Masthead

ଗାଁ ମାଟିରେ ଜଳିଲା ଯବାନଙ୍କ ଯୁଇ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):   ପଞ୍ଚଭୂତରେ ଲୀନ ହେଲେ ଓଡ୍ରାଫ ଯବାନ ସୀତାରାମ ମୁର୍ମୂ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କ ଗାଁ ମୁକ୍ତାଝରିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗତ ଶୁକ୍ରବାର ମହାନଦୀ ମୁଣ୍ଡଳି ବ୍ରିଜ ନିକଟରେ ବୋଟ ଦୁର୍ଘଟଣାରେ ନିଖୋଜ ଥିବା ସୀତାରାମ ମୁର୍ମୂଙ୍କ ମୃତଦେହକୁ ଗତକାଲି ଉଦ୍ଧାର କରାଯାଇଥିଲା । ପରେ ତାଙ୍କ ଗାଁ ମୁକ୍ତାଝରିକୁ ଆଣାଯାଇଥିଲା । କିନ୍ତୁ ପରିବାର ଲୋକେ ତାଙ୍କ ମୃତ ଦେହକୁ ଗ୍ରହଣ କରିନଥିଲେ । ପରିବାର ଲୋକେ ଅଭିଯୋଗ କରିଥିଲେ ଯେ ସୀତାରାମଙ୍କ ମୃତ ଦେହରେ ଜାତୀୟ ପତାକା ରଖାଯାଇନଥିଲା । ଏବଂ ଠିକ ସମୟରେ ନପହଞ୍ଚି ତାଙ୍କୁ ଆସମ୍ମାନିତ କରିଥିବା ଅଭିଯୋଗ କରିଥିଲେ । ଏହା ସହ ତାଙ୍କ ପତ୍ନୀ ଓ ପିଲାଛୁଆଙ୍କ ପାଇଁ କ୍ଷତିପୂରଣ ଦେବାକୁ ଦାବି କରି ମୃତ ଶରୀରକୁ ଗ୍ରହଣ କରିନଥିଲେ । ପରେ ସୀତାରାମଙ୍କ ପରିବାରକୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦିଆଯିବ ବୋଲି ମୟୂରଭଞ୍ଜ ଏସପି ହୃର୍ଷିକେଶ ଖୁଲାରୀ ପ୍ରତିଶୃତି ଦେଇଥିଲେ । ଏହା ପରେ ସୀତାରାମଙ୍କ ପରିବାର ଲୋକେ ମୃତ ଶରୀରକୁ ଗ୍ରହଣ କରିଥିଲେ ।

ଆଜି ଦିନ ୧୨ଟା ୪୫ ମିନିଟରେ ସୀତାରାମଙ୍କ ପରିବାର ଲୋକେ ରୀତିନୀତି ଭାବରେ କର୍ମ କରିବା ପାଇଁ ଘରକୁ ନେଇଯାଇଥିଲେ । ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ସୀତାରାମଙ୍କ ପୁଅ ତାଙ୍କୁ ମୁଖାଗ୍ନି ଦେଇଥିଲେ । ସୂଚନା ଅନୁସାରେ , ମୁଣ୍ଡଳିରେ ମହାନଦୀରେ ଏକ ହାତୀ ଫସିଯାଇଥିବା ବେଳେ ସୀତାରାମ ତାଙ୍କର ଓଡ୍ରାଫ ସହଯୋଗୀଙ୍କ ସହ ଉଦ୍ଧାର ପାଇଁ ଯାଇଥିଲେ । ହେଲେ ବୋଟ ଦୁର୍ଘଟଣାରେ ସୀତାରାମ ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ଅନେକ ଖୋଜାଖୋଜି ପରେ ସୀତାରାମ ମୁର୍ମୂଙ୍କ ମୃତ ଶରୀର ଉଦ୍ଧାର ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼