Masthead

ଟିଏମସି ଗୁଣ୍ଡା ସହିତ ବିଜେପି କର୍ମୀଙ୍କ ସଂଗ୍ରାମ ପ୍ରଶଂସନୀୟ !

କୋଲକାତା(ବଡ଼ ଖବର ବ୍ୟୁରୋ): ସାରା ଦେଶର ନଜର ବର୍ତ୍ତମାନ ପଶ୍ଚିମବଙ୍ଗ ଉପ-ନିର୍ବାଚନ ଉପରେ ରହିଛି । ଆସନ୍ତା ୩୦ ତାରିଖରେ ହେବାକୁ ଥିବା ପଶ୍ଚିମବଙ୍ଗ ନିର୍ବାଚନ ନେଇ ଉଭୟ ବିଜେପି ଓ ତୃଣମୂଳ କଂଗ୍ରେସ ଜୋର ଦାର ପ୍ରଚାର ମଧ୍ୟ ଆରମ୍ଭ କରିସାରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ଆସନରୁ ଲଢୁଥିବା ବେଳେ ବିଜେପିରୁ ପ୍ରିୟଙ୍କା ତିବେରିୱାଲ ମମତାଙ୍କୁ କଡ଼ା ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇଛନ୍ତି । ଏହା ମଧ୍ୟରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ବଡ଼ ବୟାନ ଦେଇଛନ୍ତି । ତେବେ ପଶ୍ଚିମବଙ୍ଗ ନିର୍ବାଚନ ପରଠାରୁ ରାଜ୍ୟରେ ହିଂସା ଚାଲିଛି ।

ଏହି ହିଂସା ସତ୍ତ୍ୱେ ଶାସକ ଟିଏମସି ଦଳର ଗୁଣ୍ଡା ସହିତ ବିଜେପି କର୍ମୀଙ୍କ ସଂଗ୍ରାମକୁ ପ୍ରଶଂସା କରାଯିବା ଉଚିତ ବୋଲି ସମ୍ବିତ ପାତ୍ର କହିଛନ୍ତି । କେବଳ ଏତିକି ନୁହେଁ ବରଂ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ପଶ୍ଚିମବଙ୍ଗରେ ହିଂସା ଆରମ୍ଭ ହୋଇଥିଲା । ମହିଳାମାନେ ନିଜ ପିଲାମାନଙ୍କ ସାମ୍ନାରେ ବଳକ୍ରାର ହୋଇଥିଲେ । ବିଜେପି କର୍ମୀଙ୍କୁ ଟିଏମସି ଗୁଣ୍ଡାମାନେ ଆକ୍ରମଣ କରିଥିଲେ । ଅନ୍ୟପଟେ ମମତା ବାନାର୍ଜୀ ଗୋଟିଏ ଜିନିଷ ପାଇଁ ଶ୍ରେୟ ନେଇପାରିବେ । ପୋଲ ହିଂସାରେ ସାରା ଦେଶରେ ପଶ୍ଚିମବଙ୍ଗ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ସିଧାସଳଖ ମମତାଙ୍କୁ ଟାର୍ଗେଟ କରି ସମ୍ବିତ ପାତ୍ର କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?