Masthead

ଆଫଗାନିସ୍ତାନରୁ ଆମେରିକୀୟ ନାଗରିକ ନଫେରିବା ଯାଏଁ ଉପସ୍ଥିତ ରହିବ ସେନା: ବାଇଡେନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନରେ ଜାରି ରହିଛି ତାଲିବାନ ଆତଙ୍କ । ଭୟରେ ଲୋକ ଦେଶ ଛାଡ଼ୁଛନ୍ତି । ଏଭଳି ସ୍ଥିତିରେ ବିଭିନ୍ନ ଦେଶ ନିଜ ନାଗରିକ ମାନଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି । ଆମେରିକା ମଧ୍ୟ ଏହାର ନାଗରିକ ମାନଙ୍କୁ ସେଠାରୁ ଫେରାଇ ଆଣିବାକୁ ଲାଗିଛି । ଯେଉଁ କାରଣରୁ ଆମରେିକା ସମ୍ପୂର୍ଣ୍ଣ ଭାବେ ସେଠାରୁ ନିଜ ସେନା ପ୍ରତ୍ୟାହାର କରିବନି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

ବାଇଡେନ୍ କହିଛନ୍ତି ଯେ, ଆଫଗାନିସ୍ତାନରେ ସେନା ପ୍ରତ୍ୟାହୃତ ସମୟସୀମା ୩୧ ଅଗଷ୍ଟ ପରେ ମଧ୍ୟ ସେଠାରେ ସେନା ରହିପାରନ୍ତି । ଯେପର୍ଯ୍ୟନ୍ତ ଆଫଗାନିସ୍ତାନରୁ ସମସ୍ତ ନାଗରିକଙ୍କୁ ସୁରକ୍ଷିତ ଫେରାଇ ନଅଣାଯାଇଛି ସେ ପର୍ଯ୍ୟନ୍ତ ସେଠାରେ ଆମେରିକା ସେନା ରହିବା ନେଇ ଆମେ ପ୍ରତିଶ୍ରୁତିବଦ୍ଧ ।

ଆମେରିକା ନାଗରିକଙ୍କୁ ଦେଶକୁ ଫେରାଇ ଆଣିବା ଏବଂ ସେନା ପ୍ରତ୍ୟାହୃତ ପାଇଁ ସରକାରଙ୍କୁ ଅଧିକ କାମ କରିବା ଦରକାର ଥିଲା ବୋଲି ଆଲୋଚନାର ମଧ୍ୟ ଜବାବ ଦେଇଛନ୍ତି ଜୋ ବାଇଡେନ୍ । ସେ କହିଛନ୍ତି ସମୟସୀମା ପୂର୍ବରୁ ଆଫଗାନିସ୍ତାନରୁ ଆମେରିକାବାସୀ ଏବଂ ଆମେରିକୀୟ ସହଯୋଗୀଙ୍କୁ ଫେରାଇ ଆଣିବାକୁ ଆମେରିକା ତାର ସବୁ ବଳ ଲଗାଇଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ