Masthead

ରାଜ୍ୟରେ ରେକର୍ଡ ଟିକାକରଣ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ରେକର୍ଡ ସୃଷ୍ଟି କରିଛି ଟିକାକରଣ । ଗୋଟିଏ ଦିନରେ ୪ ଲକ୍ଷ୧୬ ହଜାର ୪୫୪ଜଣ ଟିକା ନେଇଛନ୍ତି । ଯାହାକି ଆଜି ପର୍ଯ୍ୟନ୍ତ ଟିକାକରଣରେ ସର୍ବକାଳୀନ ରେକର୍ଡ । ଗତ ଜୁଲାଇ ମାସରେ ଗୋଟିଏ ଦିନରେ ୪.୨ ଲକ୍ଷ ଟିକାକରଣ ହୋଇଥିଲା । ଆଜିର ଟିକାକରଣ ସଂଖ୍ୟାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ୨ କୋଟି ୭୯ଲକ୍ଷ ୩୪ ହଜାର ୭୪୪ ଡୋଜ ଟିକାଦିଆଗଲାଣି ।

ଚଳିତ ମାସ ଠାରୁ ରାଜ୍ୟ ସରକାର ଦୈନିକ ୪.୧୩ ଲକ୍ଷ ଟିକା ଦେବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । କେନ୍ଦ୍ର ସରକାର ଓଡ଼ିଶାକୁ ଅଧିକ ଟିକା ଦେବାପରେ ରାଜ୍ୟ ସରକାର ଟିକାକରଣ ଲକ୍ଷ୍ୟରେ ସଂଶୋଧନ କରିଥିଲେ । ଏଥିପାଇଁ ପ୍ରତ୍ୟେକ ଜିଲ୍ଲାକୁ ନୂତନ ଦୈନିକ ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ