Masthead

ଆମେରିକାର ଡ୍ରୋନ ଷ୍ଟ୍ରାଇକୁ ତାଲିବାନର ବିରୋଧ

କାବୁଲ(ବଡ଼ ଖବର ବ୍ୟୁରୋ):   ଆଫଗାନିସ୍ଥାନରେ ଦିନକୁ ଦିନ ସ୍ଥିତି ଅସମ୍ଭାଳ ହୋଇ ପଡୁଛି । ଏବେବି ଲୋକେ ଭୟରେ ଦେଶ ଛଡିବା ପାଇଁ ବ୍ୟାକୁଳ ହେଉଛନ୍ତି । ଏପଟେ ଗତ ଗୁରୁବାର କାବୁଲ ଏୟାରପୋର୍ଟ ନିକଟରେ ଆଇଏସ୍-କେ ଆତ୍ମଘାତି ହମଲା କରିଥିଲା । ଏହାପରେ ଶନିବାର ଆମେରିକା ଡ୍ରୋନଷ୍ଟ୍ରାଇକ କରି କଡା ଯବାବ୍ ଦେଇଥିଲା । ଶନିବାର ଓ ରବିବାର ଲଗାତାର ଅମେରିକା ୨ ଦିନ ଧରି ଡ୍ରୋନ ଷ୍ଟ୍ରାଇକ କରିଥିଲା । ଏଥିରେ ଅଫଗାନିସ୍ଥାନର ନୀରିହ ଲୋକଙ୍କ ଜୀବନ ଯାଇଥିବା ସୂଚନା ମିଳିଥିଲା । ଯାହାକୁ ନେଇ ଏବେ ତାଲିବାନ କଡା ବିରୋଧ କରିଛି । ବିଦେଶି ମାଟିରେ ଆମେରିକାର ଏଭଳି କାର୍ଯ୍ୟ ନିନ୍ଦନୀୟ । ଏହା ସମ୍ପୂର୍ଣ୍ଣ ରୂପେ ବେଆଇନ । ଏଥିରେ ସାଧାରଣ ଲୋକଙ୍କ ଜୀବନ ଯାଇଛି । ଆମେ ଏହାକୁ ସମ୍ପୂର୍ଣ୍ଣ ରୂପେ ବିରୋଧ କରୁଛୁ ବୋଲି କହିଛି ତାଲିବାନ । ଆମେରିକା ଡ୍ରୋନ ଷ୍ଟ୍ରାଇକ୍ କରିବା ପୂର୍ବରୁ ଏ ସମ୍ପର୍କରେ କୌଣସି ସୂଚନା ଦେଇନଥିବା ମଧ୍ୟ ଦାବି କରିଛି ତାଲିବାନ ।

ପେଣ୍ଟାଗନ ପକ୍ଷରୁ ଡ୍ରୋନ ଷ୍ଟ୍ରାଇକ ସମ୍ପର୍କରେ କୁହାଯାଇଥିଲା ଯେ ଆଇଏସ୍-କେ ପକ୍ଷରୁ ଗୋଟିଏ ସ୍ଥାନୀୟ ଆତଙ୍କୀ ସଂଗଠନ କାର୍ ଦ୍ୱାରା ଆତ୍ମଘାତୀ ହମଲା କରିବାକୁ କାବୁଲରେ ଯୋଜନା କରିଥିଲା । ଏହା ପଶ୍ଚିମ ଦେଶ ଓ ତାଲିବାନ୍ ପ୍ରତି ବିପଦ ସୃଷ୍ଟି କରୁଥିଲା । ତେଣୁ ଆମେରିକା ପକ୍ଷରୁ କରାଯାଇଥିବା ଡ୍ରୋନ ଷ୍ଟ୍ରାଇକ ସମ୍ଭାବ୍ୟ ଆକ୍ରମଣକୁ ପଣ୍ଡ କରାଯାଇଛି । କାର୍ ସମେତ ବିସ୍ଫୋରକ ନିହତ ହେଇଛନ୍ତି । ତେବେ ଏହି ଡ୍ରୋନ ଷ୍ଟ୍ରାଇକରେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗରେ ତଦନ୍ତ ଚାଲିଥିବା ନେଇ ପେଣ୍ଟାଗନ କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି