Masthead

ବଢୁଛି ମକା ଚାଷୀଙ୍କ ଦୁଃଖ

ଚମ୍ପୁଆ (ବଡ଼ ଖବର ବ୍ୟୁରୋ): କଥାରେ ଅଛି ଚାଷ କାମ ଯାହାର କେତେ ସୁଖ ତାହାର । ମାତ୍ର ଏହାର ବିପରୀତ ପ୍ରତିଫଳନ ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ଚମ୍ପୁଆ ଏନ.ଏ.ସିର ୧ ନ ୱାର୍ଡ ଗୋଧୂଳି ଗ୍ରାମର । ଚାଷୀଙ୍କ କ୍ଷେତ୍ରରେ. ପୁଳାଏ ପୁଳାଏ ଟଙ୍କା ଖର୍ଚ୍ଚ କରି ମକା ଚାଷ କଲେ ହେଲେ ଅମଳ ବେଳେ ଦାଉ ସାଧିଲା ବର୍ଷା, ପୋକ ଓ ଶୁଆ ପକ୍ଷୀ । ବର୍ଷା ଅଭାବରୁ ଗଛ ହୃଷ୍ଟ ପୃଷ୍ଟ ହୋଇ ପାରୁନଥିଲା ବେଳେ ଅମଳ ସମୟରେ ମକା ଫଳରେ ପୋକ ଲାଗିବାରୁ କ୍ଷତି ସହିଛନ୍ତି ଚାଷୀ ।

ଦୁଃଖ ତାଙ୍କ ପଛ ଛାଡୁନି । କାଉଁଳିଆ ତଥା ବର୍ଷା ଛାଡି ଗଲେ ଶୁଆ ପକ୍ଷୀଙ୍କ ମକା ଫସଲ ଉପରେ ଆକ୍ରମଣ ଚାଷୀର ମେରୁ ଦଣ୍ଡକୁ ଦୋହଲାଇ ଦେଇଛି । ଫଳରେ ଚାଷୀ ଫସଲର ସୁରକ୍ଷା ପାଇଁ ଏକର ଏକର ମକା କ୍ଷେତରେ ମଞ୍ଚା ବାନ୍ଧି ଟିଣ ବଜାଇ ପକ୍ଷୀ ଘଉଡାଇବା କାମ କରୁଛି । ଏହି ଅଂଚଳର ମକା ଫସଲ ଦୂର ଦୁରାନ୍ତରେ ବେଶ ଚାହିଦା ରହୁଥିବାବେଳେ ଗୋଧୂଳି ଗ୍ରାମର ଚାଷୀମାନେ ଧାନ ଅପେକ୍ଷା ମକା ଚାଷକୁ ବେଶ ଗୁରୁତ୍ୱ ଦେଇଥାନ୍ତି ।

ମାତ୍ର ଚଳିତ ବର୍ଷ ଚାଷୀ ଅଭାବୀ ବର୍ଷା ସାଙ୍ଗକୁ ରୋଗ ପୋକ ଦାଉରୁ ଫସଲକୁ ରକ୍ଷା କରିବାରେ ସେତେଟା ସଫଳ ହୋଇପାରିନାହିଁ । ବୋଝ ଉପରେ ନଳିତା ବିଡ଼ା ଭଳି ଶୁଆ ପକ୍ଷୀ ଏବେ ଚାଷୀର ଚିନ୍ତାର କାରଣ ସାଜିଛି । ଏହି ପକ୍ଷୀ ଗୁଡିକ ଶତାଧିକ ସଂଖ୍ୟାରେ ଫସଲ ଉପରେ ଆକ୍ରମଣ କରିବା ସହିତ ମକା ଗୁଡିକୁ ଅଧା ଖଣ୍ଡିଆ କରେଇ ଦେଉଥିବା ବେଳେ ତାହା ବିକ୍ରି ଉପଯୋଗୀ ହୋଇ ପାରୁନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ