ଦାମଙ୍କ ଟାର୍ଗେଟରେ ରାଜା ସ୍ୱାଇଁ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ବଢିଲା ନବୀନଙ୍କ ଅଡୁଆ । ଦାମଙ୍କ ଟାର୍ଗେଟରେ ରାଜା ସ୍ୱାଇଁ । ସମବାୟ ମନ୍ତ୍ରୀଙ୍କୁ ପୂର୍ବତନ ସମବାୟ ମନ୍ତ୍ରୀଙ୍କ ଆରୋପ । ମନ୍ତ୍ରୀ ରଣେନ୍ଦ୍ରଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଲେ ଦାମୋଦର ରାଉତ । ଆଠଗଡ଼ ସମବାୟ ଦୂର୍ନୀତିଠାରୁ ଏରସମା ନୂଆଁରୀ ସୋସାଇଟିର ଦୁର୍ନୀତି ତିନି ଗୁଣା ଅଧିକ । ସୋସାଇଟିର ୭ଶହ ଚାଷୀ ନାଁରେ ୧କୋଟି ୬୦ଲକ୍ଷ ଟଙ୍କା ଋଣ କରାଯାଇଛି । ଚାଷୀଙ୍କ ଟଙ୍କାରେ କିଣାଯାଇଛି ଜମି । ଏ ବାବଦରେ ୬ ମାସ ପୂର୍ବରୁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଚିଠି ଲେଖିଥିଲେ ଦାମ ରାଉତ । ଏପର୍ଯ୍ୟନ୍ତ ମିଳିଲାନି ଚିଠିର କୌଣସି ଉତ୍ତର । ଆଶା ଥିଲା ରାଜା କିଛି କରିବେ, କିନ୍ତୁ କିଛି କଲେନି ।

କଟକ ସମବାୟ ବ୍ୟାଙ୍କର ଜ୍ଞାତ ସାରରେ ଦୁର୍ନୀତି ହୋଇଛି । ବର୍ତ୍ତମାନର ସମବାୟ ମନ୍ତ୍ରୀ ତୁଣ୍ଡ ଖୋଲୁନାହାନ୍ତି ବୋଲି କହିଛନ୍ତି ପୂର୍ବତନ ସମବାୟ ମନ୍ତ୍ରୀ । ପୁରା ଘଟଣାରେ ଏରସମା ବ୍ରାଞ୍ଚ ମ୍ୟାନେଜର, ସୋସାଇଟି ଆସିଷ୍ଟାଣ୍ଡ ସେକ୍ରେଟେରୀ ସଂପୃକ୍ତ ବୋଲି କହିଛନ୍ତି ଦାମ । ଦୁର୍ନୀତିର ଚେର ବହୁତ ଲମ୍ବା । ସରକାର ଏ ଦିଗରେ ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି ଦାମ ରାଉତ । ଖାଲି ଚାଷୀଙ୍କ ନାଁରେ ରୁଣ ହେଉଛି ତାହା ନୁହେଁ କୃଷକଙ୍କ ଧାନ ମଧ୍ୟ ଉଠିପାରୁନଥିବା ଅଭିଯୋଗ ହୋଇଛି ।

ପ୍ରତିଦିନ ଏଭଳି ଖବର ସାମ୍ନାକୁ ଆସୁଛି । ସରକାର ଏ ଦିଗରେ ଧ୍ୟାନ ଦେବା ଦରକାର । ସମବାୟ ଦୁର୍ନୀତିରେ ମନ୍ତ୍ରୀ ସିଧାସଳଖ ଦାୟୀ ବୋଲି କହିଛି ବିଜେପି । ସାରା ରାଜ୍ୟରେ ଚାଲିଛି ସମବାୟ ଦୁର୍ନୀତି । ଚାଷୀଙ୍କ ସହ ପ୍ରତାରଣ ହେଉଛି । ଏଥିରେ ମନ୍ତ୍ରୀଙ୍କ ନାଁ ଯୋଡ଼ି ହୋଇଥିବା ବେଳେ ଇସ୍ତଫା ଦାବି କରିଛନ୍ତି ବିରୋଧୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!