ୟୁନିଭର୍ସିଟିରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ନିୟମ ଜାରି କଲା ତାଲିବାନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ତାଲିବାନର ଅସଲ ଚେହେରା ସାରା ବିଶ୍ୱ ଦେଖିଆସୁଛି । ଏହାରି ମଧ୍ୟରେ ୟୁନିଭର୍ସିଟିରେ ପଢୁଥିବା ଛାତ୍ରୀଙ୍କ ପାଇଁ ନୂଆ ନିୟମ ଜାରି କରିଛି ତାଲିବାନ । ତେବେ ୟୁନିଭର୍ସିଟିରେ ପଢୁଥିବା ଛାତ୍ରୀଙ୍କୁ ଅବାୟା ରୋବ ଓ ନିକାବ ପିନ୍ଧି ଆସିବାକୁ ପଡିବ ଯେପରି ସେମାନଙ୍କ ମୁହଁ ସମ୍ପୂର୍ଣ୍ଣ ଢାଙ୍କି ରହିବ ବୋଲି ତାଲିବାନ ସରକାର କହିଛନ୍ତି । ଏହା ସହ ଛାତ୍ର ଏବଂ ଛାତ୍ରୀଙ୍କ ପାଇଁ ଭିନ୍ନ ଭିନ୍ନ କଲେଜ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଯଦି ଅଲଗା କଲେଜ ନହୁଏ ତାହାଲେ ପୁଅ ଓ ଝିଅମାନଙ୍କୁ ଅଲଗା ଅଲଗା ଧାଡିରେ ବସାଇ ମଝିରେ ପରଦା ପକାଇବାକୁ କୁହାଯାଇଛି । ତାଲିବାନର ଆଦେଶ ଅନୁଯାୟୀ ଛାତ୍ରୀମାନଙ୍କୁ ପଢିବାକୁ ମହିଳା ଶିକ୍ଷକ ରଖିବାକୁ ଆଦେଶ ଦିଆଯାଇଛି । ଆଦେଶ ଅନୁଯାୟୀ ଯଦି ଏପରି ନହୁଏ ତାହାଲେ ଛାତ୍ରୀମାନଙ୍କୁ ପଢିବାକୁ ବୃଦ୍ଧ ପୁରୁଷ ଅଧ୍ୟାପକ ରଖାଯିବ ବୋଲି କୁହାଯାଇଛି । ଅପରପକ୍ଷରେ ତାଲିବାନ ସ୍କୁଲ ଓ କଲେଜ ଖୋଲିବାକୁ ଅନୁମତି ଦେଇଛି ସତ ହେଲେ ସ୍କୁଲ, କଲେଜ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଲମ୍ବା ଚଉଡା ଆଦେଶ ଜାରି କରିଛି ତାଲିବାନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ