Masthead

ପଛକୁ ଫେରିଲା ପଶ୍ଚିମବଙ୍ଗ

(ବଡ଼ ଖବର ବ୍ୟୁରୋ): ପାଚେରି ଭାଙ୍ଗିନେଲା ପଶ୍ଚିମବଙ୍ଗ । ୫୦ ଫୁଟରୁ ଅଧିକ ଓଡ଼ିଶା ଭିତରକୁ ପଶ୍ଚିମବଙ୍ଗ ପ୍ରଶାସନ ଧସେଇ ପଶି ପାଚେରୀ ଗଢିବା ଘଟଣାରେ ରାତି ଅଧିଆ ପାଚେରୀ ଭାଙ୍ଗି ନେଲା ପଶ୍ଚିମବଙ୍ଗ ପ୍ରଶାସନ। ସୂଚନା ଅନୁସାରେ ଚଳିତ ମାସ ୭ ତାରିଖ ଦିନ ପଶ୍ଚିମବଙ୍ଗର ପ୍ରଶାସନ ଓଡ଼ିଶାର ଉଦୟପୁର ମନୋରମ ବେଳାଭୂମି ଉପରେ ଲୋଲୁପ ଦୃଷ୍ଟି ପକାଇଥିଲା । ଓଡ଼ିଶା ଭିତରକୁ ପଶି ପାଚେରୀ ନିର୍ମାଣ କରୁଥିଲା ଯାହାକୁ ନେଇ ସ୍ଥାନିୟ ଲୋକ ପ୍ରତିବାଦ କରିବା ସହିତ ପ୍ରଶାସନକୁ ଅବଗତ କରିଥିଲେ ।

ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସହିତ ୧୪୪ ଧାରା ଲାଗୁ କରିଥିଲେ । ୨୧ ତାରିଖ ୧୪୪ ଧାରାକୁ ଉଲଙ୍ଘନ କରି ପୁଣି ପଶ୍ଚିମବଙ୍ଗ ପାଚେରୀ ନିର୍ମାଣ କରିବାକୁ ଉଦ୍ୟମ କରିଥିଲା । ଘଟଣାସ୍ଥଳରେ ପ୍ରଶାସନ ଅଧିକାରୀ ପହଞ୍ଚି ପଶ୍ଚିମବଙ୍ଗ ପ୍ରଶାସନକୁ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସହିତ ପାଚେରୀ ଭାଙ୍ଗି ନେବାକୁ ଚେତାବନୀ ଦେବା ପରେ ରାତି ଅଧିଆ ପଶ୍ଚିମବଙ୍ଗ ପ୍ରଶାସନ ନିର୍ମାଣ ଧିନ ପାଚେରୀକୁ ଭାଙ୍ଗି ନେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା