Masthead

ବଢୁଛି ପଥର ମାଫିଆଙ୍କ ରାଜୁତି

ନୟାଗଡ଼ (ବଡ଼ ଖବର ବ୍ୟୁରୋ): ବଢୁଛି ପଥର ମାଫିଆଙ୍କ ରାଜୁତି । ଜଙ୍ଗଲଜମିରେ କରୁଛନ୍ତି ବେଆଇନ ରାସ୍ତା । ବେଆଇନ ବ୍ଲାଷ୍ଟିଂ କରି ଖାଲି କରୁଛନ୍ତି ପାହାଡ଼ । ଲୁଟି ନେଉଛନ୍ତି ଟ୍ରକ ଟ୍ରକ ପଥର । ବେଆଇନ ବ୍ଲାଷ୍ଟିଂ ଦ୍ୱାରା ନିମାଣି ଗାଁର ଘର,ସ୍କୁଲ,ମନ୍ଦିର ଏମିତିକି ଡାକ୍ତରଖାନା ଫାଟି ଆଁ କଲାଣି । ଯାହାକୁ ନେଇ ଚିନ୍ତାରେ ନିମାଣି ଗାଁର ଲୋକେ । ଯେଉଁ ପାହାଡ଼ ଗାଁର ସୌନ୍ଦର୍ଯ୍ୟ ବଢାଏ ହେଲେ ଆଜି ପଥର ମାଫିଆଙ୍କ ଦୌରାତ୍ମ୍ୟ ପାଇଁ ଫିକା ପଡ଼ିଯାଇଛି ଏହାର ସୌନ୍ଦର୍ଯ୍ୟ ।

ପଥର ମାଫିଆଙ୍କ କବଜାରେ ଏହି କାସିଆ ପାହାଡ । ଖାଲି ସେତିକି ନୁହେଁ ପାହାଡ଼ର ପାଦଦେଶରେ ଥିବା ଜଙ୍ଗଲ କିସମ ଜମିରେ ତିଆରି ହୋଇଛି ବେଆଇନ ରାସ୍ତା । ଯାହାକୁ ନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । ଅଞ୍ଚଳବାସୀଙ୍କ ଅଭିଯୋଗ କ୍ରମେ ଜିଲ୍ଲା ପ୍ରଶାସନ ବାର୍ଷିକ ୫୦୦ ସିଏମର ପଥର ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଦିନକୁ ୫୦୦ରୁ ଅଧିକ ପଥର ଚୋରାଉଛନ୍ତି ପଥର ମାଫିଆ । ପଥର ଗାଡ଼ି ଯିବା ଆସିବା ଦ୍ୱାରା ଜଙ୍ଗଲ କିସମ ଜମିରୁ ଉଠୁଛି ମାଟି ।

ବେଆଇନ ବ୍ଲାଷ୍ଟିଂ ଦ୍ୱାରା ନିମାଣି ଗାଁର ଘର , ମନ୍ଦିର, ସ୍କୁଲ ଏମିତିକି ଡାକ୍ତରଖାନା ଫାଟି ଆଁ କଲାଣି । ପ୍ରଶାସନକୁ ବାରମ୍ବାର ଅଭିଯୋଗ ସତ୍ୱେ ନିଆଯାଉନି ଉଚିତ ପଦକ୍ଷେପ । ସେପଟେ ଡିଏଫଓ ସବୁ ଜାଣି ମଧ୍ୟ ଚୁପ ରହୁଛନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରୁଛନ୍ତି । ପାହାଡ଼ କୁ ଢାଲ କରି ପଥର ମାଫିଆ ଲୁଟୁଛନ୍ତି କୋଟି କୋଟି ଟଙ୍କା । ଏହାକୁ ଜାଣି ମଧ୍ୟ ପ୍ରଶାସନ ପାଲଟିଛି ନିଦା ବିଷ୍ଣୁ ।

ଗୋଟେ ପଟେ ପଥର ଲୁଟ୍ କରି ପଥର ମାଫିଆମାନେ ମାଲା ମାଲ ହେଉଥିବାବେଳେ, ଅନ୍ୟପଟେ ଦୁର୍ବିସହ ହୋଇପଡ଼ିଛି ନିମାଣିବାସୀଙ୍କ ଜୀବନ । ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ନଷ୍ଟ ହେଉଥିବାବେଳେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ତେବେ ଏହା ବିରୋଧରେ କେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା