Masthead

ସାପକୁ କାମୁଡ଼ି ମାରିଦେଲେ

ସୁକିନ୍ଦା(ବଡ଼ ଖବର ବ୍ୟୁରୋ): ସର୍ପ ଆଘାତର ଆହତ ହୋଇ ସାପ କୁ କାମୁଡିଲେ ଯୁବକ ।ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନମଣ୍ତଳି ଦାନଗଦି ବ୍ଲକ ଶାଳିଜଙ୍ଗା ପାଞ୍ଚୟତ ଗମ୍ଭାରୀପାଟିଆ ଗ୍ରାମ ରେ । ଏହି ଗ୍ରାମରେ ରହୁଥିବା ଜୁରା ବଦରା ଙ୍କ ପୁଅ କିଶୋର ବଦରା ଗୁରୁବାର ସନ୍ଧ୍ୟା ୬ଟାରେ ଚାଷ ଜମି ରୁ ଫେରିବା ସମୟରେ ତାଙ୍କୁ ସର୍ପଘାତ କରିଥିଲେ । ପରେ କିଶୋର ନିଜେ ସାପ ଟିକୁ କାବୁ କରିଥିଲେ ।

ଏହାକୁ ଦେଖିବା ମାତ୍ରେ କିଶୋର ସଙ୍ଗେ ସଙ୍ଗେ ପ୍ରତିଶୋଧ ପରାୟଣ ହୋଇ ସାପଟିକୁ ଅତି ନିର୍ମମ ଭାବେ କାମୁଡି କାମୁଡି ମାରିଦେବା ସହ ତା ରକ୍ତ କୁ ପିଇ ଦେଇଥିଲେ । ପରେ ଘରକୁ ଫେରି ତାଙ୍କ ସ୍ତ୍ରୀ କୁ ଏ କଥା ଜଣାଇଥିଲେ ଓ ହାତ ରେ ସାପ ଟି କୁ ଧରି ଗାଁ ରେ ବୁଲୁଥିବା ବେଳେ ଲୋକମାନେ ଏହାକୁ ଦେଖିବାକୁ ପାଇଥିଲେ ।

ସେ ଅନ୍ଧ ବିଶ୍ୱାସ ର ବଶବର୍ତ୍ତୀ ହୋଇ ଗୁଣିଆ ପାଖକୁ ଯାଇ ଝଡ଼ା ଫୁଙ୍କା ଆରମ୍ଭ କରିଥିଲେ।କିନ୍ତୁ ମେଡିକାଲ ଯାଇ ନ ଥିଲେ । ପରେ ସେ ଗାଁ ପାଖ ଗଳିସନ୍ଧି ନାମକ ଏକ ସ୍ଥାନକୁ ଯାଇ ଝଡାଫୁଂକା କରିଥିବା କହିଛନ୍ତି । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣା ପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି