Masthead

ଧରାପଡ଼ିଲା ବ୍ୟାଙ୍କ ଲୁଟେରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀରେ ମାତିଛନ୍ତି ବ୍ୟାଙ୍କ୍ ଲୁଟେରା । କିଛିଦିନ ତଳେ ରାଧାନୀରେ ଦୁଇ ଦୁଇଟି ବ୍ୟାଙ୍କ ଲୁଟିଛନ୍ତି ଲୁଟେରା । ସେସବୁ ପୂରା ଫିଲ୍ମ ଷ୍ଟାଇଲରେ । କିନ୍ତୁ ଚୁପ୍ ବସିଥିଲା ପୋଲିସ । ଭୁବନେଶ୍ୱର ଉପକଣ୍ଠରେ ହୋଇଥିବା ଲୁଟ୍ ଘଟଣାରେ ଲୁଟେରା ଗ୍ୟାଙ୍ଗର ଟେର ନ ପାଇବାରୁ ପୋଲିସର ଦକ୍ଷତାକୁ ନେଇ ରାଜଧାନୀବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । କିଛିଦିନର ନିରବତା ପରେ ପୋଲିସ ହାତରେ ଧରାପଡ଼ିଛି ଲୁଟେରା ।

ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ବରିମୁଣ୍ଡରେ ଥିବା ବ୍ୟାଙ୍କ୍ ଅଫ ଇଣ୍ଡିଆରୁ ଲୁଟ୍ କରାଯାଇଥିବା ୧୦ଲକ୍ଷ ଟଙ୍କା,ବନ୍ଧୁକ,ଏଥିରେ ବ୍ୟବହୃତ ସ୍କୁଟି ଓ ଲୁଟେରା ଧରାପଡିବା ପୋଲିସର ବଡ଼ ସଫଳତା ବୋଲି କୁହାଯାଉଛି । ଗିରଫ ଲୁଟେରା ସୌମ୍ୟରଞ୍ଜନ ଜେନା ବୋଲି ସ୍ପଷ୍ଟ କରିଛି ପୋଲିସ । ସେ ୨ଟି ବ୍ୟାଙ୍କ ଲୁଟ୍ ଘଟଣାରେ ସମ୍ପୃକ୍ତ ଥିବା ପୁଲିସ କହିଛି । ପୋଲିସର ଢିଲାପଣ ପାଇଁ ରାଜଧାନୀ କ୍ରାଇମ୍ ଜୋନ ପାଲଟିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ