Masthead

ଯିବା ପୂର୍ବରୁ ତାଲିବାନକୁ ଝଟକା ଦେଲା ଆମେରିକା

(ବଡ଼ ଖବର ବ୍ୟୁରୋ): ତାଲିବାନକୁ ଝଟ୍‌କା ଦେଲା ଆମେରିକା । ଏହି ସବୁ ବିମାନ ବ୍ୟବହାର କରିପାରିବନି ଆତଙ୍କବାଦୀ ସଙ୍ଗଠନ । ତାଲିବାନ କବ୍ଚାରେ କାବୁଲ୍ ଏୟାରପୋର୍ଟ ଥିବାବେଳେ ଭୟରେ ଅନେକ ଦେଶବସୀ ଦେଶଛାଡ଼ି ଚାଲିଯାଉଛନ୍ତି । ଦେଶ ଛାଡ଼ିବାକୁ ତାଲିବାନ ଦେଇଥିବା ସମୟ ଅଗଷ୍ଟ ୩୧ ହୋଇଥିବାବେଳ ଧାର୍ଯ୍ୟ ସମୟର ୨୪ଘଣ୍ଟା ପୂର୍ବରୁ ଆମେରିକା ସେନା ଦେଶ ଛାଡ଼ିବା ପରେ କାବୁଲ୍ ଏୟାରପୋର୍ଟକୁ ଦଖଲକୁ ନେଇଛି ତାଲିବାନ ।

କାବୁଲ ଏୟାରପୋର୍ଟ ଦଖଲ ପରେ ସେଲିବ୍ରେସନ କରିଛି ତାଲିବାନ ଗୋଷ୍ଠୀ । ଆକାଶକୁ ବ୍ଳାଙ୍କ ଫାୟାରିଂ କରି ସେଲିବ୍ରେସନ କରୁଛି ତାଲିବାନ । କିନ୍ତୁ ଆମେରିକା ସେନା ସୋମବାର ଦେଶ ଛାଡ଼ିବା ପୂର୍ବରୁ କାବୁଲ ଏୟାରପୋର୍ଟରେ ଥିବା ବିମାନ, ସଶସ୍ତ୍ର ଗାଡ଼ି, ହାଇଟେକ୍‌ ରକେଟ ଡିଫେନ୍ସ ସିଷ୍ଟମ ଆଦିକୁ ବେକାର କରିପକାଇଛି । ଯାହା ଆମେରିକା ସ୍ଥଳସେନାର ମୁଖ୍ୟ ସୂଚନା ଦେଇଛନ୍ତି। ଆମେରିକାର ସେଣ୍ଟ୍ରାଲ୍‌ କମାଣ୍ଡର ମୁଖ୍ୟ ଜେନେରାଲ କେନେଥ ମ୍ୟାକେଞ୍ଜି କହିଛନ୍ତି, ହମିଦ କରଜଇ ଏୟାରପୋର୍ଟରେ ଥିବା ୭୩ ବିମାନକୁ ସେନା ଡିମିଲିଟ୍ରାଇଜଡ୍‌ କରିପକାଇଛି।

ଏହାର ଅର୍ଥ ଏହି ସବୁ ବିମାନ ଏବେ ଆଉ ବ୍ୟବହାର କରିହେବ ନାହିଁ କି ଆଉ ଉଡ଼ାଣ ଭରିପାରିବ ନାହିଁ। ସେଗୁଡ଼ିକୁ କେହି ପୁନଃ କାର୍ଯ୍ୟକ୍ଷମ କରିପାରିବେ ନାହିଁ। ଏୟାରପୋର୍ଟରେ ୭୦ ଏମଆରଏପି ଅସ୍ତ୍ର ସଜ୍ଜିତ ଗାଡ଼ିକୁ ନଷ୍ଟ କରିଦିଆଯାଇଛି। ୨୭ଟି ହମ୍ବିଜ୍‌ ଟ୍ରକ୍‌କୁ ଡିଜାବଲ୍‌ କରିଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା