Masthead

ଛତିଶଗଡ଼ କଂଗ୍ରେସରେ କଳି, ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ କରିବେ ବାଘେଲ

ରାୟପୁର(ବଡ଼ ଖବର ବ୍ୟୁରୋ):ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସୃଷ୍ଟି ହୋଇଛି ବିବାଦ । ଦିନକୁ ଦିନ ଦଳର ବରିଷ୍ଠ ନେତାମାନଙ୍କ ମଧ୍ୟରେ କନ୍ଦଳ ବଢ଼ୁଛି । ମଙ୍ଗଳବାର ଛତିଶଗଡ଼ ମୁଖ୍ରମନ୍ତ୍ରୀ ଭୂପେଶ ବାଘେଲ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ ସିଂହଦେଓ ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କ ସହ ଏକ ବୈଠକ କରିଥିଲେ । ଏହାପରେ ଆଶା କରାଯାଉଥିଲା ଯେ, ଉଭୟଙ୍କ କଳିରେ ପୂର୍ଣ୍ଣଚ୍ଛେଦ ପଡ଼ିବ । କିନ୍ତୁ ଏହା ସମାଧାନ ହେବା ପରିବର୍ତ୍ତେ ଏବେ ବଢ଼ିବାରେ ଲାଗିଛି । ବିବାଦ ବଢ଼ୁଥିବାରୁ ଏବେ ଦିଲ୍ଲୀରେ ନିଜର ଶକ୍ତି ପ୍ରଦର୍ଶନ କିବାକୁ ଯୋଜନା କରୁଛନ୍ତି । ସେ ରାହୁଲ ଗାନ୍ଧିଙ୍କ ସହ ପୁଣି ଥରେ ଏକ ବୈଠକ କରିବା ନେଇ ସୂଚନା ମିଳୁଛି । ଏହାଛଡ଼ା ଏହି ବୈଠକରେ ତାଙ୍କ ସମର୍ଥନରେ ଥିବା କଂଗ୍ରେସ ବିଧାୟକଙ୍କୁ ମଧ୍ୟ ଏହି ବୈଠକରେ ସାମିଲ କରାଇବେ । ଆଜି କିମ୍ବା କାଲି ମଧ୍ୟରେ ବାଘେଲ ରାହୁଲ ଗାନ୍ଧିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

୨୦୧୮ରେ ଛତିଶଗଡ଼ରେ କଂଗ୍ରେସ କ୍ଷମତା ଦଖଲ କରିବା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ଆରମ୍ଭ ହୋଇଥିଲା। ଶେଷରେ କଂଗ୍ରେସ ହାଇକମାଣ୍ଡ ବାଘେଲଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ। ଏଥିସହ ସିଂହଦେଓଙ୍କୁ ଅଢ଼େଇ ବର୍ଷ ପରେ ମୁଖ୍ୟମନ୍ତ୍ରୀ ପଦ ମିଳିବ ବୋଲି ମଧ୍ୟ ଦଳ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ୨୦୧୮ରୁ ବାଘେଲ ମୁଖ୍ୟମନ୍ତ୍ରୀ ଥିଲେ ହେଁ ଏଯାଏ ତାଙ୍କୁ ବଦଳାଇବାକୁ ହାଇକମାଣ୍ଡ କୌଣସି ପଦକ୍ଷେପ ନେଉ ନାହାନ୍ତି। ଏହି କାରଣରୁ ସିଂହଦେଓ ତାଙ୍କ ସମର୍ଥକମାନେ ପ୍ରତିବାଦର ସ୍ୱର ବାରମ୍ବାର ଉଠାଇ ଚାଲିଛନ୍ତି। ଦିନକୁ ଦିନ ଦୁଇ ଜଣଙ୍କ ମଧ୍ୟରେ ତିକ୍ତତା ବି ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉଭୟଙ୍କ ସହ ରାହୁଲ ଗାନ୍ଧି ଦିଲ୍ଲୀରେ ବୈଠକ କରିଥିଲେ। ଏହି ସମୟରେ ସେ ସିଂହଦେଓଙ୍କୁ ବୁଝାଇବାକୁ ମଧ୍ୟ ଚେଷ୍ଟା କରିଥିଲେ। ଏହାସହ ବାଘେଲଙ୍କୁ ନୋଟିସ ପିରିୟଡ଼ରେ ରଖିଥିବା ମଧ୍ୟ କୁହାଯାଉଛି ।

ସେପଟେ ବାଘେଲ ନିଜର ପ୍ରତିକ୍ରିୟାରେ କହିଥିଲେ ଯେ “ମୋତେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ଯେତେବେଳେ କହିବେ ମୁଁ ସେତେବେଳେ ମୁଖ୍ୟମନ୍ତ୍ରୀ ପଦରୁ ଓହରି ଯିବି। ଯେଉଁମାନେ ୨.୫ ବର୍ଷ ଯୋଜନା କଥା କହି ରାଜନୀତିକ ଅସ୍ଥିରତା କଥା କହୁଛନ୍ତି, ସେମାନେ କେବେ ହେଲେ ଏଥିରେ ସଫଳ ହେବେ ନାହିଁ।” ଅନ୍ୟପକ୍ଷରେ ଛତିଶଗଡ଼ ଇନ ଚାର୍ଜ ପିଏଲ ପୁନିଆ ବିବାଦରେ ତାଳି ପକାଇବାକୁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି, ଛତିଶଗଡ଼ କଂଗ୍ରେସରେ କୌଣସି ନେତୃତ୍ୱ ସଙ୍କଟ ଦେଖାଯାଇ ନାହିଁ। ମୁଖ୍ୟମନ୍ତ୍ରୀ ବାଘେଲ ହାଇକମାଣ୍ଡଙ୍କ ସବୁ ପ୍ରକାରର ନିଷ୍ପତ୍ତି ମାନିବାକୁ ପ୍ରସ୍ତୁତ ରହିଛନ୍ତି। ତେଣୁ ବିବାଦ କିଛି ନାହିଁ ବୋଲି ସେ ଦମ୍ଭୋକ୍ତି କରିଛନ୍ତି। ସେହିପରି ରାହୁଲଙ୍କ ସହ ମଙ୍ଗଳବାର ବୈଠକ ପରେ ଟିଏସ୍‌ ସିଂହଦେଓ ଦିଲ୍ଲୀରେ ହିଁ ରହିଛନ୍ତି। ସେ ହାଇକମାଣ୍ଡଙ୍କ ଠାରୁ ନିର୍ଭର ପ୍ରତିଶ୍ରୁତି ଓ ନିଷ୍ପତ୍ତି ହାସଲ ନ କରିବା ଯାଏ ରାୟପୁର ଫେରିବେ ନାହିଁ ବୋଲି ପଣ କରିଥିବା କୁହାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି