Masthead

କରୀନା ଆଉଟ୍ କଙ୍ଗନା ଇନ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ସାମ୍ନାକୁ ଆସିଛି ବିଗ୍ ବଜେଟ ମୁଭି ‘ସୀତା-ଦ ଇନକାରେସନ’ର ଅପଡେଟ୍ ପୋଷ୍ଟର । ଏହି ଫିଲ୍ମରେ କରୀନା ନୁହେଁ ବରଂ ନଜର ଆସିବେ ପଙ୍ଗା କୁଇନ୍ କଙ୍ଗନା । କରୀନାଙ୍କୁ ଆଉଟ କରି ଇନ୍ ହେଲେ କଙ୍ଗନା । କହିବାକୁଗଲେ କଙ୍ଗନା ଏବେ ସବୁଠି ଚର୍ଚ୍ଚାରେ ରହିଛନ୍ତି । ନିକଟରେ ରିଲିଜ ହୋଇଥିବା ତାଙ୍କ ଅଭିନୀତ ଫିଲ୍ମ ‘ଥଲାଇଭି’ର କାଫି ଭଲ ରେସପନ୍ସ ରହିଛି ବକ୍ସ ଅଫିସରେ । ତାଙ୍କ ଦମଦାର ଅଭିନୟ ପାଇଁ ତାଙ୍କୁ ବେଶ୍ ପ୍ରଶଂସା ମଧ୍ୟ କରାଯାଉଛି । ଅନ୍ୟପଟେ କଙ୍ଗନାଙ୍କର ପୁଣି ଏକ ବିଗ୍ ବଜେଟ ମୁଭିର ଘୋଷଣା ହୋଇଛି ।

ତାଙ୍କୁ ଅପକମିଙ୍ଗ ବିଗ୍ ବଜେଟ ଫିଲ୍ମ ‘ସିତା’ରେ ଲିଡ କ୍ୟାରେକ୍ଟରରେ ଦେଖିବାକୁ ମିଳିବ । ରିସେଣ୍ଟଲି ଏହି ଫିଲ୍ମର ପ୍ରଥମ ପୋଷ୍ଟର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରି କଙ୍ଗନା ଫ୍ୟାନ୍ସଙ୍କୁ ଏହି ଖବର ଜଣାଇଛନ୍ତି । ୫ଟି ଭାଷାରେ ରିଲିଜ ହେବାକୁ ଯାଉଥିବା ଏହି ବିଗ ବଜେଟ ମୁଭିକୁ ନିର୍ଦ୍ଦଶନା ଦେବେ ଅଲୋକିକ୍ ଦେଶାଇ । ତେବେ ମୁଭିର ନିର୍ମାତା କହିଛନ୍ତି ଯେ ଫିଲ୍ମରେ ସୀତା କ୍ୟାରେକ୍ଟର କଙ୍ଗନା କରୁଥିବାରୁ ସେ ବେଶ୍ ଖୁସି ଅଛନ୍ତି । କାରଣ କଙ୍ଗନା ହେଉଛନ୍ତି ଭାରତୀୟଙ୍କ ଭାବନା ଓ ମହତ୍ତ୍ୱର ପ୍ରତୀକ । ସେ ଏପରି ଜଣେ ନାରୀ ଯିଏ କି ନିର୍ଭିୀକ,ସାହାସୀ ଏବଂ ଚ୍ୟାଲେଞ୍ଜିଙ୍ଗ୍ । ସେଥିପାଇଁ ଏହି କ୍ୟାରେକ୍ଟରରେ ସେ କେବଳ କଙ୍ଗନାଙ୍କୁ ହିଁ ଦେଖିବାକୁ ଚାହାଁନ୍ତି ।

ତେବେ ପୂର୍ବରୁ ଏହି ମୁଭି କରୀନା କପୁରଙ୍କୁ ମଧ୍ୟ ଅଫର କରାଯାଇଥିଲା । କିନ୍ତୁ କରୀନା ଏହି ଫିଲ୍ମ ପାଇଁ ୧୨ କୋଟି ଟଙ୍କା ପେମେଣ୍ଟ ନେବେ ବୋଲି ଜଣାଇଥିଲେ ଯାହାକୁ ନେଇ ଅନେକ ବିବାଦ ଉପୁଜିଥିଲା । ସୋସିଆଲ ମିଡିଆରେ ୟୁଜର୍ସ ମାନେ କାଫି ଟ୍ରୋଲ କରିଥିଲେ କରୀନାଙ୍କୁ । ଏମିତିକି କରୀନାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବୟକଟ୍ କରାଯାଉ ବୋଲି ଦାବି କରିଥିଲେ । ତେବେ ଏସବୁ ପରେ ବର୍ତ୍ତମାନ ଏହି ଦମଦାର କ୍ୟାରେକ୍ଟରରେ ବଲିଉଡ ପଙ୍ଗା କୁଇନ୍ କଙ୍ଗନାଙ୍କୁ ଦେଖିବାକୁ ମିଳିବ । କହିବାକୁ ଗଲେ କଙ୍ଗନା ଏବେ ବି ଟାଉନର ସବୁଠାରୁ ଜଣେ ବ୍ୟସ୍ତ ଅଭିନେତ୍ରୀ । ଥଲାଇଭି ପରେ ଏବେ ତାଙ୍କ ହାତରେ ଧାକଡ ଓ ତେଜସ ଭଳି ଦୁଇଟି ଦମଦାର ପ୍ରୋଜେକ୍ଟ ମଧ୍ୟ ରହିଛି । ଏହା ସହ ପୁଣି ସେ ସୀତା ଭୂମିକାରେ ମଧ୍ୟ ନଜର ଆସିବାକୁ ଯାଉଛନ୍ତି । ତେବେ କଙ୍ଗନାଙ୍କର ମଣିକର୍ଣ୍ଣିକା ଓ ଥଲାଇଭି ଭଳି ଏହି ଫିଲ୍ମ ବି ବକ୍ସ ଅଫିସରେ ଏକ ରେକର୍ଡ ତିଆରି କରି ବ ବୋଲି ଆଶା ରଖିଛନ୍ତି ସିନେପ୍ରେମୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ