Masthead

ରେକର୍ଡ ହେଲା ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ପୁଣି ଥରେ ଦେଖାଦେଇଛି ବର୍ଷା ସମସ୍ୟା । ରେକର୍ଡ ହେଲା ନିଅଣ୍ଟିଆ ବର୍ଷା । ଜୁନ୍ ୧ରୁ ଅଗଷ୍ଟ ୩୧ ମଧ୍ୟରେ ରାଜ୍ୟରେ ୨୯% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ୨୩ ବର୍ଷ ପରେ ରାଜ୍ୟରେ ପୁଣିଥରେ ବର୍ଷାର ଏପରି ସଂକଟ ଦେଖାଦେଇଛି। ରାଜ୍ୟରେ ୯୨୮.୭ ମିମି ବର୍ଷା ରେକର୍ଡ ହୋଇଛି । ଚଳିତଥର ମାତ୍ର ୬୬୧.୧ ମିମି ବର୍ଷା ହୋଇଛି। ୧୯୯୮ ମସିହା ଅଗଷ୍ଟ ଶେଷ ବେଳକୁ ରାଜ୍ୟରେ ୨୯% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିଲା।

ସେହିବର୍ଷ ଜୁନ୍ ୧ରୁ ଅଗଷ୍ଟ ୩୧ ମଧ୍ୟରେ ରାଜ୍ୟରେ ମାତ୍ର ୬୫୭.୫ ମିମି ବର୍ଷା ହୋଇଥିଲା। ୧୧ ବର୍ଷ ପୂର୍ବରୁ ଅର୍ଥାତ ୧୯୮୭ ମସିହାରେ ରାଜ୍ୟରେ ଏହି ସମୟ ମଧ୍ୟରେ ୬୪୧.୪ ମିମି ବର୍ଷା ହୋଇଥିଲା। ତାହା ସ୍ବାଭାବିକଠାରୁ ୩୧% କମ୍ ଥିଲା। ପ୍ରାୟ ସମୟ ଅଗଷ୍ଟରେ ସ୍ବାଭାବିକଠାରୁ ଢେର୍ ବର୍ଷା ହୋଇଥାଏ। କିନ୍ତୁ ଚଳିତଥର ଅଗଷ୍ଟରେ ଗୋଟିଏ ବି ଦିନ ମୌସୁମୀ ସକ୍ରିୟ ନଥିବାରୁ ରାଜ୍ୟରେ ବର୍ଷାର ଅଭାବ ଦେଖିବାକୁ ମିଳିଛି।

ରାଜ୍ୟରେ ବର୍ଷା କମ ହୋଇଛି। କେବଳ ଅଗଷ୍ଟରେ ଚଳିତଥର ୪୪% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ସ୍ବାଭାବିକ ଭାବେ ଅଗଷ୍ଟରେ ୫ରୁ ୬ଟି ଲଘୁଚାପ ସୃଷ୍ଟି ହୋଇଥାଏ। କିନ୍ତୁ ଗତବର୍ଷ ରାଜ୍ୟରେ କେବଳ ଅଗଷ୍ଟରେ ୫ଟି ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ପ୍ରତି ଲଘୁଚାପ ପିଛା ୫୫ ମିମିରୁ ୬୦ମିମି ବର୍ଷା ହୋଇଥିଲା। ଫଳରେ ଗତବର୍ଷ ଅଗଷ୍ଟରେ ୪୨%ରୁ ଅଧିକ ବର୍ଷା ରେକର୍ଡ ହୋଇଥିଲା। ଚଳିତ ବର୍ଷ ଅଗଷ୍ଟରେ ମାତ୍ର ୨ଟି ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଗୋଟିଏ ଲଘୁଚାପ ପିଛା ମାତ୍ର ୨୦ରୁ ୨୫ ମିମି ଯାଏ ବର୍ଷା ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ