Masthead

ଆମେରିକାର ଡ୍ରୋନ ଷ୍ଟ୍ରାଇକୁ ତାଲିବାନର ବିରୋଧ

କାବୁଲ(ବଡ଼ ଖବର ବ୍ୟୁରୋ):   ଆଫଗାନିସ୍ଥାନରେ ଦିନକୁ ଦିନ ସ୍ଥିତି ଅସମ୍ଭାଳ ହୋଇ ପଡୁଛି । ଏବେବି ଲୋକେ ଭୟରେ ଦେଶ ଛଡିବା ପାଇଁ ବ୍ୟାକୁଳ ହେଉଛନ୍ତି । ଏପଟେ ଗତ ଗୁରୁବାର କାବୁଲ ଏୟାରପୋର୍ଟ ନିକଟରେ ଆଇଏସ୍-କେ ଆତ୍ମଘାତି ହମଲା କରିଥିଲା । ଏହାପରେ ଶନିବାର ଆମେରିକା ଡ୍ରୋନଷ୍ଟ୍ରାଇକ କରି କଡା ଯବାବ୍ ଦେଇଥିଲା । ଶନିବାର ଓ ରବିବାର ଲଗାତାର ଅମେରିକା ୨ ଦିନ ଧରି ଡ୍ରୋନ ଷ୍ଟ୍ରାଇକ କରିଥିଲା । ଏଥିରେ ଅଫଗାନିସ୍ଥାନର ନୀରିହ ଲୋକଙ୍କ ଜୀବନ ଯାଇଥିବା ସୂଚନା ମିଳିଥିଲା । ଯାହାକୁ ନେଇ ଏବେ ତାଲିବାନ କଡା ବିରୋଧ କରିଛି । ବିଦେଶି ମାଟିରେ ଆମେରିକାର ଏଭଳି କାର୍ଯ୍ୟ ନିନ୍ଦନୀୟ । ଏହା ସମ୍ପୂର୍ଣ୍ଣ ରୂପେ ବେଆଇନ । ଏଥିରେ ସାଧାରଣ ଲୋକଙ୍କ ଜୀବନ ଯାଇଛି । ଆମେ ଏହାକୁ ସମ୍ପୂର୍ଣ୍ଣ ରୂପେ ବିରୋଧ କରୁଛୁ ବୋଲି କହିଛି ତାଲିବାନ । ଆମେରିକା ଡ୍ରୋନ ଷ୍ଟ୍ରାଇକ୍ କରିବା ପୂର୍ବରୁ ଏ ସମ୍ପର୍କରେ କୌଣସି ସୂଚନା ଦେଇନଥିବା ମଧ୍ୟ ଦାବି କରିଛି ତାଲିବାନ ।

ପେଣ୍ଟାଗନ ପକ୍ଷରୁ ଡ୍ରୋନ ଷ୍ଟ୍ରାଇକ ସମ୍ପର୍କରେ କୁହାଯାଇଥିଲା ଯେ ଆଇଏସ୍-କେ ପକ୍ଷରୁ ଗୋଟିଏ ସ୍ଥାନୀୟ ଆତଙ୍କୀ ସଂଗଠନ କାର୍ ଦ୍ୱାରା ଆତ୍ମଘାତୀ ହମଲା କରିବାକୁ କାବୁଲରେ ଯୋଜନା କରିଥିଲା । ଏହା ପଶ୍ଚିମ ଦେଶ ଓ ତାଲିବାନ୍ ପ୍ରତି ବିପଦ ସୃଷ୍ଟି କରୁଥିଲା । ତେଣୁ ଆମେରିକା ପକ୍ଷରୁ କରାଯାଇଥିବା ଡ୍ରୋନ ଷ୍ଟ୍ରାଇକ ସମ୍ଭାବ୍ୟ ଆକ୍ରମଣକୁ ପଣ୍ଡ କରାଯାଇଛି । କାର୍ ସମେତ ବିସ୍ଫୋରକ ନିହତ ହେଇଛନ୍ତି । ତେବେ ଏହି ଡ୍ରୋନ ଷ୍ଟ୍ରାଇକରେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗରେ ତଦନ୍ତ ଚାଲିଥିବା ନେଇ ପେଣ୍ଟାଗନ କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ 🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍ 🔴 ଆଜିଠୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 🔴 ଇସ୍ରାଏଲ-ଇରାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ 🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍ 🔴 ଆଜିଠୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 🔴 ଇସ୍ରାଏଲ-ଇରାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ