Masthead

ସାପକୁ କାମୁଡ଼ିଲା ମଣିଷ

ଯାଜପୁର (ବଡ଼ ଖବର ବ୍ୟୁରୋ): ସାପର ଆଘାତରେ ଆହତ ହୋଇ ସାପକୁ କାମୁଡିଲେ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନମଣ୍ତଳୀ ଦାନଗଦି ବ୍ଲକ ଶାଳିଜଙ୍ଗା ପାଞ୍ଚୟତ ଗମ୍ଭାରୀପାଟିଆ ଗ୍ରାମରେ । ଏହି ଗ୍ରାମରେ ରହୁଥିବା ଜୁରା ବଦରାଙ୍କ ପୁଅ କିଶୋର ବଦରା ଗୁରୁବାର ସନ୍ଧ୍ୟା ୬ଟାରେ ଚାଷ ଜମିରୁ ଫେରିବା ସମୟରେ ତାଙ୍କୁ ସର୍ପଘାତ କରିଥିଲା । ପରେ କିଶୋର ନିଜେ ସାପଟିକୁ କାବୁ କରିଥିଲେ ।

ଏହାକୁ ଦେଖିବାମାତ୍ରେ କିଶୋର ସଙ୍ଗେସଙ୍ଗେ ପ୍ରତିଶୋଧ ପରାୟଣ ହୋଇ ସାପଟିକୁ ଅତି ନିର୍ମମ ଭାବେ କାମୁଡି କାମୁଡି ମାରିଦେବା ସହ ତା ରକ୍ତକୁ ପିଇ ଦେଇଥିଲେ । ପରେ ଘରକୁ ଫେରି ତାଙ୍କ ସ୍ତ୍ରୀକୁ ଏ କଥା ଜଣାଇଥିଲେ ଓ ହାତରେ ସାପଟିକୁ ଧରି ଗାଁରେ ବୁଲୁଥିବାବେଳେ ଲୋକମାନେ ଏହାକୁ ଦେଖିବାକୁ ପାଇଥିଲେ ।

ସେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣିଆ ପାଖକୁ ଯାଇ ଝଡ଼ା ଫୁଙ୍କା ଆରମ୍ଭ କରିଥିଲେ। କିନ୍ତୁ ମେଡିକାଲ ଯାଇ ନଥିଲେ । ପରେ ସେ ଗାଁ ପାଖ ଗଳିସନ୍ଧି ନାମକ ଏକ ସ୍ଥାନକୁ ଯାଇ ଝଡା ଫୁଙ୍କା କରିଥିବା କହିଛନ୍ତି । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣା ପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ !