ହକି ଲିଜେଣ୍ଡ ଧ୍ୟାନଚାନ୍ଦଙ୍କ ଜନ୍ମଦିନ, ଦେଶ ପାଳୁଛି ଜାତୀୟ କ୍ରୀଡ଼ା ଦିବସ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଅଗଷ୍ଟ ୨୯ । ଆଜି ଦିନରେ ଜନ୍ମ ନେଇଥିଲେ ଦେଶର କ୍ରୀଡ଼ା ଇତିହାସର ଯୋଗଜନ୍ମା । ଯାହାଙ୍କ ଜନ୍ମଦିନକୁ ଦେଶ ପାଳୁଛି ଜାତୀୟ କ୍ରୀଡ଼ା ଦିବସ । ସେ ହେଲେ ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦ । ଭାରତୀୟ କ୍ରୀଡ଼ା ଇତିହାସର ଐତିହାସିକ ପୁରୁଷ । ତାଙ୍କ ପାଇଁ ବିଶ୍ୱ ଦରବାରରେ ଭାରତୀୟ ହକିର ପ୍ରଭୁତ୍ୱ ବଢ଼ିଥିଲା । ଭାରତୀୟ ହକି ଟିମ ବିଶ୍ୱର ଶ୍ରେଷ୍ଠ ଦଳ ହୋଇପାରିଥିଲା ।

୧୯୦୫ ଅଗଷ୍ଟ ୨୯ ତାରିଖରେ ଉତ୍ତରପ୍ରଦେଶ ପ୍ରୟାଗରାଜରେ ଜନ୍ମଗ୍ରହଣ କରିଥିଲେ ମେଜର ଧ୍ୟାନଚାନ୍ଦ । ନିଜର ଅଦ୍ଭୁତପୂର୍ବ ଏବଂ ଅବିଶ୍ୱସନୀୟ ପ୍ରଦର୍ଶନ ଯୋଗୁଁ ତାଙ୍କୁ ହକିର ଯାଦୁକର ବୋଲି କୁହାଯାଏ । ବିଂଶ ଶତାବ୍ଦୀର ଶେଷ ଭାଗରୁ ଭାରତୀୟ ହକିକୁ ବିଶ୍ୱର ଶ୍ରେଷ୍ଠ ଦଳରେ ପରିଣତ କରାଇବାରେ ଧ୍ୟାନଚାନ୍ଦଙ୍କର ଅପୂର୍ବ, ଏଶ୍ୱରୀୟ କ୍ରୀଡ଼ା ପ୍ରତିଭା ଏବଂ ପାରଦର୍ଶିତା ବିଶେଷ ସହାୟକ ହୋଇଥିଲା ।

ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୧୯୨୬, ୩୨ ଏବଂ ୩୬ ଅଲିମ୍ପିକ୍ସରେ ଭାରତ ଲଗାତାର ୩ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । କେବଳ ସେତିକି ନୁହେଁ ଏଥିରେ ଅନୁପ୍ରାଣିତ ହୋଇ ୧୯୪୮, ୫୨, ୫୬ ଏବଂ ୬୪ରେ ବି ଭାରତ ସ୍ୱର୍ଣ୍ଣ ଜିତିବାରେ ସକ୍ଷମ ହୋଇ ପାରିଥିଲା । ୧୯୬୮ ଏବଂ ୧୯୭୨ରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଥିଲା । ତେବେ ପରବର୍ତ୍ତୀ ସମୟରେ ୟୁରୋପୀୟ ଦଳ ଗୁଡ଼ିକର ସହଜ ପାଇଁ ପଡ଼ିଆରେ କୃତ୍ରିମ ଘାସ ସହ ଅନ୍ୟାନ୍ୟ ପରିବର୍ତ୍ତନ ପରେ ଭାରତୀୟ ହକିର ଅବକ୍ଷୟ ଘଟିଥିଲା । ଏଥିରେ ମର୍ମାହତ ହୋଇ ଧ୍ୟାନଚାନ୍ଦଙ୍କର ୧୯୭୯ ଡିସେମ୍ବର ୩ରେ ପରଲୋକ ହୋଇଥିଲା ।

ତେବେ ଗତ କିଛି ବର୍ଷ ହେବ ଧ୍ୟାନଚାନ୍ଦଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ଦାବି ହୋଇ ଆସୁଥିଲା । ଆଉ ଚଳିତବର୍ଷ ଭାରତର ସର୍ବୋଚ୍ଚ କ୍ରୀଡ଼ା ପରସ୍କାର ‘ଖେଳରତ୍ନ’କୁ ଧ୍ୟାନଚାନ୍ଦଙ୍କ ନାମରେ ନାମିତ କରାଯାଇଛି । ଧ୍ୟାନଚାନ୍ଦଙ୍କ ନାମରେ ଖେଳରତ୍ନ ପୁରସ୍କାର ନିଷ୍ପତ୍ତିକୁ ସବୁଆଡ଼ୁ ସ୍ୱାଗତ କରାଯାଇଛି । କାରଣ ସେ ହିଁ ଥିଲେ ପ୍ରକୃତ ଖେଳରତ୍ନ । ଖେଳରତ୍ନ ପୁରସ୍କାର ଧ୍ୟାନଚାନ୍ଦଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି କୁହାଯାଇ ପାରିବ । ହକି ଲିଜେଣ୍ଡ ଧ୍ୟାନଚାନ୍ଦଙ୍କୁ ତାଙ୍କ ଜନ୍ମଦିବସରେ ବଡ଼ ଖବର ତରଫରୁ ଶ୍ରଦ୍ଧାଞ୍ଜଳି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!