Masthead

ଫୁଲୁଛି ବୈତରଣୀ

ଆରଡ଼ି(ବଡ଼ ଖବର ବ୍ୟୁରୋ): ବୈତରଣୀନଦୀରେ ତଳମୁଣ୍ଡରେ ବନ୍ୟାପାଣି ଅପରିବର୍ତ୍ତିତ ରହିଛି। ଆଗକୁ ପୂର୍ଣ୍ଣିମା ତିଥି ଥିବାରୁ ଜୁଆର ସମୟରେ ବଢିବାରେ ଲାଗିଛି ବୈତରଣୀନଦୀର ଜଳସ୍ତର। ଭଦ୍ରକ ଜିଲାର ସୀମାନ୍ତବର୍ତ୍ତୀ ଅଞ୍ଚଳ ଆରଡି, ଓଳଗ, ସୁନ୍ଦରପୁର , ନାନ୍ଦପୁର ୪ଟି ପଞ୍ଚାୟତର ୨୦ଗୋଟି ଗାଁ ଏବେ ବନ୍ୟାଘେରରେ। ୧୩ଟି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି।

ଏହି ଅଞ୍ଚଳ ଦେଇ ପ୍ରବାହିତ ବୈତରଣୀ ନଦୀ କୂଳଲଂଘି ଆଖଣ୍ଡଳମଣିକୁ ଆଖିଆ ୨୦ନଂ ଜାତୀୟ ରାଜପଥ ବୋଡକ ନିକଟରେ ବନ୍ୟାପାଣି ପ୍ରବାହିତ ହେବାରେ ଲାଗିଛି। ସେହିପରି ଆଖଣ୍ଡଳମଣି ଚାନ୍ଦବାଲି ଓ ତିହିଡି ରାସ୍ତାର ଆରଡି ନିକଟରେ ୩ଫୁଟ ଉଚ୍ଚରେ ବନ୍ୟାପାଣି ଚାଲୁଥିବାରୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ଗାଁରେ ବନ୍ୟାପାଣି ପ୍ରବେଶ କରିବାରୁ ଜଳବନ୍ଦୀ ହୋଇ ରହିଛନ୍ତି ଲୋକମାନେ ।

ବସବାସ କରୁଥିବା ଲୋକମାନେ ଅଣ୍ଟାଏ ପାଣିରେ ପଶି ଯାତାୟତ କରୁଛନ୍ତି। ଅନେକସ୍ଥାନରେ ନଳକୂପ ବୁଡିଯାଇଥିବାରୁ ପିଇବାପାଣିର ସମସ୍ୟା ଦେଖାଦେଇଛି। ସେହିପରି ଶହଶହ ଏକର ଚାଷଜମିରେ ଲହଡି ଭାଙ୍ଗୁଛି ପାଣି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’ 🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’