IPL 2021: ୨୦ ରନରେ ଚେନ୍ନାଇ ବିଜୟୀ

(ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୧ରେ ଚେନ୍ନାଇର ଦମଦାର ବିଜୟ । ୨୦ରନରେ ବାଜି ମାରିଲା ଚେନ୍ନାଇ ସୁପର କିଙ୍ଗସ୍ । ମୁମ୍ୱାଇ ବିପକ୍ଷ ମ୍ୟାଚ୍‌ରେ ୨୦ରନ୍‌ରେ ବିଜୟୀ ହୋଇଛି ଚେନ୍ନାଇ ସୁପରକଙ୍ଗସ୍ । ୧୫୭ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ମୁମ୍ୱାଇ ଇଣ୍ଡିଆନ୍ସ ଟିମ୍ ନିର୍ଦ୍ଦାରିତ ଓଭର ମଧ୍ୟରେ କେବଳ ୮ ଓ୍ୱିକେଟ ବିନିମୟରେ କେବଳ ୧୩୬ କରିବାକୁ ସମର୍ଥ ହୋଇଥିଲା । ଚେନ୍ନାଇ ପକ୍ଷରୁ ବ୍ରାଭୋ ସର୍ବାଧିକ ୩ ଓ୍ୱିକେଟ ନେଇଥିବା ବେଳେ ଦୀପକ ଚହର ୨ ଓ ଶାର୍ଦ୍ଦୁଳ ଠାକୁର ଗୋଟିଏ ଓ୍ୱିକେଟ ନେବାରେ ସମର୍ଥ ହୋଇଥିଲା ।

ଆଜିର ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ମ୍ୟାଚର ପ୍ରଥମରେ ଚେନ୍ନାଇକୁ ବଡ଼ ଝଟକା ଲାଗିଥିଲା । ପ୍ରଥମରୁ ହିଁ ଚେନ୍ନାଇ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା । ଓପନିଂ ବ୍ୟାଟିଂ କରିବାକୁ ଆସିଥିବା ଫାଫ୍ ଡୁପ୍ଳେସିସ୍ ବିନା କୌଣସି ରନ୍ କରି ଫେଭିଲିୟନ୍ ଫେରିଯାଇଥିବା ବେଳେ ୩ ନମ୍ୱରରେ ବ୍ୟାଟିଂ କରିବାକୁ ଆସିଥିବା ମୋଇନ ଅଲ୍ଲୀ ମଧ୍ୟ ବିନା କୌଣସି ରନ୍ କରି ଆଉଟ ହୋଇଛି । ଯାହା ଫଲରେ ଦଳରେ ନୈରାଶ୍ୟ ଭାବନା ଦେଖିବାକୁ ମିଳିଥିଲା । ତାଙ୍କ ପଛକୁ ବ୍ୟାଟିଂ କରିବାକୁ ଆସିଥିବା ଅମ୍ୱାତି ରାଇଡୁ ଆହତ ହୋଇ ଫେଭିଲିୟନ୍ ଫେରିଛନ୍ତି । ତାଙ୍କ ପଛକୁ ବ୍ୟାଟିଂ କରିବାକୁ ଆସିଥିବା ସୁରେଶ ରାଇନା ମଧ୍ୟ ନିରାଶ କରିଛନ୍ତି ।

ମାତ୍ର ୪ରନର ବ୍ୟକ୍ତିଗତ ସ୍କୋରରେ ଟ୍ରେଣ୍ଟ ବୋଲ୍ଟଙ୍କ ଶିକାର ହୋଇଛନ୍ତି ଚେନ୍ନାଇ ଷ୍ଟାର ବ୍ୟାଟ୍ସ ମ୍ୟାଚ୍ ରାଇନ୍ ହୋଇଥିଲେ । କ୍ୟାପଟେନ୍ ଧୋନିଙ୍କ ଉପରେ ଟିମ୍ ଆଶାବାଦୀ ଥିବା ବେଳେ ସେ ମଧ୍ୟ ନିରାଶ କରିଥିଲେ। ଧୋନି ବ୍ୟକ୍ତିଗତ ୩ ରନ୍ କରି ମିଲନେଙ୍କ ଶିକାର ହୋଇଥିଲେ। ୨୪ ରନରେ ୪ ୱିକେଟ୍ ହରାଇ ଚେନ୍ନାଇ ବ୍ୟାକଫୁଟକୁ ଚାଲିଆସିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ