Masthead

ପଞ୍ଜାବ କଂଗ୍ରେସରେ ଦେଖାଦେଲା ନୂଆ ସଙ୍କଟ

ଚଣ୍ଡିଗଡ଼(ବଡ଼ ଖବର ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ପଞ୍ଜାବରେ ଦଳୀୟ କନ୍ଦଳ ସମାପ୍ତ ହୋଇଥିଲା ବୋଲି ଅନୁମାନ କରାଯାଉଥିଲା । ହେଲେ ଏହା କେବଳ କିଛି ସମୟ ପାଇଁ ରହିଥିଲା । କାହିଁକିନା ଗତକାଲି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂହ ଚନ୍ନିଙ୍କ ନାମ ଘୋଷଣା ହେବା ପରେ ଦଳକୁ ନେଇ ବଡ଼ ବୟାନ ଦେଇଛନ୍ତି ରାଜ୍ୟ ପ୍ରଭାରୀ ହରିଶ ରାୱତ । ତେବେ ପଞ୍ଜାବରେ ଆଗାମୀ ବିଧାନସଭା ନିର୍ମାଚନରେ କଂଗ୍ରେସ ନବଜୋତ ସିଂହ ସିଦ୍ଧୁଙ୍କ ନେତୃତ୍ୱରେ ଲଢିବ । ଏହା ସହିତ ସିଦ୍ଧୁ ବହୁତ ଲୋକପ୍ରିୟ ବୋଲି ରାୱତ କହିଥିଲେ । ଏକଥା ସାମ୍ନାକୁ ଆସିବା ପରେ ପୁଣି ଥରେ ସାରା ଦେଶରେ ପଞ୍ଜାବ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ।

ହେଲେ ହରିଶ ରାୱତଙ୍କ କଥାକୁ ସହଜରେ ହଜମ କରିପାରିନଥିଲେ ପଞ୍ଜାବର ବରିଷ୍ଠ ନେତା ସୁନୀଲ ଜାଖଡ଼ । ହରିଶଙ୍କ ଏଭଳି ମନ୍ତବ୍ୟକୁ ସେ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି । ଏହା ମୁଖ୍ୟମନ୍ତ୍ରୀଙ୍କ ଅଧିକାରକୁ ଦୁର୍ବଳ କରିଦେବାର ସମ୍ଭାବନା ରହିଛି ବୋଲି ଜାଖଡ଼ ସିଧାସଳଖ ରାୱତଙ୍କୁ ଟାର୍ଗେଟ କରିଛନ୍ତି । ଏହା ସହିତ ଏହି ବୟାନ ଚରଣଜିତ ସିଂହ ଚନ୍ନିଙ୍କ ନିଯୁକ୍ତି ପ୍ରତି ଏକ ନକରାତ୍ମକ ଭାବନା ସୃଷ୍ଟି କରୁଛି । କେବଳ ଏତିକି ନୁହେଁ ବରଂ ଏହି ବାକଯୁଦ୍ଧରେ ବରିଷ୍ଠ କଂଗ୍ରେସ ନେତା ହରମିନ୍ଦର ସିଂହ ଗିଲ ମଧ୍ୟ ଡ଼େଇଁପଡ଼ିଛନ୍ତି । ଚରଣଜିତ ସିଂହଙ୍କୁ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ କରିଛନ୍ତି । ହରିଶ ରାୱତ କେବଳ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସାର୍ବଜନୀନ କରିଥିଲେ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ