Masthead

ପୂର୍ବତନ ମୁଖ୍ୟମନ୍ତ୍ରୀ ଦେଲେ ଇଂରାଜୀ ପରୀକ୍ଷା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ଦେଲେ ଦଶମ ଶ୍ରେଣୀ ଇଂରାଜୀ ପରୀକ୍ଷା । ହରିଆନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲା ୪ ଥର କାମ କରିସାରିଥିଲେ ମଧ୍ୟ ଆଜି ଯାଏ ୧୦ ଶ୍ରେଣୀ ଇଂରାଜୀ ପରୀକ୍ଷା ଦେଇନଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ ତାଙ୍କୁ ଜେଲ ଯିବାକୁ ପଡିଥିଲା ।

ତେବେ ଜେଲରୁ ଫେରିବା ପରେ ସେ ଦଶମ ଶ୍ରେଣୀ ଇଂରାଜୀ ପରୀକ୍ଷା ଦେଇଛନ୍ତି । ସିର୍ସାରେ ଥିବା ଆର୍ଯ୍ୟ କନ୍ୟା ସିନିୟର ସେକେଣ୍ଡାରୀ ସ୍କୁଲରେ ପରୀକ୍ଷା ଦେବାପରେ ଏହି ଘଟଣା ସାମ୍ନାକୁ ଆସିଲା । ତେବେ ୮୬ ବର୍ଷୀୟ ଓମ ପ୍ରକାଶ ପରୀକ୍ଷା ଦେବାବେଳେ ଉତ୍ତର ଗୁଡିକ ନିଜ ହାତରେ ଲେଖିନାହାନ୍ତି । ତାଙ୍କ ହାତ ଭାଙ୍ଗି ଯାଇଥିଲା । ତେବେ ଆଉ ଜଣଙ୍କ ଦ୍ୱାରା ଉତ୍ତର ଲେଖାଯାଉ ବୋଲି କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଥିଲେ । ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ଏଥିପାଇଁ ଅନୁମତି ଦେଇଥିଲେ । ୨ ଘଣ୍ଟା ଉତ୍ତର ଲେଖିବାପରେ ଓମ ପ୍ରକାଶ କେନ୍ଦ୍ର ଛାଡିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା