Masthead

ଆଫଗାନିସ୍ତାନରୁ ଆମେରିକୀୟ ନାଗରିକ ନଫେରିବା ଯାଏଁ ଉପସ୍ଥିତ ରହିବ ସେନା: ବାଇଡେନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନରେ ଜାରି ରହିଛି ତାଲିବାନ ଆତଙ୍କ । ଭୟରେ ଲୋକ ଦେଶ ଛାଡ଼ୁଛନ୍ତି । ଏଭଳି ସ୍ଥିତିରେ ବିଭିନ୍ନ ଦେଶ ନିଜ ନାଗରିକ ମାନଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି । ଆମେରିକା ମଧ୍ୟ ଏହାର ନାଗରିକ ମାନଙ୍କୁ ସେଠାରୁ ଫେରାଇ ଆଣିବାକୁ ଲାଗିଛି । ଯେଉଁ କାରଣରୁ ଆମରେିକା ସମ୍ପୂର୍ଣ୍ଣ ଭାବେ ସେଠାରୁ ନିଜ ସେନା ପ୍ରତ୍ୟାହାର କରିବନି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

ବାଇଡେନ୍ କହିଛନ୍ତି ଯେ, ଆଫଗାନିସ୍ତାନରେ ସେନା ପ୍ରତ୍ୟାହୃତ ସମୟସୀମା ୩୧ ଅଗଷ୍ଟ ପରେ ମଧ୍ୟ ସେଠାରେ ସେନା ରହିପାରନ୍ତି । ଯେପର୍ଯ୍ୟନ୍ତ ଆଫଗାନିସ୍ତାନରୁ ସମସ୍ତ ନାଗରିକଙ୍କୁ ସୁରକ୍ଷିତ ଫେରାଇ ନଅଣାଯାଇଛି ସେ ପର୍ଯ୍ୟନ୍ତ ସେଠାରେ ଆମେରିକା ସେନା ରହିବା ନେଇ ଆମେ ପ୍ରତିଶ୍ରୁତିବଦ୍ଧ ।

ଆମେରିକା ନାଗରିକଙ୍କୁ ଦେଶକୁ ଫେରାଇ ଆଣିବା ଏବଂ ସେନା ପ୍ରତ୍ୟାହୃତ ପାଇଁ ସରକାରଙ୍କୁ ଅଧିକ କାମ କରିବା ଦରକାର ଥିଲା ବୋଲି ଆଲୋଚନାର ମଧ୍ୟ ଜବାବ ଦେଇଛନ୍ତି ଜୋ ବାଇଡେନ୍ । ସେ କହିଛନ୍ତି ସମୟସୀମା ପୂର୍ବରୁ ଆଫଗାନିସ୍ତାନରୁ ଆମେରିକାବାସୀ ଏବଂ ଆମେରିକୀୟ ସହଯୋଗୀଙ୍କୁ ଫେରାଇ ଆଣିବାକୁ ଆମେରିକା ତାର ସବୁ ବଳ ଲଗାଇଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା