Masthead

ତାରିଣୀ ପୀଠରେ ପ୍ରମୋଦ ଭଗତ

କେନ୍ଦୁଝର(ବଡ଼ ଖବର ବ୍ୟୁରୋ): ତାରିଣୀ ପୀଠରେ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତ । ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ବିଜେତା ଓଡିଶାର ସୁନା ପୁଅ ପ୍ରମୋଦ ଭଗତ ଆଜି ଘଟଗାଁ ମା ତାରିଣୀଙ୍କୁ ଦର୍ଶନ କରିଛନ୍ତି ।  ଅଲମ୍ପିକ୍ସରେ ଦମଦାର ପ୍ରଦର୍ଶନ କରି ଏବେ ସମସ୍ତଙ୍କ ବାହା ବାହା ଲୁଟୁଛନ୍ତି ଭଗତ । ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ଶୁଅ ଛୁଟୁଛି । ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟୁଇଟ କରି ପ୍ରମୋଦଙ୍କୁ ନିଜର ଅଭିନନ୍ଦନ ଜଣାଇଛନ୍ତି ।

ଏଥି ସହିତ ପ୍ରମୋଦ ଆଜି କେନ୍ଦୁଝର ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ଘଟଗାଁ ମା ତାରିଣୀଙ୍କ ପୀଠରେ ପହଂଚିଛନ୍ତି । ପ୍ରମୋଦ ଟୋକିଓ ଯିବା ପୂର୍ବରୁ ମାନଶିକ କରି ସେ ମା’ ତାରିଣୀଙ୍କ ନିକଟରେ ଅଖଣ୍ଡ ଦୀପ ପ୍ରଜ୍ବଳନ କରିଥିଲେ । ପରେ ମାଙ୍କ କୃପାରୁ ସେ ସ୍ବର୍ଣ୍ଣ ପଦକ ହାସଲ କରିବାସହ ଦେଶ ପାଇଁ ଗୌରବ ଆଣିଥିଲେ। ତେବେ ସେ ଗତ ୧୦ତାରିଖ ଗଣେଶ ଚତୁର୍ଥି ଦିନ ଓଡ଼ିଶା ଆସି ପହଁଞ୍ଚିଥିଲେ ଓ ଆଜି ନିଜର ଅଖଣ୍ଡ ଦୀପ ମାନସିକ ସମାପନ କରିବା ପାଇଁ ଘଟଗାଁ ମା’ ତାରିଣୀଙ୍କ ପୀଠରେ ପହଞ୍ଚି ମା’ଙ୍କୁ ଦର୍ଶନ କରି ନିଜର ମାନସିକ ସମାପନ କରିବା ସହିତ ମା’ ତାରିଣୀଙ୍କୁ ନିଜର ସ୍ବର୍ଣ୍ଣ ପଦକ ସମର୍ପଣ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ