Masthead

ତାରିଣୀ ପୀଠରେ ପ୍ରମୋଦ ଭଗତ

କେନ୍ଦୁଝର(ବଡ଼ ଖବର ବ୍ୟୁରୋ): ତାରିଣୀ ପୀଠରେ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତ । ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ବିଜେତା ଓଡିଶାର ସୁନା ପୁଅ ପ୍ରମୋଦ ଭଗତ ଆଜି ଘଟଗାଁ ମା ତାରିଣୀଙ୍କୁ ଦର୍ଶନ କରିଛନ୍ତି ।  ଅଲମ୍ପିକ୍ସରେ ଦମଦାର ପ୍ରଦର୍ଶନ କରି ଏବେ ସମସ୍ତଙ୍କ ବାହା ବାହା ଲୁଟୁଛନ୍ତି ଭଗତ । ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ଶୁଅ ଛୁଟୁଛି । ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟୁଇଟ କରି ପ୍ରମୋଦଙ୍କୁ ନିଜର ଅଭିନନ୍ଦନ ଜଣାଇଛନ୍ତି ।

ଏଥି ସହିତ ପ୍ରମୋଦ ଆଜି କେନ୍ଦୁଝର ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ଘଟଗାଁ ମା ତାରିଣୀଙ୍କ ପୀଠରେ ପହଂଚିଛନ୍ତି । ପ୍ରମୋଦ ଟୋକିଓ ଯିବା ପୂର୍ବରୁ ମାନଶିକ କରି ସେ ମା’ ତାରିଣୀଙ୍କ ନିକଟରେ ଅଖଣ୍ଡ ଦୀପ ପ୍ରଜ୍ବଳନ କରିଥିଲେ । ପରେ ମାଙ୍କ କୃପାରୁ ସେ ସ୍ବର୍ଣ୍ଣ ପଦକ ହାସଲ କରିବାସହ ଦେଶ ପାଇଁ ଗୌରବ ଆଣିଥିଲେ। ତେବେ ସେ ଗତ ୧୦ତାରିଖ ଗଣେଶ ଚତୁର୍ଥି ଦିନ ଓଡ଼ିଶା ଆସି ପହଁଞ୍ଚିଥିଲେ ଓ ଆଜି ନିଜର ଅଖଣ୍ଡ ଦୀପ ମାନସିକ ସମାପନ କରିବା ପାଇଁ ଘଟଗାଁ ମା’ ତାରିଣୀଙ୍କ ପୀଠରେ ପହଞ୍ଚି ମା’ଙ୍କୁ ଦର୍ଶନ କରି ନିଜର ମାନସିକ ସମାପନ କରିବା ସହିତ ମା’ ତାରିଣୀଙ୍କୁ ନିଜର ସ୍ବର୍ଣ୍ଣ ପଦକ ସମର୍ପଣ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା