ଅଡ଼ୁଆରେ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ସଞ୍ଜୀବ ମିତଲଙ୍କୁ ନେଇ ଉଠିଥିବା ବିବାଦ ଏବେ ବଢିବାରେ ଲାଗିଛି । ଅଡୁଆରେ ଛନ୍ଦି ହୋଇଯାଇଛନ୍ତି କୁଳୁପତି ସଞ୍ଜୀବ ମିତଲ । ଯାହାକି ଥମିବାରେ ନାଁ ନେଉନି । ସୂଚନା ଅନୁସାରେ ଗତ ମାସ ଏପ୍ରିଲ ୨୦ ତାରିଖରେ ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ କୁଳପତିଙ୍କ କଟୁ କଥା ସହି ନ ପାରି ଅଫିସ ସମ୍ମୁଖରେ ଆତ୍ମଦାହ ଉଦ୍ୟମ କରିଥିଲେ । ଯେଉଁ ଘଟଣାର ବିବାଦ ଏ ଯାଏଁ ବି ଥମିନି ।

ଏବେ ପୁଣି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମିତ୍ତଲଙ୍କ କୁଳପତି ଆବେଦନ ପାଇଁ ଦେଇଥିବା ଆବେଦନ ପତ୍ରରେ ଭୁଲ୍ ତଥ୍ୟ ପ୍ରଦାନ ଅଭିଯୋଗ ଉପରେ କୁଳୁପତିଙ୍କ ଅଫିସ୍ ତରଫରୁ ରିପୋର୍ଟ ତଲବ କରାଯାଇଛି । ଏପଟେ ମହାମହିମ ରାଜ୍ୟପାଳଙ୍କ ଅତିରିକ୍ତ ସଚିବ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଏକ ଚିଠି ଲେଖିଛନ୍ତି, ଯାହା ପାଇଁ ପୁଣି କୁଳପତି ଅଡୁଆରେ ପଡିଛନ୍ତି । ସୂଚନା ଅନୁସାରେ , କୁଳପତି ମିତ୍ତଲ ପୂର୍ବରୁ ବିଶ୍ୱବିଦ୍ୟାଳୟ ପାହାଡରୁ ବୃକ୍ଷ କଟାକୁ ନେଇ ବିବାଦ ଘେରକୁ ଆସିଥିଲେ । ଆଉ ଏବେ ପୁଣି କୁଳପତି ପଦ ପାଇଁ ଭୁଲ ତଥ୍ୟ ପ୍ରଦାନ ପ୍ରସଙ୍ଗରେ ଚର୍ଚ୍ଚାକୁ ଆସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ