Masthead

ନିଅଣ୍ଟିଆ ବର୍ଷା, ଶୁଖିଲା ଜଳଭଣ୍ଡାର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନିଅଣ୍ଟିଆ ବର୍ଷା । ମରୁଡ଼ି ସ୍ଥିତି । ଏପଟେ ଶୁଖିଲାଣି ଜଳଭଣ୍ଡାର । ଏଭଳି ପରିସ୍ଥିତିରେ ଚାଷୀର ଅବସ୍ଥା କ’ଣ ହେବ? ଦୁଇ ତିନିଟି ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ସବୁ ଅଞ୍ଚଳରେ ମରୁଡ଼ି ପରିସ୍ଥିତି । ବର୍ଷାର ଦେଖା ନାହିଁ। ଚାଷ ପାଇଁ କେବଳ ଜଳସେଚନ ହିଁ ଭରସା । ସ୍ଥିତି ଏମିତି ଯେ, ଚାଷୀ କେବଳ କେନାଲ ପାଣିକୁ ଅପେକ୍ଷା କରି ରହିଛି। କିନ୍ତୁ ଏହି କେନାଲ ପାଣି ଆଉ ବେଶି ଦିନ ନୁହେଁ ବୋଲି ଜଳଜଳ ଦିଶିଲାଣି। ବିଭିନ୍ନ ଅଞ୍ଚଳରେ ଜଳଭଣ୍ଡାର ମଧ୍ୟ ଶୁଖିଗଲାଣି। ଅନୁଗୁଳରୁ ମିଳିଥିବା ସୂଚନା ଅନୁସାରେ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ପାଇଁ ଚାଷୀ କେବଳ ଜଳସେଚନ ଉପରେ ନିର୍ଭର କରୁଛନ୍ତି।

ତେବେ ବଡ଼ ବର୍ଷା ହୋଇ ନ ଥିବାରୁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡିକ ଶୁଖିଲା ପଡ଼ିଛି। ଚାଷୀଙ୍କୁ ପାଣି ମିଳୁନି। କେବଳ ମଧ୍ୟମ ଓ ବୃହତ ଜଳସେଚନ ପ୍ରକଳ୍ପ ଉପରେ ଭରସା ରହିଥିଲା। କିନ୍ତୁ ର୍ଷା ନ ଥିବାରୁ ଏଗୁଡିକ ବି ଶୁଖିବାକୁ ବସିଲାଣି। ବିଶେଷକରି ଅଗଷ୍ଟରେ ଥରେ ବି ବଡ଼ ବର୍ଷା ହୋଇ ନ ଥିବାରୁ ଡ୍ୟାମଗୁଡ଼ିକ ଶୁଖିଲା ପଡ଼ିଛି। ତେଣୁ କେନାଲରେ ପାଣି ଆସିବ କେଉଁଠୁ? ବଡ଼ ବର୍ଷା ନ ହେଲେ ଦେଢ଼ ସପ୍ତାହ ଭିତରେ ଡେରେଜାଙ୍ଗ ଡ୍ୟାମ୍‌ରୁ ପାଣି ବନ୍ଦ ହୋଇଯିବ। ଆଉଁଳି ଅବସ୍ଥା ବି ସମାନ। ଡେରେଜାଙ୍ଗ ଡ୍ୟାମ୍‌ରେ ଆଜି ସୁଦ୍ଧା ମାତ୍ର ୧୩ ପ୍ରତିଶତ ଜଳ ରହିଥିଲା ବେଳେ ମାନଜୋର ଡ୍ୟାମରେ ରହିଛି ୪୨ ପ୍ରତିଶତ ଜଳ। ରେଙ୍ଗାଳି ଜଳଭଣ୍ଡାର ଅବସ୍ଥା ବି ଅତି ଉତ୍ସାହଜନକ ନୁହେଁ।

ଜିଲ୍ଲାର ଅଧିକାଂଶ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡିକ ଅଚଳ ହୋଇ ପଡ଼ିଥିଲା ବେଳେ ମଧ୍ୟମ ଜଳସେଚନ ପ୍ରକଳ୍ପଗୁଡିକର ଏମିତି ଚିତ୍ର ଚାଷୀଙ୍କ ମୁଣ୍ଡବ୍ୟଥା ବଢାଇଛି। ସେହିଭଳି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡବାସୀଙ୍କ ଚାଷ ଓ ଓ ପାନୀୟ ଜଳଯୋଗାଣର ଜୀବନରେଖା ତଥା ବ୍ରିଟିସ୍‌ ଅମଳର ଓଡ଼ିଶାର ପ୍ରଥମ ଜଳଭଣ୍ଡାର ଭଞ୍ଜନଗର ରସଲକୋଣ୍ଡା ଘାଇ ଏ ବର୍ଷ ଟାଙ୍ଗରା ପାଲଟି ଯାଇଛି। ଜଳଭଣ୍ଡାର ଭିତରୁ ୧୨୭ ବର୍ଷ ତଳେ ନିର୍ମିତ ଛେଦାଭୂମି ଗ୍ରାମର ଶ୍ରୀ ବିଶ୍ବନାଥ ସ୍ବାମୀ ତଥା ମହାଦେବଙ୍କ ମନ୍ଦିରର ଚୂଡ଼ା ଦୃଶ୍ୟମାନ ହୋଇଛି। ଏହି ଘଟଣା ବର୍ଷାଭାବ ଓ ମରୁଡ଼ିର ଉତ୍କଟ ରୂପ ପ୍ରତିଫଳିତ କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି