Masthead

ସୀମା ବିବାଦ ନେଉଛି ବିଦ୍ରୋହର ରୂପ

ଗଜପତି (ବଡ଼ ଖବର ବ୍ୟୁରୋ): ଗଜପତି ଜିଲ୍ଲା ଆନ୍ଧ୍ର-ଓଡିଶା ସୀମାକୁ ନେଇ ଲାଗି ରହିଥିବା ବିବାଦ ଏବେ ବିଦ୍ରୋହର ରୂପ ନେଇଛି । ଗଜପତି ସୀମାନ୍ତର ଆଦିବାସୀ ଏବେ ଜିଲ୍ଲା ପ୍ରଶାସନର ସ୍ଥାଣୁତା ବିରୋଧରେ ଆନ୍ଦୋଳନ କରିବାକୁ ଏକଜୁଟ ହେଉଛନ୍ତି । ଆସନ୍ତା ୨୦ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସୀମାନ୍ତ ଗାଁର ଆଦିବାସୀ ଚେତାବନୀ ଦେଇଛନ୍ତି ।

ଗଙ୍ଗାବାଡ ପଂଚାୟତ କାର୍ଯ୍ୟାଳୟ ନିକଟରେ ସୀମା ବିବାଦ ଥିବା ୭ଟି ଗାଁର ଜନପ୍ରତିନିଧି ଏକାଠି ହୋଇ ଆନ୍ଧ୍ର ସରକାରଙ୍କ ଦମନ ଲୀଳା ଓ ଗଜପତି ପ୍ରଶାସନ ନିରବତାକୁ ବିରୋଧ କରିଛନ୍ତି । ଏହାର ପ୍ରତିବାଦରେ ଆସନ୍ତା ୨୦ ତାରିଖରେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଆଦିବାସୀ । ସେମାନଙ୍କ ମୁଖ୍ୟ ଦାବି ହେଲା ଅଂଚଳର ବିକାଶ, ଆନ୍ଧ୍ର ପୁଲିସ ଦ୍ୱାରା ଜନପ୍ରତିନିଧିଙ୍କ ବିରୋଧରେ ରୁଜୁ ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର ଓ ସୀମା ବିବାଦର ସ୍ଥାୟୀ ସମାଧାନ ।

ଗତ ମାସରେ ଗଜପତି ଜିଲ୍ଲା ମାଣିକପାଟଣା ଗାଁର ଅଙ୍ଗନୱାଡି କେନ୍ଦ୍ର ଉଚ୍ଛେଦକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ତେଜିଛି । ଗତ ୯ ତାରିଖରେ ଆନ୍ଧ୍ର ମନ୍ତ୍ରୀଙ୍କ ଅଶାଳୀନ ବ୍ୟବହାର ଓ ଜନପ୍ରତିନିଧିଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ ପରେ ଗଜପତି ପ୍ରଶାସନ ଚୁପ ହୋଇ ବସିଛି । ପ୍ରଶାସନର ଏହି ସ୍ଥାଣୁତାକୁ ନେଇ ଏବେ ପ୍ରଶାସନ ବିରୋଧରେ ଏକଜୁଟ ହେଉଛନ୍ତି ସୀମାନ୍ତ ଅଂଚଳର ଆଦିବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼