Masthead

ରାଜ କୁନ୍ଦ୍ରାଙ୍କୁ ମିଳିଲା ବେଲ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ନିକଟରେ ଅଶ୍ଲୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ଗିରଫ ହୋଇଥିଲେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା । ତେବେ ତାଙ୍କୁ ଆଜି ଜାମିନ ମିଳିଛି । ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ହାଇକୋର୍ଟ ୫୦.୦୦୦ ଟଙ୍କା ମୁଚାଲିକାରେ ତାଙ୍କୁ ଜାମିନ ମିଳିଛି । ସେହିପରି ରାଜ କୁନ୍ଦ୍ରାଙ୍କ ଆଇଟି ହେଡ୍ ରିୟାନ ଥୋରପେଙ୍କୁ ମଧ୍ୟ ଜାମିନ ମିଳିଛି । ଉଭୟଙ୍କ ଓକିଲ ପ୍ରଶାନ୍ତ ପାଟିଲ କୋର୍ଟରେ ଯୁକ୍ତି ସ୍ଥାପନ କରିଥିଲେ । ତେବେ ସେ କହିଥିଲେ ଯେ, ପ୍ଳାଟଫର୍ମରେ କେଉଁ କଣ୍ଟେଣ୍ଟ ଅପଲୋଡ ହେବ ତାହା ସେଲିବ୍ରେଟି ଓ କଣ୍ଟେଣ୍ଟ ପ୍ରଡ୍ୟୁସର ନିଷ୍ପତି ନେବେ । ରାଜକୁନ୍ଦ୍ରା ଓ ତାଙ୍କ ସହଯୋଗୀ ରିୟାନ ନିଷ୍ପତି ନିଅନ୍ତି ବୋଲି ତାଙ୍କ ଓକିଲ କୋର୍ଟରେ କହିଥିଲେ ।

ସୂଚନା ଅନୁଯାୟୀ ସରକାରୀ ଓକିଲ ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନକୁ ବିରୋଧ କରୁଥିଲେ । ରାଜକୁନ୍ଦ୍ରା ଓ ତାଙ୍କ ସହଯୋଗୀଙ୍କୁ ଜାମିନ ମିଳିଲେ ପ୍ରମାଣ ଟ୍ୟାମ୍ପରିଂ ହେବାର ଆଶଙ୍କା ରହିଛି ବୋଲି କୁହାଯାଉଥିଲା । କିନ୍ତୁ କୋର୍ଟ ଉଭୟଙ୍କ ଜାମିନକୁ ମଞ୍ଜୁରି କରିଥିଲା । ଖବର ଅନୁଯାୟୀ ଅଶୀଳ୍ଲ ଫିଲ୍ମ ପ୍ରସ୍ତୁତ କରିବା ଅଭିଯୋଗରେ ଗତ ଜୁଲାଇ ୧୯ରେ ଗିରଫ ହୋଇଥିଲେ ରାଜ କୁନ୍ଦ୍ରା । ୨୦୧୯ରୁ ରାଜ କୁନ୍ଦ୍ରା ୧୦୦ରୁ ଅଧିକ ଅଶ୍ଲୀଳ ଫିଲ୍ମ ତିଆରି କରିଥିବା ନେଇ ଯାଞ୍ଚ କରୁଥିବା ପୋଲିସ ଅଧିକାରୀ କହିଥିଲେ । ତେବେ କ୍ରାଇମ ବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରି ଅଶ୍ଲୀଳ ଫିଲ୍ମକୁ ନେଇ କିଛି ତଥ୍ୟ ମଧ୍ୟ ପାଇଥିଲା । ପୋଲିସର କହିବା ଅନୁଯାୟୀ ଏକାଧିକ ତଥ୍ୟକୁ ଡିଲେଟ କରାଯାଇଛି । ଯାହାକୁ ହାସଲ କରିବା ପାଇଁ ସମୟ ଲାଗିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି