କୋରାପୁଟ କଂଗ୍ରେସରେ କମ୍ପନ

ରାଜ୍ୟ ରାଜନୀତିରେ ହଲଚଲ । ଗୋଟିଏ ପରେ ଗୋଟିଏ ବୋମା ପକାଇ ଚାଲିଛନ୍ତି କଂଗ୍ରେସର ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ବଡ଼ ଖବର ସହ ସାକ୍ଷାତକାର ବେଳେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଉପରେ ସଂଗୀନ ଅଭିଯୋଗ ଲଗାଇଛନ୍ତି । କୋରାପୁଟ କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତିଙ୍କ ସହ ନିରଂଜନଙ୍କ ବ୍ୟବହାର ଠିକ୍ ନ ଥିଲା ବୋଲି ଆରୋପ ଲଗାଇବାକୁ ପଛାଇନାହାନ୍ତି ତାରା ।

ତାରା ଏ କଥା ବି କହିଛନ୍ତି, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଜେଡି ସହ ଫିକ୍ସିଂ କରୁଛନ୍ତି ବୋଲି ତାଙ୍କୁ ସାଂସଦ ସପ୍ତଗିରି କହିଛନ୍ତି । ଯାହାର ସେ ରେକର୍ଡ ରଖିଛନ୍ତି । ଏହା ସହ ଏଭଳି ଅନେକ ପ୍ରମାଣ ରଖିଛନ୍ତି, ଯାହାକୁ ବିଧାନସଭାରେ ଉପସ୍ଥାପିତ କରି ସେ ଦଳ ଛାଡ଼ି ଦେବାକୁ ପଛାଇବେ ନାହିଁ । ଦରକାର ହେଲେ ନୂଆ ଦଳ ଗଢି ଅବିଭକ୍ତ କୋରାପୁଟରେ ପ୍ରାର୍ଥୀ ଛିଡ଼ା କରିବେ ।

ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀପତି ବି ନିଜର ଅସନ୍ତୋଷ ଜାହିର କରିଛନ୍ତି । ବ୍ଲକ୍ ସଭାପତି ଚୟନରେ ଅନିୟମିତତା ହୋଇଥିବା କହିଛନ୍ତି। ଜୟପୁର ବିଧାୟକଙ୍କ ଲୋକପ୍ରିୟତାରେ ସପ୍ତଗିରି ଅସହିଷ୍ଣୁ ହେଉଥିବା ସେ ଅଭିଯୋଗ କରିଛନ୍ତି ।  ସେପଟେ ଏହି ପ୍ରସଙ୍ଗରେ ଏଯାଏ ନିରଂଜନ ପଟ୍ଟନାୟକ କିମ୍ବା ସପ୍ତଗିରି ଉଲ୍ଲାକା ମୁହଁ ଖୋଲିନାହାନ୍ତି । ତେବେ ଆଗକୁ କଂଗ୍ରେସ କଳି ଯେ ବେଶ୍ ରୋଚକ ହେବ ଜଣାପଡ଼ିସାରିଲାଣି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ