ଏବେ ଯାଏଁ ଜାରି ରହିଛି ଗଜରାଜଙ୍କ ଉଦ୍ଧାର କାର୍ଯ୍ୟ

କଟକ(ବଡ଼ ଖବର ବ୍ୟୁରୋ): ହାତୀ ପାଇଁ ନାକେଦମ୍‍ । କଟକ ମୁଣ୍ଡୁଳି ବ୍ୟାରେଜ ନିକଟରେ ଫସିଥିବା ଏକ ଦନ୍ତାକୁ ଉଦ୍ଧାର କରିବା କୁ ଯାଇ ବନବିଭାଗ, ଓଡ୍ରାଫ୍‍ ଓ ଦମକଳ ବିଭାଗ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡିଛି । ହଠାତ୍‍ ବନ୍ଦ ରହିଥିଲା ଅପରେସନ୍‍ ଗକ୍ସରାଜ । ଦୁର୍ଘଟଣା ଯୋଗୁଁ ବନ୍ଦ ରହିଥିଲା ଅପରେସନ୍‍ । ପରେ ଆରମ୍ଭ ହୋଇଛି । ବାଙ୍କୀ-ଡମପଡ଼ା ଜଙ୍ଗଲରୁ ୧୭ଟିକିଆ ହାତୀପଲ ମହାନଦୀରେ ପଶି ଯାଉଥିଲେ ଆଠଗଡ଼ । ରାତି ପାହିବା ପୂର୍ବରୁ ମହାନଦୀ ପାର ହେବାକୁ ହାତୀପଲ ଯୋଜନା କରିଥିଲେ । ୧୪ହାତୀ ନଦୀ ପାର ହୋଇ ଗନ୍ତବ୍ୟପଥକୁ ପଳାଇଥିଲେ ।

ମାତ୍ର ପଛରେ ଥିବା ୩ ହାତୀ ମହାନଦୀର ପ୍ରଖର ସ୍ରୋତରେ ଫସି ଯାଇଥିଲେ । ପରେ ଦୁଇ ହାତୀ ନଦୀ ପାର ହୋଇଥିଲେ ମଧ୍ୟ ସବା ପଛରେ ଥିବା ଦନ୍ତା ମହାନଦୀର ପ୍ରଖର ସ୍ରୋତରୁ ମୁକୁଳି ପାରି ନଥିଲା । ଏହି ଦନ୍ତାକୁ ଉଦ୍ଧାର କରିବା ପାଇଁ ବନବିଭାଗ, ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍‍ ଟିମ୍‍ ଲାଗିପଡିଥିଲେ । ୨୫ଜଣିଆ ଟିମକୁ ନେଇ ଆରମ୍ଭ ହୋଇଥିଲା ଅପରେସନ୍‍ ଗଜରାଜ । ବନବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅପରେସନ୍‍ ତଦାରଖ କରିଥିଲେ । ଓଡରାଫ୍‍ ଟିମ୍‍ରେ ସାମିଲ ହୋଇଥିଲେ ଓଟିଭିର ଚିଫ୍‍ ରିପୋର୍ଟର ଅରିନ୍ଦମ ଦାସ ଓ କ୍ୟାମେରାମ୍ୟାନ୍‍ ପ୍ରଭାତ ସିହ୍ନା ।

ହଠାତ୍‍ ନଦୀର ପ୍ରଖର ସ୍ରୋତରେ ଭାରସାମ୍ୟ ହରାଇ ବୁଡିଯାଇଥିଲା ବୋଟ୍‍ । ଦୁଇ ସାମ୍ବାଦିକଙ୍କ ସହ ୫ ଓଡ୍ରାଫ୍‍ ଯବାନ ଭାସିଯାଇଥିଲେ । ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇ କଟକ ଏସିସିବିରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସାମ୍ବାଦିକ ଅରିନ୍ଦମଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ସାମ୍ବାଦିକ ପ୍ରଭାତ ଓ ଓଡ୍ରାଫ୍‍ ଯବାନମାନେ ଗୁରୁତର ଅଛନ୍ତି । ଏହି ଦୁଃଖଦ ଘଟଣା ପରେ ଅପରେସନ୍‍ ଗଜରାଜ କିଛି ସମୟ ପ୍ରଭାବିତ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’