Masthead

ଗାଁ ମାଟିରେ ଜଳିଲା ଯବାନଙ୍କ ଯୁଇ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):   ପଞ୍ଚଭୂତରେ ଲୀନ ହେଲେ ଓଡ୍ରାଫ ଯବାନ ସୀତାରାମ ମୁର୍ମୂ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କ ଗାଁ ମୁକ୍ତାଝରିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗତ ଶୁକ୍ରବାର ମହାନଦୀ ମୁଣ୍ଡଳି ବ୍ରିଜ ନିକଟରେ ବୋଟ ଦୁର୍ଘଟଣାରେ ନିଖୋଜ ଥିବା ସୀତାରାମ ମୁର୍ମୂଙ୍କ ମୃତଦେହକୁ ଗତକାଲି ଉଦ୍ଧାର କରାଯାଇଥିଲା । ପରେ ତାଙ୍କ ଗାଁ ମୁକ୍ତାଝରିକୁ ଆଣାଯାଇଥିଲା । କିନ୍ତୁ ପରିବାର ଲୋକେ ତାଙ୍କ ମୃତ ଦେହକୁ ଗ୍ରହଣ କରିନଥିଲେ । ପରିବାର ଲୋକେ ଅଭିଯୋଗ କରିଥିଲେ ଯେ ସୀତାରାମଙ୍କ ମୃତ ଦେହରେ ଜାତୀୟ ପତାକା ରଖାଯାଇନଥିଲା । ଏବଂ ଠିକ ସମୟରେ ନପହଞ୍ଚି ତାଙ୍କୁ ଆସମ୍ମାନିତ କରିଥିବା ଅଭିଯୋଗ କରିଥିଲେ । ଏହା ସହ ତାଙ୍କ ପତ୍ନୀ ଓ ପିଲାଛୁଆଙ୍କ ପାଇଁ କ୍ଷତିପୂରଣ ଦେବାକୁ ଦାବି କରି ମୃତ ଶରୀରକୁ ଗ୍ରହଣ କରିନଥିଲେ । ପରେ ସୀତାରାମଙ୍କ ପରିବାରକୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦିଆଯିବ ବୋଲି ମୟୂରଭଞ୍ଜ ଏସପି ହୃର୍ଷିକେଶ ଖୁଲାରୀ ପ୍ରତିଶୃତି ଦେଇଥିଲେ । ଏହା ପରେ ସୀତାରାମଙ୍କ ପରିବାର ଲୋକେ ମୃତ ଶରୀରକୁ ଗ୍ରହଣ କରିଥିଲେ ।

ଆଜି ଦିନ ୧୨ଟା ୪୫ ମିନିଟରେ ସୀତାରାମଙ୍କ ପରିବାର ଲୋକେ ରୀତିନୀତି ଭାବରେ କର୍ମ କରିବା ପାଇଁ ଘରକୁ ନେଇଯାଇଥିଲେ । ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ସୀତାରାମଙ୍କ ପୁଅ ତାଙ୍କୁ ମୁଖାଗ୍ନି ଦେଇଥିଲେ । ସୂଚନା ଅନୁସାରେ , ମୁଣ୍ଡଳିରେ ମହାନଦୀରେ ଏକ ହାତୀ ଫସିଯାଇଥିବା ବେଳେ ସୀତାରାମ ତାଙ୍କର ଓଡ୍ରାଫ ସହଯୋଗୀଙ୍କ ସହ ଉଦ୍ଧାର ପାଇଁ ଯାଇଥିଲେ । ହେଲେ ବୋଟ ଦୁର୍ଘଟଣାରେ ସୀତାରାମ ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ଅନେକ ଖୋଜାଖୋଜି ପରେ ସୀତାରାମ ମୁର୍ମୂଙ୍କ ମୃତ ଶରୀର ଉଦ୍ଧାର ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍