Masthead

ଗଣିହେଉନି ଶବ

(ବଡ଼ ଖବର ବ୍ୟୁରୋ): କାବୁଲରେ ହୋଇଥିବା ବିସ୍ଫୋରଣର ଦୃଶ୍ୟ ଦେଖିଲେ ଆପଣଙ୍କ ହୃଦୟ ବି କାନ୍ଦି ଉଠିବ। ସେଠାକାର ଡ୍ରେନରେ ମୃତଦେହ ବିଛେଇ ହୋଇପଡ଼ିଥିଲା ଓ ପାଣି ପୁରା ଲାଲ ଦେଖାଯାଇଥିଲା। ଗୁରୁବାର ସନ୍ଧ୍ୟାରେ ଆଫଗାନିସ୍ତାନର ରାଜଧାନୀ କାବୁଲର ହମିଦ କରଞ୍ଜାଇ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ହୋଇଛି ସିରିଜ୍ ଆତ୍ମଘାତୀ ବିସ୍ଫୋରଣ। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୧୦୩ ଜଣଙ୍କର ମୃତ୍ୟୁ ହୋଇଛି। ୧୦୫ରୁ ଅଧିକ ଆହତ ହୋଇଛନ୍ତି। ଏହି ଫଟୋଗୁଡ଼ିକ ଦେଖାଇବାର ଉଦ୍ଦେଶ୍ୟ ଆପଣଙ୍କୁ ଭୟଭୀତ କରିବା ନୁହେଁ। କେବଳ ଆଫଗାନିସ୍ତାନରେ ଯନ୍ତ୍ରଣା ଓ ଭୟର ବାସ୍ତବତା ଓ ତାଲିବାନର ପ୍ରତିଶୃତି କିପରି ମିଛ ।

ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ୍ କହିଛି- ତିନିଜଣ ଅଭିଯୁକ୍ତଙ୍କୁ ବିମାନବନ୍ଦର ବାହାରେ ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରୁ ଦୁଇଜଣ ଆତ୍ମଘାତୀ ବିସ୍ଫୋରଣକାରୀ ହୋଇଥିବା ବେଳେ ତୃତୀୟ ଜଣଙ୍କ ବନ୍ଧୁକ ଆଣିଥିଲେ। ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି। ବିସ୍ଫୋରଣ ପରେ ପ୍ରଚଣ୍ଡ ଶବ୍ଦହୋଇ ସମଗ୍ର ଅଞ୍ଚଳ ଧୂଳିମୟ ହୋଇଯାଇଥିଲା । ଧୂଆଁ କମିବା ବେଳକୁ ଅନେକ ଲୋକଙ୍କ ଜୀବନ ଚାଲିଯାଇଥିଲା। ସବୁଆଡେ ରକ୍ତ ଆଉ ରକ୍ତ । ଲୋକଙ୍କ ଆର୍ତ୍ତ ଚିକ୍ରାରରେ ସମଗ୍ର ପରିବେଶ ସ୍ତବ୍ଧ ହୋଇଯାଇଥିଲା ।

ତାଲିବାନ ଶାସନରୁ ସେମାନଙ୍କ ଜୀବନ ଓ ସେମାନଙ୍କ ପରିବାରର ଜୀବନ ରକ୍ଷା କରିବାକୁ ଅନ୍ୟ ଦେଶରେ ଶରଣାର୍ଥୀ ହେବାକୁ ଇଚ୍ଛୁକ ଲୋକମାନେ ଗତ କିଛି ଦିନ ଧରି କାବୁଲ ବିମାନବନ୍ଦରରେ ରହିଥିଲେ। ଏହି ଲୋକମାନଙ୍କ ମଧ୍ୟରୁ ଅନେକଙ୍କ ଜୀବନ ଯାଇଛି । ଆଉ କିଛି ଗୁରୁତର ହୋଇଛନ୍ତି । ମେଡିକାଲ କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ଡାକ୍ତରଖାନାରେ ମୃତଦେହ ରଖିଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ବିଶ୍ୱାସ କରାଯାଉଛି। କାବୁଲରେ ଥିବା ଆମେରିକା ଦୂତାବାସ ଏକ ନୂଆ ଆଲର୍ଟ ଜାରି କରିଛି।

ଆତଙ୍କବାଦୀଙ୍କୁ ଶାସ୍ତି ମିଳିବ ଓ ହତ୍ୟା କରାଯିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆକ୍ରମଣକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି।ଆଫଗାନିସ୍ତାନର କାର୍ୟ୍ୟକାରୀ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ କହିଛନ୍ତି ଯେ ଆମର ପ୍ରମାଣ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ତାଲିବାନ ଓ ହକାନି ନେଟୱାର୍କ ସହିତ ଆଇଏସ-କେର ସମ୍ପର୍କ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’