ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼