Masthead

ନିଅଣ୍ଟିଆ ବର୍ଷା, ଚିନ୍ତାରେ ଚାଷୀ

ତେଲକୋଇ (ବଡ଼ ଖବର ବ୍ୟୁରୋ): ନିଅଣ୍ଟିଆ ବର୍ଷା ପାଇଁ ଜମି ଫାଟି ଆଁ । ମୁଣ୍ଡରେ ହାତଦେଇ ବସିଛି ଚାଷୀ । ଜଳ ବିହୁନେ ସୃଷ୍ଟି ନାଶ, ଧାନଜମିକୁ ଦେଖିଲେ ଏ ଉକ୍ତିର ସତ୍ୟତା ଅନୁଭବ କରିହେବ । ବିଲରେ ଧାନ ରୁଆ ନସରୁଣୁ ନିଅଣ୍ଟିଆ ବର୍ଷା ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଜୁନ ଓ ଜୁଲାଇ ମାସରେ ମୌସୁମୀ ବର୍ଷାରେ ଯାହା ଯେମିତି ଚାଷକାମକୁ ସାରିଥିଲା ଚାଷୀ କୂଳ ।

କିନ୍ତୁ ଅଗଷ୍ଟ ମାସର ପ୍ରଥମ ସପ୍ତାହରୁ ମୌସୁମୀର ଲୁଚକାଳି ଓ ବର୍ଷାର ଅଭାବ ମରୁଡିକୁ ଆମନ୍ତ୍ରଣ କରିଥିଲା । ପାଣି ଅଭାବରୁ ଧାନ ଜମି ସବୁ ଫାଟି ଆଁ କଲାଣି । ଫଟା ଜମିକୁ ଦେଖିଲେ ଚାଷୀ ଆଖିରେ ଲୁହ ବୋହୁଛି ।ଫସଲ ଉଜୁଡିବା ଦେଖି ପରିବାର କେମିତି ପୋଷିବ ସେ ନେଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ ।ଘରେ ଯାହା ଥିଲା ଆଉ ଧାର କରଜ ୠଣ କରି ସବୁ ଚାଷ କାମରେ ଲଗାଇ ଦେଇଛି ।

ତେଲକୋଇ ବ୍ଲକରେ ୧୬ ହଜାର ହେକ୍ଟରରୁ ଅଧିକ ଚାଷ ଜମି ରହିଛି । ତେବେ ଜୁଲାଇ ମାସ ଶେଷସୁଧା ୪୪ ମିଲିମିଟର ବର୍ଷା ହୋଇଥିବାବେଳେ ଅଗଷ୍ଟ ମାସରେ ୨୨ ମିଲିମିଟର ବର୍ଷା ଯୋଗୁଁ ଚାଷଜମିରେ ପାଣି ଅଭାବରୁ ଜମି ସବୁ ଫାଟି ଆଁ କରି ରହିଛି ।ଚାଷୀଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା