Masthead

ତାଲିବାନ ସହ ମିଶିଲେ ଆଫଗାନ ସେନା

(ବଡ଼ ଖବର ବ୍ୟୁରୋ): ତାଲିବାନ କବ୍ଜାରେ ଆଫଗାନ । ତାଲିବାନର ଅସଲ ଚେହେରା ସାରା ବିଶ୍ୱ ଦେଖିଆସୁଛି । ଆଫଗାନିସ୍ତାନକୁ ତାଲିବାନ କବ୍ଜା ପରେ ଆଫଗାନ ଜନସାଧାରଣ ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସ୍ତରରେ ଚିନ୍ତା ପ୍ରକାଶ ପାଇଛି । ଆଫଗାନିସ୍ତନର ସମସ୍ତ ପ୍ରଦେଶ ଦଖଲ କରିବା ପରେ ତାଲିବାନ ନୂଆ ସରକାର ଗଠନ କରିଛି । ପ୍ରଧାନମନ୍ତ୍ରୀ , ଉପ-ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀଙ୍କ ନାମ ଘୋଷଣା ହୋଇସାରିଛି । କିନ୍ତୁ ଏହାରି ଭିତରେ ଚକିତ କଲା ଭଳି କିଛି ଖବର ଆସିଛି ।

ଏବେ ଆଫଗାନୀ ସେନାଙ୍କୁ ନେଇ ଏକ ରିପୋର୍ଟ ଆସିଛି । ବହୁ ପରିମାଣର ସୈନିକ ଏବେ ତାଲିବାନ ସରକାରରେ ସାମିଲ ହୋଇଥିବା ଜଣାପଡ଼ିଛି ।  ମିଡିଆ ରିପୋର୍ଟ ଅନୁଯାୟୀ, ସୈନିକମାନେ ନିର୍ଯ୍ୟାତନା ଭୟରେ ଆଫଗାନିସ୍ତାନ ଛାଡିଦେଇଛନ୍ତି । କିଛି ସୈନ୍ୟ ପଞ୍ଜିଶୀରର ରେସିଟାନ୍ସ ଦଳ ସହିତ ମିଶିଛନ୍ତି । କିନ୍ତୁ ଆଫଗାନିସ୍ତାନ ଦଖଲ ପରେ ସମସ୍ତ ସୈନ୍ୟଙ୍କୁ କ୍ଷମା ଦିଆଯାଇଛି ବୋଲି ଘୋଷଣା କରିଥିଲେ ତାଲିବାନ ।

ଆମେରିକା ଓ ୟୁକେ ସେନା ଦ୍ୱାରା ଯେଉଁ ଆଫଗାନି ସେନାଙ୍କୁ ଟ୍ରେନିଂ ଦିଆଯାଉଥିଲା ସେମାନେ ଏବେ ତାଲିବାନ ସହିତ ମିଶିଛନ୍ତି ବୋଲି ଅନୁମାନ କରାଯାଉଛି । ବ୍ରିଟେନ୍‌ର ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀଙ୍କ ମୁତାବିକ, ସେନା ବାହିନୀଙ୍କୁ ବନ୍ଧୁକ ଧରିବା ପାଇଁ ଟ୍ରେନିଂ ଦିଆଯାଇଥାଏ । ସେମାନେ ଟ୍ରେନିଂ ଅନୁସାରେ ବନ୍ଧୁକକୁ ହିଁ ଧରିଥାନ୍ତି । ଉପଯୁକ୍ତ ଟ୍ରେନିଂ ନପାଇଲେ ବନ୍ଧୁକଙ୍କୁ ଠିକ୍‌ ଭାବେ ଚାଳନା କରିପାରିବ ନାହିଁ ବୋଲି କହିଛନ୍ତି । ତେଣୁ ଆଫଗାନିସ୍ତାନରେ ଯେଉଁମାନେ ବନ୍ଧୁକ ଧରୁଛନ୍ତି ପ୍ରାୟତଃ ସେନାବାହିନୀ ଧରିବା ଭଳି ଅନୁମାନ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାଣି ଉଠାଇବା ବେଳେ ଅଘଟଣ, ପୁଅକୁ ଉଦ୍ଧାର କରିବାକୁ ଯାଇ ବୁଡିଗଲେ ବାପା 🔴 ସେବାୟତ ବିବାଦ, ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ପଛକୁ ହଟିଲେ ଟ୍ରମ୍ପ, ଆକ୍ରମଣ ଯୋଜନା ସ୍ଥଗିତ 🔴 ସୋମବାର ଠାରୁ ବର୍ଷା ପରିମାଣ ବଢିବ 🔴 ଓଡ଼ିଶା ଆସୁଛନ୍ତି ମହାମହିମ 🔴 ଆମେରିକାରେ ଆତ୍ମଘାତୀ ବିସ୍ଫୋରଣ, ୩ମୃତ 🔴 ପୁଣି ବଢ଼ିବ ବର୍ଷା 🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ 🔴 ପାଣି ଉଠାଇବା ବେଳେ ଅଘଟଣ, ପୁଅକୁ ଉଦ୍ଧାର କରିବାକୁ ଯାଇ ବୁଡିଗଲେ ବାପା 🔴 ସେବାୟତ ବିବାଦ, ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ପଛକୁ ହଟିଲେ ଟ୍ରମ୍ପ, ଆକ୍ରମଣ ଯୋଜନା ସ୍ଥଗିତ 🔴 ସୋମବାର ଠାରୁ ବର୍ଷା ପରିମାଣ ବଢିବ 🔴 ଓଡ଼ିଶା ଆସୁଛନ୍ତି ମହାମହିମ 🔴 ଆମେରିକାରେ ଆତ୍ମଘାତୀ ବିସ୍ଫୋରଣ, ୩ମୃତ 🔴 ପୁଣି ବଢ଼ିବ ବର୍ଷା 🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ