ନିଅଣ୍ଟିଆ ବର୍ଷା, ଚିନ୍ତାରେ ଚାଷୀ

ତେଲକୋଇ (ବଡ଼ ଖବର ବ୍ୟୁରୋ): ନିଅଣ୍ଟିଆ ବର୍ଷା ପାଇଁ ଜମି ଫାଟି ଆଁ । ମୁଣ୍ଡରେ ହାତଦେଇ ବସିଛି ଚାଷୀ । ଜଳ ବିହୁନେ ସୃଷ୍ଟି ନାଶ, ଧାନଜମିକୁ ଦେଖିଲେ ଏ ଉକ୍ତିର ସତ୍ୟତା ଅନୁଭବ କରିହେବ । ବିଲରେ ଧାନ ରୁଆ ନସରୁଣୁ ନିଅଣ୍ଟିଆ ବର୍ଷା ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଜୁନ ଓ ଜୁଲାଇ ମାସରେ ମୌସୁମୀ ବର୍ଷାରେ ଯାହା ଯେମିତି ଚାଷକାମକୁ ସାରିଥିଲା ଚାଷୀ କୂଳ ।

କିନ୍ତୁ ଅଗଷ୍ଟ ମାସର ପ୍ରଥମ ସପ୍ତାହରୁ ମୌସୁମୀର ଲୁଚକାଳି ଓ ବର୍ଷାର ଅଭାବ ମରୁଡିକୁ ଆମନ୍ତ୍ରଣ କରିଥିଲା । ପାଣି ଅଭାବରୁ ଧାନ ଜମି ସବୁ ଫାଟି ଆଁ କଲାଣି । ଫଟା ଜମିକୁ ଦେଖିଲେ ଚାଷୀ ଆଖିରେ ଲୁହ ବୋହୁଛି ।ଫସଲ ଉଜୁଡିବା ଦେଖି ପରିବାର କେମିତି ପୋଷିବ ସେ ନେଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ ।ଘରେ ଯାହା ଥିଲା ଆଉ ଧାର କରଜ ୠଣ କରି ସବୁ ଚାଷ କାମରେ ଲଗାଇ ଦେଇଛି ।

ତେଲକୋଇ ବ୍ଲକରେ ୧୬ ହଜାର ହେକ୍ଟରରୁ ଅଧିକ ଚାଷ ଜମି ରହିଛି । ତେବେ ଜୁଲାଇ ମାସ ଶେଷସୁଧା ୪୪ ମିଲିମିଟର ବର୍ଷା ହୋଇଥିବାବେଳେ ଅଗଷ୍ଟ ମାସରେ ୨୨ ମିଲିମିଟର ବର୍ଷା ଯୋଗୁଁ ଚାଷଜମିରେ ପାଣି ଅଭାବରୁ ଜମି ସବୁ ଫାଟି ଆଁ କରି ରହିଛି ।ଚାଷୀଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ