Masthead

ଚାନ୍ଦିପୁର ଆସିଥାନ୍ତା ରହସ୍ୟମୟୀ ମହିଳା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):    ଡିଆରଡିଓର ଗୁପ୍ତ ତଥ୍ୟ ହାସଲ କରୁଥିବା ରହସ୍ୟମୟୀ ମହିଳା କିଏ? ଏ ଯାଏଁ ତାଙ୍କର କୌଣସି ପରିଚୟ ମିଳିନାହିଁ । ରହସ୍ୟମୟୀ ମହିଳାଙ୍କୁ ନେଇ ନୂଆ ନୂଆ ତଥ୍ୟ ସମ୍ନାକୁ ଆସୁଛି । ଏ ନେଇ କ୍ରାଇବ୍ରାଞ୍ଚର ଏଡିଜି ସଞ୍ଜିବ ପଣ୍ଡାଙ୍କ କହିବା ଅନୁଯାୟୀ ଡିଆରଡିଓର ଗୁପ୍ତ ତଥ୍ୟ ହାସଲ କରିବା ପାଇଁ ରହସ୍ୟମୟୀ ମହିଳା ସୋଶିଆଲ ମିଡିଆରେ ୭ଟି ଆକାଉଣ୍ଟ ଖୋଲିଥିଲେ । ଭିନ୍ନ ଭିନ୍ନ ଆକାଉଣ୍ଟ ଖୋଲି ଭିନ୍ନ ଫଟୋ ଦେଉଥିଲେ । ସେହି ଆକାଉଣ୍ଟରେ ରହସ୍ୟମୟୀ ମହିଳା ଜଣକ ଆଇଟିଆର୍ କର୍ମଚାରୀ ଓ ୪ ଠିକା କର୍ମଚାରୀଙ୍କ ସହ କଥା ହେଉଥିଲେ । ସେମାନଙ୍କ ସହ ଭିଡିଓ କଲ ଜରିଆରେ ମଧ୍ୟ କଥା ହେଉଥିଲେ । ତେବେ ମହିଳା ଜଣଙ୍କ ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ଜଣେ ଅଭିଯୁକ୍ତଙ୍କ ଚାନ୍ଦିପୁର ସ୍ଥିତ ଘରକୁ ଅସିବାକୁ ଚାହୁଁଥିଲେ ରହସ୍ୟମୟୀ ମହିଳା ।

କ୍ରାଇମବ୍ରାଞ୍ଚର ଏଡିଜି ପଣ୍ଡା ଆହୁରି କହିଛନ୍ତି ଯେ , ରହସ୍ୟମୟୀ ମହିଳା ଜଣଙ୍କ ୟୁକେ ଫୋନ ବ୍ୟବହାର କରୁଥିଲେ । ଏବେ ସେହି ଫୋନ ବାବଦରେ ତନାଘନା ଚାଲିଛି । ଆଉ ଜଣେ ଅଭିଯୁ୍କ୍ତଙ୍କ ପାଖକୁ ଦୁବାଇରୁ ଟଙ୍କା ଆସିଛି । ତେବେ ଏହି ଟଙ୍କା କାହା ପାଖକୁ ଆସିଛି ସେ ନେଇ ତଦନ୍ତ ଚାଲିଛି । ପୂର୍ବରୁ ଡିଆରଡିଓର ତଥ୍ୟ ଲିକ୍ ଘଟଣାରେ ପୋଲିସ ରାତାରାତି ୪ ଅଭିଯୁକ୍ତଙ୍କୁ ଟେକି ଆଣିଥିଲା । ପଚରାଉଚରା ପରେ ସେମାନଙ୍କୁ ଗିରଫ କରିଥିଲା ପୋଲିସ । ୪ ଅଭିଯୁକ୍ତ ହେଲେ- ଆଇଟିଆରର ଠିକା ଏସି କର୍ମଚାରୀ ଅପରେଟର ବସନ୍ତ ବେହେରା, ଶେଖ ମୁଶାଫିର, ମେନଗେଟ କିପର ତାପସ ନାୟକ ଏବଂ ଡିଜି ଅପରେଟର ହେମନ୍ତ କୁମାର ମିସ୍ତ୍ରୀ । ଘଟଣାର ତଦନ୍ତ ପାଇଁ କ୍ରାଇବ୍ରାଞ୍ଚକୁ ଦେଇଥିଲେ ସରକାର । ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରି ଡିଆରଡିଓର କର୍ମଚାରୀ ସଚିନ କୁମାର ଛତ୍ତାକୁ ଗିରଫ କରିଥିଲା । ସୂଚନା ଅନୁଯାୟୀ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ