୧୧ ଦିନରେ କୋଟିଏ ଟପିଛି ଟିକାକରଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କରୋନା ସଂକ୍ରମଣ କମୁନଥିବା ବେଳେ ଟିକାକରଣରେ ରେକର୍ଡ ସୃଷ୍ଟି କରିଛି ଭାରତ । ତେବେ କରୋନା ସହ ଲଢିବା ପାଇଁ ଟିକାକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି । ବିଶ୍ୱରେ ଦୁଇଟି ନୂଆ ପ୍ରଜାତିର କରୋନା ଭୁତାଣୁ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣ ବଢିବା ସମ୍ଭାବନା ରହିଛି । ଏହା ମଧ୍ୟରେ ଟିକାକୁ ନେଇ ଆସିଛି ଖୁସି ଖବର ୧୧ ଦିନରେ ତୃତୀୟ ଥର ପାଇଁ ଟିକା କୋଟିଏ ଟପିଛି ।

ସୋମବାର ଦେଶରେ ୧ କୋଟି ୫ଲକ୍ଷରୁ ଅଧିକ ଡୋଜ ଟିକାକରଣ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ସେପ୍ଟେମ୍ବର ମାସରେ ଦ୍ରୁତ ଟିକାକରଣ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଚାଲିଥିବା ବିଶ୍ୱର ସବୁଠୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ କୋଟିଏ ଟପିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ଗତକାଲି ସୁଦ୍ଧା ୬୯ କୋଟି ୬୮ ଲକ୍ଷ ଡୋଜ ଟିକାକରଣ ହୋଇଛି ।

ଏପର୍ଯ୍ୟନ୍ତ ୫୩ କୋଟି ୨୯ ଲକ୍ଷ ୨୭ ହଜାର ୨୦୧ ଜଣ ପ୍ରଥମ ଡୋଜ ଟିକା ନେଇଛନ୍ତି । କରୋନା ଟିକାର ଦୁଇଟି ଡୋଜ ନେଇସାରିଥିବା ଲୋକଙ୍କୁ ସଂଖ୍ୟା ହେଉଛି, ୧୬ କୋଟି ୩୯ ଲକ୍ଷ ୬୯ ହଜାର ୧୨୭ ଜଣ । ସେହିପରି ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତି କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି ୨୭ କୋଟି ୬୪ ଲକ୍ଷ ୧୦ ହଜାର ୬୯୪ ଏବଂ ଦୁଇଟି ଡୋଜ ନେଇଥିବା ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ହେଉଛି ୩ କୋଟି ୫୭ ଲକ୍ଷ ୭୬ ହଜାର ୭୨୬ । ଦେଶରେ ବର୍ତମାନ ସୁଦ୍ଧା ଦୈନିକ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ