Masthead

ବଢୁଛି ମକା ଚାଷୀଙ୍କ ଦୁଃଖ

ଚମ୍ପୁଆ (ବଡ଼ ଖବର ବ୍ୟୁରୋ): କଥାରେ ଅଛି ଚାଷ କାମ ଯାହାର କେତେ ସୁଖ ତାହାର । ମାତ୍ର ଏହାର ବିପରୀତ ପ୍ରତିଫଳନ ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ଚମ୍ପୁଆ ଏନ.ଏ.ସିର ୧ ନ ୱାର୍ଡ ଗୋଧୂଳି ଗ୍ରାମର । ଚାଷୀଙ୍କ କ୍ଷେତ୍ରରେ. ପୁଳାଏ ପୁଳାଏ ଟଙ୍କା ଖର୍ଚ୍ଚ କରି ମକା ଚାଷ କଲେ ହେଲେ ଅମଳ ବେଳେ ଦାଉ ସାଧିଲା ବର୍ଷା, ପୋକ ଓ ଶୁଆ ପକ୍ଷୀ । ବର୍ଷା ଅଭାବରୁ ଗଛ ହୃଷ୍ଟ ପୃଷ୍ଟ ହୋଇ ପାରୁନଥିଲା ବେଳେ ଅମଳ ସମୟରେ ମକା ଫଳରେ ପୋକ ଲାଗିବାରୁ କ୍ଷତି ସହିଛନ୍ତି ଚାଷୀ ।

ଦୁଃଖ ତାଙ୍କ ପଛ ଛାଡୁନି । କାଉଁଳିଆ ତଥା ବର୍ଷା ଛାଡି ଗଲେ ଶୁଆ ପକ୍ଷୀଙ୍କ ମକା ଫସଲ ଉପରେ ଆକ୍ରମଣ ଚାଷୀର ମେରୁ ଦଣ୍ଡକୁ ଦୋହଲାଇ ଦେଇଛି । ଫଳରେ ଚାଷୀ ଫସଲର ସୁରକ୍ଷା ପାଇଁ ଏକର ଏକର ମକା କ୍ଷେତରେ ମଞ୍ଚା ବାନ୍ଧି ଟିଣ ବଜାଇ ପକ୍ଷୀ ଘଉଡାଇବା କାମ କରୁଛି । ଏହି ଅଂଚଳର ମକା ଫସଲ ଦୂର ଦୁରାନ୍ତରେ ବେଶ ଚାହିଦା ରହୁଥିବାବେଳେ ଗୋଧୂଳି ଗ୍ରାମର ଚାଷୀମାନେ ଧାନ ଅପେକ୍ଷା ମକା ଚାଷକୁ ବେଶ ଗୁରୁତ୍ୱ ଦେଇଥାନ୍ତି ।

ମାତ୍ର ଚଳିତ ବର୍ଷ ଚାଷୀ ଅଭାବୀ ବର୍ଷା ସାଙ୍ଗକୁ ରୋଗ ପୋକ ଦାଉରୁ ଫସଲକୁ ରକ୍ଷା କରିବାରେ ସେତେଟା ସଫଳ ହୋଇପାରିନାହିଁ । ବୋଝ ଉପରେ ନଳିତା ବିଡ଼ା ଭଳି ଶୁଆ ପକ୍ଷୀ ଏବେ ଚାଷୀର ଚିନ୍ତାର କାରଣ ସାଜିଛି । ଏହି ପକ୍ଷୀ ଗୁଡିକ ଶତାଧିକ ସଂଖ୍ୟାରେ ଫସଲ ଉପରେ ଆକ୍ରମଣ କରିବା ସହିତ ମକା ଗୁଡିକୁ ଅଧା ଖଣ୍ଡିଆ କରେଇ ଦେଉଥିବା ବେଳେ ତାହା ବିକ୍ରି ଉପଯୋଗୀ ହୋଇ ପାରୁନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ